ETV Bharat / state

ରାଜ୍ୟ ବାହାରୁ ଆସିଥବା ପ୍ରବାସୀଙ୍କ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି - କେନ୍ଦ୍ରାପଡା ଖବର

ଜିଲ୍ଲାକୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ।

preparation-for-migrants-safety-in-kendrapara-under-process
ରାଜ୍ୟ ବାହାରୁ ଆସିଥବା ପ୍ରବାସୀଙ୍କ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି
author img

By

Published : May 4, 2020, 11:20 PM IST

Updated : May 5, 2020, 10:05 AM IST

କେନ୍ଦ୍ରାପଡା: ଜିଲ୍ଲାକୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ସୋମବାର ସୁଦ୍ଧା ଜିଲ୍ଲାର 249ଟି ଗ୍ରାମ ପଞ୍ଚାୟତରେ 1081ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇ 39,549ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧିନରେ 30ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ 1706ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।

ରାଜ୍ୟ ବାହାରୁ ଆସିଥବା ପ୍ରବାସୀଙ୍କ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି

ସେହିପରି କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ 300, ଓଡିଶା ଆଦର୍ଶ ବିଦ୍ୟାଳୟରେ 160, ସରକାରୀ ପଲିଟେକ୍ନିକ(ଛତା)ରେ 150, ପଟ୍ଟାମୁଣ୍ଡାଇ ଓବିସି ଛାତ୍ରାବାସରେ 150, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ 130ଟି ପୃଥକୀକରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ସରକାରୀ ପଲିଟେକ୍ନିକ(ଛତା)ଠାରେ 110 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ଖୋଲାଯାଇ ସେଥିରେ 100ଟି ଶଯ୍ୟା ଓ 10ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ।

kendrapara latest news, preparation for migrants in kendrapara, kendrapara district administration, kendrapara health service, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ପ୍ରବାସୀଙ୍କ ପାଇଁ ସୁରକ୍ଷା ପ୍ରସ୍ତୁତି, କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡାରେ ସ୍ବାସ୍ଥ୍ୟ ବ୍ୟବସ୍ଥା
ରାଜ୍ୟ ବାହାରୁ ଆସିଥବା ପ୍ରବାସୀଙ୍କ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି କଡାକଡି

ସୋମବାର ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା 714ଜଣଙ୍କୁ ବିଭିନ୍ନ ବ୍ଲକ ମାଧ୍ୟମରେ ନିଜ ନିଜ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ସେହିପରି ତାଲାବନ୍ଦ ଆଇନ ଉଲ୍ଲଂଘନ କରି 154ଜଣ ଅଭିଯୁକ୍ତଙ୍କ ନାମରେ 88ଟି ମାମଲା ରୁଜୁ ହୋଇଛି । ଏଥିସହ ଅଭିଯୁକ୍ତଙ୍କଠାରୁ 69ଟି ବାଇକ, 10ଟି ଚାରି ଚକିଆ ଓ 2ଟି ଅଟୋରିକ୍ସା ଜବତ କରାଯିବା ସହ 3,01,500ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଅନ୍ୟପଟେ ଦୁଇଟି ମ୍ୟୁନିସିପାଲିଟି ଅଧିନସ୍ଥ 696ଜଣ ପଞ୍ଜୀକୃତ ରାସ୍ତା କଡ ଉଠା ଦୋକାନୀଙ୍କୁ 3ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 5, 2020, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.