ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରୁ ପ୍ରବାସୀଙ୍କ ବିଦାୟ ସମୟରେ ବୃକ୍ଷରୋପଣ - migrant farewell in kendrapada

କେନ୍ଦ୍ରାପଡାରେ ପ୍ରବାସୀ ବିଦାୟ ସମୟରେ ବୃକ୍ଷରୋପଣ । ଜିଲ୍ଲାର 88 ଜଣ ପ୍ରବାସୀ ନିଜ ଘରକୁ ଫେରିବା ସମୟରେ ସରପଞ୍ଚ ପ୍ରବାସୀ ଓଡିଆ ମାନଙ୍କୁ ଫୁଲମାଳ ପିନ୍ଧାଇବା ସହିତ ସେମାନଙ୍କ ହାତରେ ବୃକ୍ଷ ରୋପଣ କରିଥିଲେ। ଅଧିକ ପଢନ୍ତୁ...

plantion-trees-during-the-migrant-farewell-in-kendrapada
କ୍ବାରେଣ୍ଟାଇନ ସେଣ୍ଟରରୁ ପ୍ରବାସୀଙ୍କ ବିଦାୟ ସମୟରେ ବୃକ୍ଷରୋପଣ
author img

By

Published : Jun 21, 2020, 2:47 AM IST

କେନ୍ଦ୍ରାପଡା: ପ୍ରବାସୀଙ୍କ ବିଦାୟ ସମୟରେ କ୍ବାରେଣ୍ଟାଇନ ସେଣ୍ଟରରେ ବୃକ୍ଷରୋପଣ । ମହାମାରୀ କୋରୋନା ପାଇଁ ବିଭିନ୍ନ ରାଜ୍ୟରେ ରହି କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ଜିଲ୍ଲା ପ୍ରଶାସନ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପରେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ 14ଦିନିଆ ସରକାରୀ ସଙ୍ଗରୋଧରେ ରଖାଯାଇଥିଲେ ।

କ୍ବାରେଣ୍ଟାଇନ ସେଣ୍ଟରରୁ ପ୍ରବାସୀଙ୍କ ବିଦାୟ ସମୟରେ ବୃକ୍ଷରୋପଣ

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ବଳିପାଳ ପଞ୍ଚାୟତର ହୋଇଥିବା 6 ଗୋଟି କ୍ବାରେଣ୍ଟାଇନ ସେଣ୍ଟର ମଧ୍ୟରୁ ଦୁଇଟି କ୍ବାରେଣ୍ଟାଇନ ସେଣ୍ଟରରେ 14 ଦିନ ରହିବା ପରେ ଶନିବାର 88 ଜଣ ପ୍ରବାସୀ ଓଡିଆ ସେମାନଙ୍କ ଘରକୁ ଫେରିଛନ୍ତି।ଏହି 88 ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରେ ପଡୋଶୀ ପୁରୀ ଜିଲ୍ଲାର କିଛି ପ୍ରବାସୀଙ୍କ ସହିତ ଆଳି,ରାଜକନିକା,ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡା ବ୍ଲକର ଶ୍ରମିକମାନେ ରହିଥିଲେ। ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସମସ୍ତ ନିୟମ ମାନି 88 ଜଣ ପ୍ରବାସୀ ନିଜ ଘରକୁ ଫେରିବା ସମୟରେ ବଳିପାଳ ପଞ୍ଚାୟତର ସରପଞ୍ଚ ପ୍ରବାସୀ ଓଡିଆ ମାନଙ୍କୁ ଫୁଲମାଳ ପିନ୍ଧାଇବା ସହିତ ସେମାନଙ୍କ ହାତରେ ବୃକ୍ଷ ରୋପଣ କରିଥିଲେ।

ତେବେ ପ୍ରବାସୀ ଓଡିଆ ମାନେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସ୍ୱାଇଁଙ୍କ ଏଭଳି ମହତ ଉଦ୍ଦେଶ୍ୟ ପାଇଁ ଧନ୍ୟବାଦ ଜଣାଇବା ସହିତ ଏହି ସଙ୍ଗରୋଧ କେନ୍ଦ୍ର ଓ ବୃକ୍ଷରୋପଣ ସେମାନଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.