ETV Bharat / state

ମଦ ଦୋକାନ ବନ୍ଦ କରିବା ନେଇ ତାତିଲେ ମହିଳା

ମଦ ଦୋକାନ ବନ୍ଦ ନେଇ ତାତିଲେ ମହିଳା । ଦୀର୍ଘ ଦିନରୁ କରିଆସୁଥିବା ଆନ୍ଦୋଳନର ମିଳୁନି ଲାଭ । ମଦ ଦୋକାନ ଯୋଗୁଁ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଉଠୁଛି ଝଡ । ହେଲେ ଶୁଣୁନି ପ୍ରଶାସନ । ବର୍ଷେ ତଳେ ବନ୍ଦ ହୋଇଥିବା ଦୋକାନ ପୁଣି ଥରେ ହୋଇଛି ଆରମ୍ଭ ।

author img

By

Published : Jun 1, 2019, 9:46 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ଟାଉନ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ଠାରେ ଖୋଲିଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କଲେ ମହିଳା । ଗତବର୍ଷ ଜୁନ ମାସରେ ଏହି ଦୋକାନଟିକୁ ବନ୍ଦ କରିବା ପାଇଁ ବିଭିନ୍ନ ମହିଳା ଗୋଷ୍ଠୀ, ବୁଦ୍ଧିଜୀବି ଚେଷ୍ଟା କରିଥିଲେ । ହେଲେ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଅଙ୍ଗୁଳାଇ ସରପଞ୍ଚଙ୍କ ସ୍ବାମୀ ମଦ ବ୍ୟବସାୟୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

ଏହାପରେ ପ୍ରଶାସନ ସହିତ ଆଲୋଚନା ସହ ଉକ୍ତ ମଦ ଦୋକାନକୁ ବନ୍ଦ କରାଯାଇଥିଲା । ଯାହାକି ସ୍ଥାନୀୟ ଜନସାଧାରଣଙ୍କୁ ସନ୍ତୋଷ ଦେଇଥିଲା । ହେଲେ ପୁଣି ଥରେ ସେହି ମଦଦୋକାନ ଖୋଲିବାରୁ ଏହାର ପ୍ରତିବାଦ କରିଛନ୍ତି ସରପଞ୍ଚ ଦୁର୍ଗାବତୀ ପ୍ରଧାନ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନଶନ ଓ ଆତ୍ମାହୁତି କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ପୁର୍ବରୁ ପ୍ରଶାସନ ଜନସାଧାରଣଙ୍କ ଦାବିକୁ କର୍ଣ୍ଣପାତ କରିନଥିଲା। ଅପରପକ୍ଷରେ ଜିଲ୍ଲା ଅବକାରୀ ଅଧିକାରୀ ଏହି ମଦ ଦୋକାନ ଖୋଲିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବାରୁ ଏଠାରେ ମଦ ଦୋକାନ ପୁନର୍ବାର ଖୋଲାଯାଇଛି ବୋଲି କହିଛନ୍ତି ।

ତେବେ ମଦ ଦୋକାନ ପ୍ରତି ଅନୁକମ୍ପା ସ୍ଥାନୀୟ ଲୋକଙ୍କ ମନରେ ଏକ ଆନ୍ଦୋଳନ ରୂପ ନେଇଛି । ପ୍ରଶାସନ ଏହାକୁ ସଠିକ ଭାବରେ ମୁକାବିଲା କରୁଛି ନା ନାହିଁ ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

