ETV Bharat / state

ବିଜେଡି ବନାମ ବୈଜୟନ୍ତ: କାହା ମୁଣ୍ଡରେ ସୁନା କଳସ ଢାଳିବେ କେନ୍ଦ୍ରାପଡାବାସୀ - BJP

କେନ୍ଦ୍ରାପଡାରେ ଚାଲିଛି ବିଜେଡି-ବୈଜୟନ୍ତ ଲଢେଇ । ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇବ ଏହି ଲଢେଇ । ଜିଲ୍ଲାକୁ ମାରାଥନ ଗସ୍ତରେ ଆସୁଛନ୍ତି ଉଭୟ ଦଳର ଟପ ନେତା । ଗତକାଲି ବିଜେଡି ସୁପ୍ରିମୋଙ୍କ ପରେ ଆଜି ଅପରାହ୍ଣରେ ଆସିବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 11, 2019, 1:30 PM IST

କେନ୍ଦ୍ରାପଡା: ବାଜିଯାଇଛି ନିର୍ବାଚନର ବିଗୁଲ । ଘୋଷଣା ହୋଇଛି ମତଦାନ ତାରିଖ । ଲାଗୁ ହୋଇଛି ନିର୍ବାଚନୀ ଆଦର୍ଶ ଆଚରଣ ବିଧି । ଏହାସହ ଚାଲିଛି ଜୋରଦାର ପ୍ରଚାର । ଖରାର ପ୍ରକୋପ ସହ ସହ ତାଳ ଦେଇ ବଢୁଛି ରାଜନୈତିକ ଉତ୍ତାପ । ଆଉ କେନ୍ଦ୍ରାପଡାରେ ଚାଲିଛି ବିଜେଡି-ବୈଜୟନ୍ତ ଲଢେଇ ।

ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇବ ଏହି ଲଢେଇ । ଜିଲ୍ଲାକୁ ମାରାଥନ ଗସ୍ତରେ ଆସୁଛନ୍ତି ଉଭୟ ଦଳର ଟପ ନେତା । ଗତକାଲି ବିଜେଡି ସୁପ୍ରିମୋଙ୍କ ପରେ ଆଜି ଅପରାହ୍ଣରେ ଆସିବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ । ଭବ୍ୟ ସ୍ବାଗତ କରିବାକୁ ବିଜେପି ପୁରା ପ୍ରସ୍ତୁତ । ଦିନେ ନବୀନ ସରକାରଙ୍କ ଗୁଣ ଗାଇ ଭୋଟ ହାତେଇଥିବା ବୈଜୟନ୍ତ ଆଜି ସରକାରର ବଦଗୁଣ କହିବେ ।

ଗତକାଲି ଜିଲ୍ଲାର ବାରୋଠାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମିଶନଶକ୍ତି ସମାବେଶ ମାଧ୍ୟମରେ ପ୍ରାୟ ଏକ ଲକ୍ଷ ମହିଳାଙ୍କୁ ଏକଜୁଟ କରିଛନ୍ତି । ଏହାସହ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଦଳର ପ୍ରଚାର ଆରମ୍ଭ କରିଦେଇଛନ୍ତି । ମହିଳା ଶକ୍ତିର ନାରା ଦେଇ ନିର୍ବାଚନୀ ପ୍ରଚାର କରୁଛି ଦଳ । ଆଚରଣବିଧିର କିଛି ଘଣ୍ଟା ଆଗରୁ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମହିଳା କାର୍ଡ । କାଳିଆ ଯୋଜନା ପରେ ଲୋକସଭାରେ ୩୩% ମହିଳା ସଂରକ୍ଷଣ । ଯୋଜନା ପରେ ଯୋଜନା କରି କେନ୍ଦ୍ରାପଡାବାସୀଙ୍କୁ କରୁଛନ୍ତି ଆକୃଷ୍ଟ ।

ତେବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ବିଜେପିରେ ଯୋଗଦାନ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ବିଜେଡି ମହଲରେ ଆଶଙ୍କା ଆଣିଦେଇଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ମାସରେ ଜିଲ୍ଲାକୁ ଦୁଇ ଦୁଇ ଥର ଗସ୍ତ କରିଲେଣି । ତେବେ ପଣ୍ଡାଙ୍କର ବିଜେପିରେ ଯୋଗଦାନ ନେଇ ଜିଲ୍ଲା ରାଜନୀତି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମୁହଁଟାଣ ଦେଖାଉଥିବା ବିଜେଡି ନେତା ଭିତରେ ଭିତରେ କିନ୍ତୁ ଭୀତତ୍ରସ୍ତ ।

