ETV Bharat / state

ସମୁଦ୍ର ଆଁରୁ ସୁରକ୍ଷା ଦେବ ହେନ୍ତାଳବଣ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - "ମନ-କି-ବାତ"

ନଦୀ ଓ ସମୁଦ୍ର ଦାଉରୁ ରକ୍ଷା କରିବା ପାଇଁ ସୃଷ୍ଟି କରିଛନ୍ତି ହେନ୍ତାଳବଣ । 12 ବର୍ଷର ଉଜ୍ୟମ ପରେ ପ୍ରାୟ ୨୫ଏକର ଜମିରେ ସୃଷ୍ଟି ହୋଇପାରିଛି ବିସ୍ତୀର୍ଣ୍ଣ ହେନ୍ତାଳବଣ । ବିଜୟଙ୍କ ଏହି କାର୍ଯ୍ୟକୁ ନେଇ "ମନ-କି-ବାତ" ରେ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ହେନ୍ତାଳବଣ ସୃଷ୍ଟି କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜୟ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

author img

By

Published : May 10, 2021, 9:16 PM IST

କେନ୍ଦ୍ରାପଡ଼ା: ହେନ୍ତାଳବଣ ସୃଷ୍ଟି କରି ନିଜ ଜନ୍ମମାଟିକୁ ନଦୀ ଓ ସମୁଦ୍ର ଦାଉରୁ ରକ୍ଷା କରିବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ହାଟପାଟଣା ଗାଁର ବିଜୟ କୁମାର କବି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଂଜାମ ଜିଲ୍ଲାରେ ସମୁଦ୍ର ମାଡି ଆସୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଏକମାତ୍ର ବିକଳ୍ପ ଅଧିକରୁ ଅଧିକ ହେନ୍ତାଳବଣ ସୃଷ୍ଟି । ଓଡ଼ିଶାର 488କିଲୋମିଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧିରେଧିରେ ସମୁଦ୍ର ମାଡି ଆସୁଥିବା ତଥ୍ୟ କହୁଛି । ଯଦିଓ ସମୁଦ୍ର ଜୁଆର ମାଡକୁ ପ୍ରତିହତ କରିବାକୁ ସରକାର ବିଭିନ୍ନ ସି-ୱାଲ ନିର୍ମାଣ କରୁଛନ୍ତି କିନ୍ତୁ ଆନ୍ତରିକତା ଅଭାବ ଯୋଗୁଁ ହେନ୍ତାଳବଣ ସୃଷ୍ଟି ହୋଇପାରୁନାହିଁ ।

ହେନ୍ତାଳବଣ ସୃଷ୍ଟି କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜୟ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ତେବେ ଏଭଳି ସ୍ଥିତିରେ ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବିଜୟ ଓ ବଡ଼କୋଟ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରାୟ ୨୫ଏକର ଜମିରେ ସୃଷ୍ଟି ହୋଇପାରିଛି ବିସ୍ତୀର୍ଣ୍ଣ ହେନ୍ତାଳବଣ । ବିଜୟଙ୍କ ଏହି ପ୍ରଚେଷ୍ଟା ଫଳରେ ଦିନେ ହଂସୁଆ ନଦୀର ଆଁରେ ବିଲୀନ ହେବାକୁ ବସିଥିବା ବଡ଼କୋଟ ଗାଁ ଆଜି ରକ୍ଷା ପାଇପାରିଛି । ଯେଉଁଥିପାଇଁ କି ବିଜୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ବିଜୟ ଓ ବଡ଼କୋଟ ଗ୍ରାମବାସୀଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ "ମନ-କି-ବାତ" କାର୍ଯ୍ୟକ୍ରମରେ ମଧ୍ୟ ଉଭୟ ବିଜୟ ଓ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।

ଏପଟେ ସାନଭାଇର ଏଭଳି କାର୍ଯ୍ୟକଳାପରେ ସାରା ଗାଁ ଗର୍ବିତ ବୋଲି କହିଛନ୍ତି ବିଜୟଙ୍କ ବଡଭାଇ । ସେହିପରି ବିଜୟ ବହୁତ ପରୋପକାରୀ ଆଉ ପରିବେଶ ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହାର ପ୍ରତିଦାନ ତାଙ୍କୁ ମିଳିଛି ବୋଲି କହିଛନ୍ତି ତାଙ୍କ ପତ୍ନୀ ଅନୁପ୍ରଭା । ଦୁନିଆରେ କୌଣସି କାମ ଅସାଧ୍ୟ ନୁହେଁ, ଯଦି କୌଣସି କାମକୁ ସମସ୍ତେ ଏକତ୍ର ହୋଇ କରିବେ ତେବେ ନିଶ୍ଚିତ ଭାବେ କାର୍ଯ୍ୟଟି ଫଳପ୍ରସୂ ହେବ ଯାହାକି ବଡକୋଟ ଗ୍ରାମବାସୀମାନେ ପ୍ରମାଣିତ କରିଛନ୍ତି ।

ଏପଟେ ସବୁବେଳେ ଏବଂ ସବୁ ସମୟରେ କେବଳ ସରକାରଙ୍କୁ ଦୋଷାରୋପ ନକରି ନିଜେ କରି ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଜୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.