31.05.2019
Radhakanta Mohanty, Kendrapada (PKG)
Slug-od_kpr_wine protest in hot sunny day_script_7204459
Anchor-ମଦ ଦୋକାନକୁ ବିରୋଧ କରି ଟାଣଖରାରେ ବସିଲେ ମହିଳା।ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମଦ ଦୋକାନ ଆଗରେ ଅନଶନରେ ବସିଲେ ମହିଳା।
VO1-କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ଠାରେ ଖୋଲିଥିବା ସରକାରୀ ବିଦେଶୀ ଠିପି ବନ୍ଦ ଦୋକାନକୁ ବନ୍ଦ କରିବା ପାଇଁ ତାତିଲେ ମହିଳା। ଗତବର୍ଷ ଜୁନ ମାସରେ ଏହି ଦୋକାନଟିକୁ ବନ୍ଦ କରିବା ପାଇଁ ବିଭିନ୍ନ ମହିଳା ଗୋଷ୍ଠୀ,ବୁଦ୍ଧିଜୀବି ଓ ଅଙ୍ଗୁଳାଇ ପଞ୍ଚାୟତର ଜନସାଧାରଣ ଆନ୍ଦୋଳନ କରିବାରୁ ମଦ ବ୍ୟବସାୟୀଙ୍କ ଆକ୍ରମଣରେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅଙ୍ଗୁଳାଇ ସରପଞ୍ଚ ଦୁର୍ଗାବତୀ ପ୍ରଧାନଙ୍କ ସ୍ୱାମୀଙ୍କୁ ଗୁରୁତର ହୋଇପଡିଥିଲେ।। ଏହାପରେ ପ୍ରଶାସନ ସହିତ ଆଲୋଚନା ପରେ ଉକ୍ତ ମଦ ଦୋକାନକୁ ବନ୍ଦ କରାଯାଇଥିଲା ଯାହାକି ସ୍ଥାନୀୟ ଜନସାଧାରଣଙ୍କ ମନକୁ ସନ୍ତୋଷ ଦେଇଥିଲା।କିନ୍ତୁ ଚଳିତ ମାସରେ ଉକ୍ତ ମଦ ଦୋକାନଟି ପୁଣି ଖୋଲିବାରୁ ଏହାର ପ୍ରତିବାଦ କରି ସରପଞ୍ଚ ଦୁର୍ଗାବତୀ ପ୍ରଧାନଙ୍କ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନଶନ ଓ ଆତ୍ମାହୁତି କରିବା ଓ ଏହି ଆତ୍ମହତ୍ୟା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଥିଲେ।
Byte-ଦୁର୍ଗାବତୀ ପ୍ରଧାନ(ସରପଞ୍ଚ, ଅଙ୍ଗୁଳାଇ ଗ୍ରା.ପ)
Byte-ସ୍ନେହଲତା ସାମଲ(ସ୍ଥାନୀୟ ମହିଳା)
VO2-ଆଜି ପୂର୍ବାହ୍ନରୁ ମହିଳା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅନଶନ ସ୍ଥଳୀରେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଂଚିନଥିଲେ ଯେତେବେଳେ କି ଏହି ଅନଶନ ଓ ଆତ୍ମାହୁତି ବିଷୟରେ ପ୍ରଶାସନର ଜିଲ୍ଲାପାଳ,ଉପ-ଜିଲ୍ଲାପାଳ ଓ ଅବକାରୀ ନିରୀକ୍ଷକଙ୍କୁ ଭେଟି ମଦ ଦୋକାନକୁ ବନ୍ଦ କରିବା ପାଇଁ ଦାବି କରିଥିଲେ।ପୁର୍ବରୁ ପ୍ରଶାସନ ଜନସାଧାରଣଙ୍କ ଦାବିକୁ କର୍ଣ୍ଣପାତ କରିନଥିଲା। ଶହଶହ ମହିଳା ଉକ୍ତ ଦୋକାନ ସମ୍ମୁଖରେ ଅନଶନରେ ବସିଥିବା ବେଳେ ଏହି ମଦ ଦୋକାନକୁ ନଉଠାଇବା ପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି କହିଛନ୍ତି।ଅପରପକ୍ଷରେ ଜିଲ୍ଲା ଅବକାରୀ ଅଧିକାରୀ ଏହି ମଦ ଦୋକାନ ଖୋଲିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବାରୁ ଏଠାରେ ମଦ ଦୋକାନ ପୁନର୍ବାର ଖୋଲାଯାଇଛି ବୋଲି କହିଛନ୍ତି।
Byte-ଊର୍ମିଳା ମହାନ୍ତି(ସ୍ଥାନୀୟ ମହିଳା)
Byte-ଗୀତାଞ୍ଜଳି ବେହେରା(ସ୍ଥାନୀୟ ମହିଳା)
Byte-ବି.କେ. ସିଂହସାମନ୍ତ(ଅବକାରୀ ଅଧିକାରୀ)
FVO-ତେବେ ମଦ ଦୋକାନ ପ୍ରତି ଅନୁକମ୍ପା ସ୍ଥାନୀୟ ଲୋକଙ୍କ ମନରେ ଏକ ଆନ୍ଦୋଳନ ରୂପ ନେଇଥିବା ବେଳେ ପ୍ରଶାସନ ଏହାକୁ ସଠିକ ଭାବରେ ମୁକାବିଲା କରୁଛି ନା ରାଜକନିକା ନମତରା ଘଟଣାର ପୁନରାବୃତ୍ତି କରୁଛି ତାହା ଦେଖିବାକୁ ବାକି ରହିଲା।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.