ଏଭଳି ପରିସ୍ଥିତିରେ ଆଜି ଅପରାହ୍ନରେ ଜିଲ୍ଲା ଗସ୍ତରେ ଆସୁଛନ୍ତି ବିଜେପିରେ ନୂଆ କରି ଯୋଗଦେଇଥିବା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତାଙ୍କୁ ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି । ଆଜି ଅପରାହ୍ନରେ ବୈଜୟନ୍ତଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଠାରୁ ବଳଦେବଜିୟୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଆଣିବାର କାର୍ଯ୍ୟକ୍ରମ ରହିଛି । ମାଉସୀ ମାଆ ମନ୍ଦିର ନିକଟରେ ଏକ ବିଶାଳ ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କ ଉପରେ ବିଜେଡିର ପୂର୍ବତନ ସାଂସଦ କଣ ବର୍ଷୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ପୂର୍ବରୁ ଗତ ୨୮ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ନିଲମ୍ବିତ ଦାମୋଦର ରାଉତ ଓଡିଶା ସୂଚନା ଅଧିକାର ଅଭିଯାନରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେହିଭଳି ମାର୍ଚ୍ଚ ୮ ତାରିଖ ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରତି ଥିବା ବୈମାତୃକ ମନୋଭାବ ଉପରେ ଟିପ୍ପଣୀ ଦେଇଥିଲେ । ଏହାସହ ରାଜ୍ୟରେ ବଢୁଥିବା ଦୁଷ୍କର୍ମ, ହତ୍ୟା ଓ ଲୁଟ ପାଇଁ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଥିଲେ ।

ବିରୋଧୀ ନେତାଙ୍କର ଘନ ଘନ ଟାର୍ଗେଟର ଶିକାର ହେବା ପରେ ବିଜେଡି ନିଜର ଏକମାତ୍ର ନିର୍ଭରଯୋଗ୍ୟ ନେତା ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଜିଲ୍ଲାରେ ନିଜର ଭାବମୂର୍ତ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି । ଦିନେ ବୈଜୟନ୍ତଙ୍କର ଅତି ପାଖଲୋକ ଓ କର୍ମଚାରୀ ଥିବା ଦେବୁ ମଲ୍ଲିକ ବିଜେଡିର ଯୋଗ ଦେବା ପରେ ବୈଜୟନ୍ତଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି । ୨୦୧୪ ମସିହା ପରଠାରୁ ବୈଜୟନ୍ତ ବିଜେପିର ମୁଖପାତ୍ର ଭାବରେ କାମ କରୁଥିଲେ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ବା ମୁଖପାତ୍ର ହେବା ପରେ ସ୍ୱାଭିମାନୀ ଓଡିଶାବାସୀ ତଥା କେନ୍ଦ୍ରାପଡାର ବିଜୁପ୍ରେମୀ ଭୋଟର ଉଚିତ ସମୟରେ ବୈଜୟନ୍ତଙ୍କୁ ଉଚିତ ଉତ୍ତର ଦେବେ ବୋଲି କହିଛନ୍ତି ଦେବୁ । ଆହୁରି ମଧ୍ୟ ବିଜେପି ସହିତ ପଣ୍ଡାଙ୍କର ଥିବା ଅବୈଧ ସମ୍ପର୍କ ବିଜେପିରେ ବୈଜୟନ୍ତ ଯୋଗଦେବା ପରେ ସମ୍ପର୍କ ବୈଧ ହେଲା ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୈଜୟନ୍ତ ବିଜେପିରେ ମିଶିବାକୁ ନେଇ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ପଣ୍ଡାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବିଶ୍ୱାସଘାତକ କହିଛନ୍ତି । ଏହାସହ ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ଓ ସମାଲୋଚନା କରୁଥିବା ବ୍ୟକ୍ତିକୁ କେନ୍ଦ୍ରାପଡା ଜନସାଧାରଣ କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି କହିଛନ୍ତି । ବିଜେପିରେ ବୈଜୟନ୍ତ ମିଶିଥିଲେ ମଧ୍ୟ ଏଥର ନିର୍ବାଚନରେ ଜିଲ୍ଲାରେ ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ବୈଜୟନ୍ତ ବିଜେପିରେ ଯୋଗଦେବା ପରେ ଅନ୍ୟପଟେ ପୂର୍ବତନ କେନ୍ଦ୍ରାପଡା ବିଜେପି ସାଂସଦ ଓ ରାଜନଗର ବିଧାୟକ ପ୍ରାର୍ଥୀ ଜ୍ଞାନଦେଵ ବେଉରା ଦଳ ତ୍ୟାଗ କରି କଂଗ୍ରେସରେ ମିଶିଛନ୍ତି । ଏହିଥିରୁ ସୁସ୍ପଷ୍ଟ ଯେ କେନ୍ଦ୍ରାପଡା ବିଜେପିରେ ଫାଟ ଅଛି। ଯେଉଁଥିପାଇଁ ବାରମ୍ବାର ଦଳୀୟ ନେତୃବୃନ୍ଦଙ୍କ ମଧ୍ୟରେ ନାନା ବାଧା ଉପୁଜୁଛି । ତେଣୁ ବିଜେପି ନିଜ ଘର ଆଗ ସଜାଡୁ ବୋଲି କହିଛନ୍ତି ଧ୍ରୁବ ।

