ETV Bharat / state

ଫେଲ ମାରିଛି PM SVANidhi ସ୍କିମ, କରଜରେ ଉବୁଟୁବୁ ଉଠାଦୋକାନୀ - ପିଏମ ଏସଭିଏ ସ୍କିମ

ବିଶ୍ବରେ ଜାରି ରହିଛି କୋରୋନା ମହାମାରୀର କୋପ । ଲାଗୁ ନାହିଁ ସଂକ୍ରମଣରେ ବ୍ରେକ । ଫଳରେ ସରକାର ଲାଗୁ କରୁଛନ୍ତି ଲକଡାଉନ-ସଟଡାଉନ । ତେବେ ତାଲାବନ୍ଦ ଯୋଗୁଁ ବ୍ୟବସାୟିକ କ୍ଷେତ୍ରରେ ଗଭୀର ପ୍ରଭାବିତ ହେଉଛନ୍ତି ରାସ୍ତାକଡର ଉଠାଦୋକାନୀ । ତେବେ କେନ୍ଦ୍ରାପଡାରେ ଏହା କେତେ ସୁଫଳ ହୋଇଛି ଓ ମ୍ୟୁନସିପାଲଟି ଅଧିନରେ କେତେଜଣ ଏହାଦ୍ୱାରା ଲାଭାନ୍ବିତ ହୋଇଛନ୍ତି ଆସନ୍ତୁ ଦେଖିବା ଏହି ସ୍ବତନ୍ତ୍ର ରିପୋର୍ଟ...

କେନ୍ଦ୍ରାପଡ଼ାରେ ଫେଲ ମାରିଛି ପିଏମ ଏସଭିଏ ସ୍କିମ, କରଜରେ ଉବୁଟୁବୁ ଉଠାଦୋକାନୀ

author img

By

Published : May 15, 2021, 7:26 PM IST

Updated : May 15, 2021, 8:17 PM IST

କେନ୍ଦ୍ରାପଡା: ଗତବର୍ଷଠାରୁ ବିଶ୍ବରେ ଜାରି ରହିଛି କୋରୋନା ମହାମାରୀର କୋପ । ଲାଗୁ ନାହିଁ ସଂକ୍ରମଣରେ ବ୍ରେକ୍ । ଫଳରେ ସରକାର ଲାଗୁ କରୁଛନ୍ତି ଲକଡାଉନ-ସଟଡାଉନ । ଲକଡାଉନ ଫଳରେ ବ୍ୟବସାୟିକ କ୍ଷେତ୍ରରେ ଗଭୀର ପ୍ରଭାବିତ ହେଉଛନ୍ତି ରାସ୍ତାକଡର ଉଠାଦୋକାନୀ । ବିଭିନ୍ନ ଛୋଟମୋଟ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ରାସ୍ତାକଡ଼ ଦୋକାନୀ ଆତ୍ମନିର୍ଭର ହେବାପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ PM Street Vendor's AtmaNirbhar Nidhi (PM SVANidhi) ଯୋଜନା । ଓଡ଼ିଶାର ସର୍ବ ପୂରାତନ ମ୍ୟୁନସିପାଲଟି ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ମ୍ୟୁନସିପାଲଟି ଅଧିନରେ ଥିବା ଷ୍ଟ୍ରିଟଭେଣ୍ଡରମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଜିଲ୍ଲାରେ ଫେଲ ମାରିଛି ଏହି ଯୋଜନା ।

ଫେଲ ମାରିଛି PM SVANidhi ସ୍କିମ, କରଜରେ ଉବୁଟୁବୁ ଉଠାଦୋକାନୀ

ମ୍ୟୁନସିପାଲଟି ଅଧିନ ତିନିମୁହାଣୀ, ସାନ୍ତସାହି ଛକ, ବଡ଼ହାଟ ଓ ଗୋପ ଇତ୍ୟାଦି ସ୍ଥାନରେ କାହିଁ କେତେ ଦିନରୁ ଉଠାଦୋକାନୀମାନେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତବର୍ଷ ମାର୍ଚ୍ଚ ମାସରୁ କୋଭିଡ ଲାଗି ତାଲାବନ୍ଦ ପାଇଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ତେବେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ମ୍ୟୁନସିପାଲଟି ଅଧିନ ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରୁଥିବା ଏହି ଉଠା ଦୋକାନୀ ବା ଷ୍ଟ୍ରିଟଭେଣ୍ଡରମାନଙ୍କ ଆତ୍ମନିର୍ଭଶୀରଳତା ପାଇଁ ଗତବର୍ଷ ଜୁନ ୧ ତାରିଖରେ ଘୋଷଣା କରାଗଲା ପିଏମ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି ଯୋଜନା ।

ଏହି ଯୋଜନାରେ ମ୍ୟୁନସିପାଲଟି ପକ୍ଷରୁ ଉଠା ଦୋକାନୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ମ୍ୟୁନସିପାଲଟି ସହଯୋଗରେ ଏମାନେ ବ୍ୟାଙ୍କରୁ ୧୦ ହଜାର ଟଙ୍କା ଋଣ ନେଇ ଆତ୍ମନିର୍ଭରଶୀଳ ହେବେ ଓ ଏକବର୍ଷ ମଧ୍ୟରେ ଏହି ଋଣ ପୈଠ କଲେ ପୁନର୍ବାର ଅଧିକ ଋଣ ନେଇପାରିବେ ବୋଲି ଉକ୍ତ ନିର୍ଦ୍ଦେଶାନାମାରେ ଲେଖାଯାଇଛି । ତେବେ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧିନରେ ରହିଥିବା ବ୍ୟବସାୟୀ ତଥା ଚା ଦୋକାନୀ, ଫୁଲ ଦୋକାନୀ, ପରିବା ବିକାଳୀ ଓ ଦହିବରା ବେପାରୀ ଇତ୍ୟାଦି ଏହି ଯୋଜନାରେ ଟଙ୍କାଟିଏ ପାଇନଥିବା ଅଭିଯୋଗ କରିଛନ୍ତି ।

ଯୋଜନା କେଵଳ ଥିଲାଵାଲାଙ୍କ ପାଇଁ ବୋଲି ଏହି ଉଠା ଦୋକାନୀ ବ୍ୟବସାୟୀମାନେ ଅଭିଯୋଗ କରିବା ସହ ସେମାନଙ୍କୁ ଗତ କିଛିମାସ ତଳେ ମ୍ୟୁନସିପାଲଟି ପକ୍ଷରୁ ପରିଚୟପତ୍ର ଯୋଗାଇ ଦିଆଯାଇଥିବା ବେଳେ ପିଏମ ଏସଭିଏ ନିଧିରୁ ସେମାନେ ଋଣ ପାଇଁ ଆବେଦନ କରୁଥିଲେ ମଧ୍ୟ ମ୍ୟୁନସିପାଲଟି ପକ୍ଷରୁ ସେମାନଙ୍କୁ ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଅପରପକ୍ଷରେ କେନ୍ଦ୍ରାପଡ଼ା ମ୍ୟୁନସିପାଲଟି ଅଧୀନରେ ବ୍ୟବସାୟ କରୁଥିବା ମୋଟ ୧୯୮ ଜଣ ବ୍ୟବସାୟୀ ଏହି ଯୋଜନାରେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୩୩ ଜଣଙ୍କୁ ଚିହ୍ନଟ କରାଯାଇ ୧୧୮ ଜଣଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା କୁହନ୍ତି ପୌର ନିର୍ବାହୀ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 15, 2021, 8:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.