ETV Bharat / state

ଦିବ୍ୟାଙ୍ଗ ଛାତ୍ର ଦେବାଶିଷ ପାଇଁ ସ୍ୱପ୍ନ ପାଲଟିଛି ପ୍ରମାଣପତ୍ର, ବାରମ୍ବାର ଦୌଡି ନିରାଶ

author img

By

Published : Oct 4, 2022, 8:18 PM IST

ଦେବାଶିଷ ମଲିକ । ବୟସ 14 ବର୍ଷ । ହେଲେ ସେ ନା ନିଜ କାମ କରି ପାରୁଛନ୍ତି ନା ଠିକରେ ଦେଖି ପାରୁଛନ୍ତି । ସ୍କୁଲରେ ପାଠ ପଢୁଛନ୍ତି ହେଲେ ସବୁବେଳେ ପରିବାର ଲୋକଙ୍କ ଉପରେ ନିର୍ଭରଶୀଳ । 13 ବର୍ଷ ହେବ ପୁଅର ଦିବ୍ୟାଙ୍ଗ ପ୍ରମାଣପତ୍ର କରିବା ନିମନ୍ତେ କେନ୍ଦ୍ରାପଡ଼ାରୁ କଟକ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ବାପା ହେଲେ ନିରାଶ ହେବାରୁ ପଡିଛି । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ଛାତ୍ର ଦେବାଶିଷ, ସାତ ସପନ ଦିବ୍ୟାଙ୍ଗ ସାର୍ଟିଫିକେଟ

କେନ୍ଦ୍ରାପଡା: ଜିଲ୍ଲା ଆଳି ବ୍ଲକ ବାଟିପଡା ଗ୍ରାମର 13 ନଂ ୱାର୍ଡରେ । ମଧୁସୂଦନ ମଲିକଙ୍କ ପୁଅ ଦେବାଶିଷ ମଲିକ । ବୟସ 14 ବର୍ଷ । ହେଲେ ସେ ନା ନିଜ କାମ କରି ପାରୁଛନ୍ତି ନା ଠିକରେ ଦେଖି ପାରୁଛନ୍ତି । ସ୍କୁଲରେ ପାଠ ପଢୁଛନ୍ତି ହେଲେ ସବୁବେଳେ ପରିବାର ଲୋକଙ୍କ ଉପରେ ନିର୍ଭରଶୀଳ । 13 ବର୍ଷ ହେବ ପୁଅର ଦିବ୍ୟାଙ୍ଗ ପ୍ରମାଣପତ୍ର କରିବା ନିମନ୍ତେ କେନ୍ଦ୍ରାପଡ଼ାରୁ କଟକ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ବାପା ହେଲେ ନିରାଶ ହେବାକୁ ପଡିଛି । ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିବାର । ପ୍ରମାଣପତ୍ର ପାଇଁ ଆଳିର ଦୁଇଦୁଇ ଜଣ ହେଭିୱେଟ ନେତାଙ୍କୁ ବାପା ଭେଟିଥିଲେ ମଧ୍ୟ ପିଲାର ପ୍ରମାଣପତ୍ର କରାଇ ଦେବା ନିମନ୍ତେ ସହଯୋଗ କରିବା ବଦଳରେ ମୁହଁ ଫେରାଇ ନେଇଛନ୍ତି ନେତା । ଫଳରେ 14 ବର୍ଷ ବୟସର ଦିବ୍ୟାଙ୍ଗ ଶିଶୁର ପ୍ରମାଣପତ୍ର ଖଣ୍ଡେ କରିବା ପରିବାର ପକ୍ଷେ ସାତ ସପନ ପାଲଟିଛି ।

