ETV Bharat / state

Inspirational News: ମନୋବଳ ଆଗରେ ହାରିଲା ଦୂରାରୋଗ୍ଯ, ନିଜ ଦମ୍ଭରେ ଉଡାଣ ଭରୁଥିବା ମଣିଷ ସମ୍ବିତ - ସଫଳ ସମ୍ବିତ ସାହୁ

ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୂରାରୋଗ୍ଯ ସ୍ପାଇନାଲକର୍ଡ ଇନଫେକ୍ସନ ଟ୍ରାନ୍ସଭର୍ସ ଭାଇଲାଇଟ୍ସ । ଏହି ରୋଗ କେନ୍ଦ୍ରାପଡାର ଯୁବକ ସମ୍ବିତଙ୍କୁ ଶାରୀରିକ ଅକ୍ଷମ କରିଦେଇଛି ସତ କିନ୍ତୁ ଦୃଢ ମନୋବଳ ପାଇଁ ସେ ପାଇଛନ୍ତି ନୂଆ ପରିଚୟ । ଅଧିକ ପଢନ୍ତୁ

ନିଜ ଦମ୍ଭରେ ଉଡାଣ ଭରୁଥିବା ମଣିଷ ସମ୍ବିତ୍‌
ନିଜ ଦମ୍ଭରେ ଉଡାଣ ଭରୁଥିବା ମଣିଷ ସମ୍ବିତ୍‌
author img

By

Published : Dec 13, 2021, 9:15 PM IST

କେନ୍ଦ୍ରାପଡା: ବଡ଼ହାଟର କୈଳାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସମ୍ବିତ୍ କୁମାର ସାହୁ, ବୟସ ୨୧ । ସମ୍ବିତ୍ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍ ସ୍ପାଇନାଲକର୍ଡ ଭାଇରାଲ୍ ଇନଫେକ୍ସନ୍ ଟ୍ରାନ୍ସଭର୍ସ ଭାଇଲାଇଟ୍ସ ଭଳି ଦୂରାରୋଗ୍ଯରେ ପିଡିତ ହେଲେ । ତାଙ୍କ ଅଣ୍ଟା ପାଖରୁ ତଳକୁ ଦୁଇଟି ଯାକ ଗୋଡ ଅଚଳ ହୋଇଗଲା । ମେଡିକାଲ ଦଉଡି ଦଉଡି କିଛି ସୁଫଳ ମିଳିଲାନି । ସବୁଦିନ ପାଇଁ ଟ୍ରାଇସାଇକେଲକୁ ଭରସା କରିବାକୁ ପଡିଲା ସମ୍ବିତଙ୍କୁ । ପ୍ରତିଦିନ ନିଜର ନିତ୍ୟକର୍ମ ପାଇଁ ପରିବାର ଉପରେ ବୋଝ ହେଲେ ସମ୍ବିତ୍ । ହେଲେ ଏଭଳି ଶାରୀରିକ ଅସୁସ୍ଥତା ସତ୍ତ୍ବେ ବେଶ୍ ମନ ଲଗାଇ ପାଠ ପଢୁଥିଲେ ସେ ।

ନିଜ ଦମ୍ଭରେ ଉଡାଣ ଭରୁଥିବା ମଣିଷ ସମ୍ବିତ୍‌

ଶାରୀରିକ ଅସୁସ୍ଥତା ସତ୍ତ୍ବେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିବା ପରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ପୁଣି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରୁଛନ୍ତି । ଏପଟେ କ୍ୟାମ୍ପସରେ ୩ଟି କମ୍ପାନୀରୁ ଅଧିକ ଦରମାରେ ଚାକିରୀ କରିବା ପାଇଁ ସମ୍ବିତଙ୍କୁ ସିଲେକ୍ସନ କରିଛନ୍ତି । ସମ୍ବିତଙ୍କ ସଫଳତା ପଛରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ହାତଥିବା କହିଛନ୍ତି ସମ୍ବିତଙ୍କ ପରିବାର ଲୋକେ ।

ଘରେ ସମ୍ବିତଙ୍କ ମାଆ ପ୍ରତିଦିନ ପୁଅର ନିତ୍ଯକର୍ମ କରାଇ ଦେବା ବେଳେ ମାନସିକ କଷ୍ଟ ପାଉଥିଲେ ମଧ୍ୟ ପୁଅର ଭବିଷ୍ୟତକୁ ଦେଖି ବହୁତ ଖୁସି ଥିବା କହିଛନ୍ତି । ଅପରପକ୍ଷରେ ସମ୍ବିତ୍ ମଧ୍ୟ ନିଜଭଳି ଶାରୀରିକ ଅକ୍ଷମ ମାନଙ୍କ ଚିକିତ୍ସା ପାଇଁ ଭବିଷ୍ୟତରେ ସହଯୋଗର ହାତ ବଢେଇବେ ବୋଲି ଆଶା ରଖିଛନ୍ତି । ଅନ୍ୟପଟେ ସମ୍ବିତଙ୍କ ପାଖରେ ଏଭଳି ପ୍ରତିଭା ଦେଖି ଦେଶର ବିଭିନ୍ନ ବଡ଼ବଡ଼ କମ୍ପାନୀ ସମ୍ବିତଙ୍କୁ ଚାକିରୀ ଅଫର କରୁଥିବା ବେଳେ ଚାକିରି ପାଇଁ ଏବେ ସମ୍ବିତ ଚିନ୍ତା କରିନଥିବା କହିଛନ୍ତି ।

ଦୃଢ ମନୋବଳ ଆଗରେ ହାରମାନିଛି ଦୂରାରୋଗ୍ଯ । ରୋଗକୁ ଖାତିରି ନକରି କଠିନ ପରିଶ୍ରମ କରି ସମସ୍ତଙ୍କ ପାଇଁ ଆଜି ଉଦାହରଣ ସାଜିଛନ୍ତି ସମ୍ବିତ୍ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.