ଗୋଟିଏପଟେ ନବୀନ ବିଭିନ୍ନ ଯୋଜନାମାନ ତିଆରି କରି କେନ୍ଦ୍ରାପଡାବାସୀ ତଥା ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେଉଛନ୍ତି । ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତଙ୍କର ଲୋକସମ୍ପର୍କକୁ ନେଇ ରାଜନୀତି ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଗତକାଲି ଓ ଆଜିର ସମାବେଶ ମଧ୍ୟରେ କିଏ କାହାଠାରୁ ଭାରୀ ପଡୁଛି ତାହା ସମୟ କହିବ । ଏବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଜିଲ୍ଲାବାସୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ସ୍ଲଗ- ବଢୁଛି ଅପରାଧ। ରାତି ଅଧରେ ପରିବାରକୁ ଲୁଟିଲେ ଲୁଟେରା।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 10/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଗୁଳି ଫୁଟୁଛି ତା ପୁଣି କେତେବେଳେ ଖଣ୍ଡା ବୁଲୁଛି। ଏମିତି ଏକ ପରିସ୍ଥିତିରେ ପୋଲିସ ପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଏକ ଅପରାଧିକ କାର୍ଯ୍ୟ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଗୋଟିଏ ପରିବାରକୁ ଲୁଟ କରିଥିବା ବେଳେ ଘରର ମୁରବୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ସୋର ଥାନା ୧୬ନଂ ଜାତୀୟ ରାଜପଥ ବାହାନଗା ଡାକ୍ତରଖାନା ସମ୍ମୁଖରେ ଲୁଟେରାମନେ ଲୁଟିଛନ୍ତି। ଲୁଟେରା ମାନେ ବିଳମ୍ବିତ ରାତ୍ରିରେ ଘରେ ପସି ବନ୍ଧୁକ ଭୁଜାଲି ଦେଖାଇ ୭୦ ହଜାର ଟଙ୍କା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଘରର ମୁରବୀଙ୍କ ତିନିଟି ଆଙ୍ଗୁଳି କଟି ଯାଇଛି। ବିଳମ୍ବିତ ରାତିରେ ଚାରି ଦୁବୁର୍ତ୍ତ ମାନେ ମୁହଁରେ କଳାକନା ଗୁଡାଇ ବାହାନଗା ଦିଲ୍ଲୀପ ସ ଙ୍କ କବାଡି ଦୋକାନରେ ପସି ଏକା ଥିବା ଭୋଗରାଇ ଅଞ୍ଚଳର କର୍ମଚାରୀ ହରେକୃଷ୍ଣ ପ୍ରଧାନଙ୍କୁ ଭୁଲି ବନ୍ଧୁକ ଦେଖାଇ ଗହଣା ଓ ଟଙ୍କା ଦେବାକୁ ଧମକ ଦେଇଥିଲେ।  ଏଥିରେ ହରେକୃଷ୍ଣ ପ୍ରତିବାଦ କରିଥିଲେ।  ଦୁବୁର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ହରେକୃଷ୍ଣ ଙ୍କତିନି ଆଙ୍ଗୁଳିକୁ ହାଣି ଦେଇଥିଲେ। ହରେକୃଷ୍ଣ ଚିତ୍କାର କରି ବାରୁ ତାଙ୍କର ଛୋଟ ଝିଅ ଓ ସ୍ତ୍ରୀ ପଦାକୁ ବାହାରି ଚିତ୍କାର କରିଥିଲେ। ଚାରି ଦୁବୁର୍ତ୍ତ ଭୟରେ ବିଲରେ ଦୌଡ଼ି ପଳାଇ ଯାଇଥିଲେ।  ସୋର ପୁଲିସ ତଦନ୍ତ କରିଥିଲେ ବି ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.