ବାଟିପଡା ଗ୍ରାମର 13 ନଂ ୱାର୍ଡରେ । ମଧୁସୂଦନ ମଲିକଙ୍କ ପରିବାର । ଭଗବାନ କୋଳକୁ ପୁଅ ଦେଇଛନ୍ତି ହେଲେ ତା ସହ ଦୁଃଖର ପାହାଡ ଲଦି ଦେଇଛନ୍ତି । ଦେବାଶିଷଙ୍କ ବୟସ ବଢୁଛି ହେଲେ ଶାରିରୀକ ବୃଦ୍ଧି ହେଉନାହିଁ l ଦେବାଶିଷଙ୍କ ଆଖିକୁ ଠିକ ଭାବେ ଦେଖାଯାଉନାହିଁ କି ଠିକ ଭାବେ ସେ ଚାଲି ପାରେନ୍ତିନି l ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଯେଉଁଥିପାଇଁ ସେ ନିଜେ ନିଜର ନିତ୍ୟକର୍ମ କରିବା ପାଇଁ ଅସମର୍ଥ। ଦେବାଶିଷଙ୍କୁ ଯେତେବେଳେ 5 ବର୍ଷ ବୟସ ହୋଇଥିଲା ସେତେବେଳେ ପରିବାର ଲୋକ ଦେବାଶିଷଙ୍କ ଆଖିରେ କୌଣସି ଅସୁବିଧା ଥିବା ଦେଖି କଟକ ବଡ଼ ମେଡିକାଲରେ ଆଖି ଦେଖାଇଥିବା ବେଳେ ଡାକ୍ତରମାନେ ଦେବାଶିଷଙ୍କ ଆଖି ନଷ୍ଟ ହେବା କହି ଛୋଟ ପିଲା ହେତୁ ଅପରେସନ ପାଇଁ ମନା କରିଦେଇଥିଲେ । ତାଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର କରିବାକୁ କହିଥିଲେ। ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ କେନ୍ଦ୍ରାପଡ଼ା ମେଡିକାଲ ଯାଇଥିବା ବେଳେ ଦେବାଶିଷଙ୍କ ବାପାଙ୍କୁ ସିଡିଏମଓ 25% ଦିବ୍ୟାଙ୍ଗ କହିବାରୁ ପ୍ରମାଣପତ୍ର ହୋଇପାରିନଥିଲା । ପରେ କେନ୍ଦ୍ରାପଡ଼ାରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ଭେଟିଥିଲେ କିନ୍ତୁ ସେମାନେ ଦିବ୍ୟାଙ୍ଗ ପ୍ରମାଣ ପତ୍ର କରିବାରେ ସାମାନ୍ୟତମ ସହଯୋଗ କରିନଥିବା କହିଛନ୍ତି ଦେବାଶିଷଙ୍କ ବାପା ।

ରାତି ପାହିଲେ ପୁଅର ଚିନ୍ତାରେ ପରିବାର । ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁକିଛି ମା'କୁ ହିଁ କରିବାକୁ ପଡୁଛି । ବର୍ଷକ ବାରମାସ ପୁଅ ସେବାରେ ଲାଗିଛନ୍ତି ଦେବାଶିଷର ମା । ପୁଅକୁ ଭଲ କରିବାକୁ ଆଳି ମେଡିକାଲଠୁ ଆରମ୍ଭ କରି କେନ୍ଦ୍ରାପଡ଼ା, କଟକ ସବୁଠୁ ନିରାଶ ହେବାକୁ ପଡିଥିବା କହିଛନ୍ତି ଦେବାଶିଷଙ୍କ ମା । ଏଭଳି ସମୟରେ ଦେବାଶିଷର ଭବିଷ୍ୟତକୁ ନେଇ ମା'ଙ୍କ ଆଖିରୁ ଝରି ଯାଉଛି ଲୁହ । ଆଜିର ଦୁନିଆରେ ଭାଇ ଭାଇର ଶତୃ ହେଉଥିବା ବେଳେ ତାଙ୍କ ଅବର୍ତ୍ତମାନରେ ଦିବ୍ୟାଙ୍ଗ ପୁଅର ଭବିଷ୍ୟତ କ'ଣ ହେବ ତାହାକୁ ନେଇ ଚିନ୍ତାରେ ରହିଛି ପରିବାର । ସରକାର ଯଦି ପୁଅ ପାଇଁ କିଛି ବ୍ୟବସ୍ଥା କରନ୍ତେ ତେବେ ସେ ଭଲରେ ରହିଯାଆନ୍ତା ବୋଲି କହିଛନ୍ତି ଦେବାଶିଷଙ୍କ ମାଆ ।

ଦେବାଶିଷ ବାଟିପଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବିଦ୍ୟାଳୟକୁ ପ୍ରତିଦିନ ଯିବାଆସିବା କରିବା ତାଙ୍କ ପକ୍ଷେ ଅସମ୍ଭବ। ତାଙ୍କ ଭଉଣୀ ତାଙ୍କୁ ସବୁଦିନ ବିଦ୍ୟାଳୟକୁ ନେଇକି ଯିବା ଆସିବା କରୁଛନ୍ତି । ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଦେବାଶିଷ ପିତାମାତା ଆବେଦନ କରିଥିବା କାଗଜପତ୍ର ଦେଲେ ଯଥୋଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେବାଶିଷଙ୍କ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଯୋଗାଇ ଦେବା ନିମନ୍ତେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.