କେନ୍ଦ୍ରାପଡା: ଶୌଚ ହେବାପାଇଁ ଯାଇଥିବା ଯୁବକଙ୍କୁ ପୋଲିସ ମାଡ଼ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ପକ୍ଷରୁ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ଶୌଚ ହେବାକୁ ଯାଇଥିବା ଗୋଗୁଆ ଗାଁର ନିତ୍ୟାନନ୍ଦ ଜେନା ନାମକ ଜଣେ ଯୁବକକୁ ଅଟକାଇ, କୁଆଡେ ଯାଇଥିଲୁ ବୋଲି ପଚାରି ନିସ୍ତୁକ ମାଡ଼ ମାରିଥିଲା ପୋଲିସ । ମାଡ ଦାଉରୁ ରକ୍ଷା ପାଇବା ପାଇଁ ନିତ୍ୟାନନ୍ଦ ଦୌଡ଼ି ପଳାଉଥିବା ବେଳେ ତଳେ ପଡି ଗୁରୁତର ହୋଇଥିଲେ । କିନ୍ତୁ ପୋଲିସ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କୁ ସେଠି ଛାଡି ପଳାଇଥିଲା ।
ଏନେଇ ଗ୍ରାମ ମୁରବି ପୋଲିସ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ପୋଲିସ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