ETV Bharat / state

ସଚିବଙ୍କ ଗସ୍ତ ପରେ ବଢିଲା ଆଶା, ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା

author img

By

Published : Apr 30, 2023, 9:43 AM IST

Updated : Apr 30, 2023, 2:30 PM IST

ଖୁବଶୀଘ୍ର ଶିଳ୍ପ ଦେଖିବ କେନ୍ଦ୍ରାପଡା । 5T ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ପରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ବଢିଲା ଆଶା । ଅଧିକ ପଢନ୍ତୁ

ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା
ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା
ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା

କେନ୍ଦ୍ରାପଡା: ଜୀବନ୍ତ ହେଉଛି କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପର ଆଶା । ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା । ଶିଳ୍ପ ବିହୀନ ଜିଲ୍ଲାରେ ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏବଂ ଏବେ 5T ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ଆଡୋଇ ଠାରେ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଶିଳ୍ପ ବିହୀନ ଜିଲ୍ଲା ପାଇଁ ନୂଆ ଦିଗ ଦେଖାଉଛି । ସଚିବଙ୍କ ଗସ୍ତ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଶିଳ୍ପକୁ ନେଇ ଆଶା ବଢିଛି ।

କେନ୍ଦ୍ରାପଡା ଜିଲ୍ଲାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜାପାନର ନିପ୍ପନ କମ୍ପାନୀ । ଏନେଇ ଆର୍ସେଲର ମିତ୍ତଲ ସହ ପୂର୍ବରୁ ଚୁକ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ସମୟରେ ବାର୍ଷିକ ୩୦ ନିୟୁତ ଟନ ଉତ୍ପାଦନ ପାଇଁ ଚୁକ୍ତିପତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଜିଲ୍ଲାକୁ ଦୁଇ ଦିନିଆ ତୋଫାନୀ ଗସ୍ତରେ ଆସି ଏହି ଶିଳ୍ପର ଆଶାକୁ ଦୃଢ଼ କରିଛନ୍ତି । ଜିଲ୍ଲାର ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଏକପ୍ରକାର ନିଶ୍ଚିତ ହୋଇଥିବାରୁ ଏହାକୁ ନେଇ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଶିଳ୍ପବିହୀନ ଜିଲ୍ଲାର ଶିରପ୍ପା ଧାରଣ କରିଥିବା କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ସହ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ ବୋଲି ଜିଲ୍ଲାବାସୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍କିଲ୍‌କାର୍ଟ ସହ ମୋ କଲେଜର ଏମଓୟୁ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଦିଆଯିବ ପ୍ରଶିକ୍ଷଣ

ପ୍ରକାଶଥାଉ କି, 5T ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତର ପ୍ରଥମ ଦିନରେ ହିଁ ମହାକାଳପଡା ବ୍ଲକ ପେଟଛେଲା ପଞ୍ଚାୟତ ଆଡୋଇ ଠାରେ ପହଞ୍ଚିଥିଲେ । ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବା ସ୍ଥାନର ଭୌଗୋଳିକ ସ୍ଥିତି ବିଷୟରେ ଟ୍ରାଇପଏଡ ନକ୍ସାରେ ଅନୁଧ୍ୟାନ କରିଥିଲେ । ଏହାବ୍ୟତୀତ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ମୁରବୀମାନଙ୍କ ସହିତ କଥାହେବା ଏବଂ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ପାଣ୍ଡିଆନ । ଏହାକୁ ନେଇ ମହାକାଳପଡାବାସୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଶିଳ୍ପର ସ୍ୱପ୍ନ ସ୍ବପ୍ନରେ ରହି ନଯାଉ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 30, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.