ETV Bharat / state

ଖରସ୍ରୋତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ମିଳିତ ମଞ୍ଚ - ମିଳିତମଞ୍ଚ

କେନ୍ଦ୍ରାପଡ଼ାର ଖରସ୍ରୋତା ନଦୀରେ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ମଞ୍ଚ । ଅଧିକ ପଢନ୍ତୁ...

ଖରସ୍ରୋତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ମିଳିତମଞ୍ଚ

author img

By

Published : Aug 17, 2021, 4:33 PM IST

କେନ୍ଦ୍ରାପଡ଼ା: ରାଜକନିକା ଭାଗୀଦାର ଖରସ୍ରୋତା ନଦୀରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯାଉଛି । ଉତ୍ତେଜିତ ଅଞ୍ଚଳବାସୀ କମ୍ପାନୀର ବିଭିନ୍ନ ଯନ୍ତ୍ରପାତି ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହି ଘଟଣାରେ ପୋଲିସ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି ।

ଖରସ୍ରୋତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ମିଳିତମଞ୍ଚ

ଗତ ଗୁରୁବାର ଦିନ ପ୍ରକଳ୍ପ କାମ କରୁଥିବା କମ୍ପାନୀର ବିଭିନ୍ନ ଯନ୍ତ୍ରପାତି ଭାଙ୍ଗିବା ସହ ଗ୍ରାମବାସୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହାପରେ ପୋଲିସ ପକ୍ଷରୁ ଘଟଣାରେ ସମ୍ପୃକ୍ତ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରିବା ପରେ ୨୪ଜଣଙ୍କୁ ଗିରଫ କରିଛି । ତେବେ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ଓ ଏହାକୁ ବିରୋଧ କରି ଜନସାଧାରଣ ଆମରଣ ଅନଶନରେ ବସିରହିଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ବିରୋଧୀ ଦଳ ମାନଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କଂଗ୍ରେସ, CPM, CPI, ଫରୱାର୍ଡ ବ୍ଲକ ଓ ଅନ୍ୟାନ୍ୟ ଦଳ ଗୁଡିକ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଆଦାନୀ କମ୍ପାନୀର ପିଅନ ବୋଲି ସମ୍ବୋଧନ କରିବା ସହ ଜିଲ୍ଲାପାଳ କମ୍ପାନୀକୁ ପାଣି ପ୍ରଦାନ କହିଥିବା ମିଛ ବୋଲି ଜଣାପଡ଼ିଛି । ୫ଟି ଦାବି ନେଇ ଆଜି ମିଳିତ ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.