ETV Bharat / state

ନିକିରାଇ ପୋଲିସର ଜୁଲୁମ, ବିନା କାରଣରେ ନିରଞ୍ଜନଙ୍କୁ ମାଡ ମାରିଥିବା ଅଭିଯୋଗ

author img

By

Published : Oct 30, 2019, 9:11 PM IST

କେନ୍ଦ୍ରାପଡା ନିକିରାଇ ପୋଲିସର ଜୁଲୁମ । ବିନା କାରଣରେ ଘରୁ ଟେକି ନେଇ କୋରୋ ଗାଁର ନିରଞ୍ଜନ ନାୟକଙ୍କୁ ମାଡମାରିଥିବା ଅଭିଯୋଗ।

ଡିଜାଇନ ଫଟୋ

କେନ୍ଦ୍ରାପଡା: କେନ୍ଦ୍ରାପଡା ନିକିରାଇ ପୋଲିସର ଜୁଲୁମ। ବିନା କାରଣରେ ଘରୁ ଟେକି ନେଇ କୋରୋ ଗାଁର ନିରଞ୍ଜନ ନାୟକଙ୍କୁ ମାଡମାରିଥିବା ଅଭିଯୋଗ । ନିଜ ଝିଅକୁ ପାଇବା ପାଇଁ ପଠାଇଥିବା ସମନରେ ପୋଲିସ ତାଙ୍କୁ ହିଁ ଉଠାଇନେଇଥିବା ଜଣାପଡିଛି।

ଘଟଣା ଅନୁଯାୟୀ, ନିକିରାଇ ଥାନା କୋରୋ ଗ୍ରାମର ଯୁବକ ନିରଞ୍ଜନ ନାୟକ କିଛିବର୍ଷ ତଳେ ବିବାହ କରିଥିଲେ । ପରେ ତାଙ୍କର ଝିଅ ଟିଏ ମଧ୍ୟ ହୋଇଥିଲା । ହେଲେ ତାପରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଝିଅର ମୃତ୍ୟୁ ପରେ ନିଜ ନାତୁଣୀଙ୍କୁ ପାଖରେ ରଖିବା ପାଇଁ କହିଥିଲେ ନିରଞ୍ଜନଙ୍କ ଶଶୁର ଘର ଲୋକେ । ଏହାପରେ ବାଦବିବାଦ ଆରମ୍ଭ ହୋଇଥିଲା । ଝିଅକୁ ଆଠ ବର୍ଷ ହେବା ପର୍ଯ୍ୟନ୍ତ ସେ ତାର ଅଜା ଓ ଆଇଙ୍କ ପାଖରେ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଝିଅକୁ ଆଠ ବର୍ଷ ହେବା ପରେ ବାରମ୍ବାର ଝିଅକୁ ଆଣିବାକୁ ଯାଇ ନିରାଶ ହୋଇ ଶେଷରେ ନିରଞ୍ଜନ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ପରେ ଉପଜିଲ୍ଲାପାଳ ଝିଅକୁ କୋର୍ଟରେ ହାଜର କରାଇବା ପାଇଁ ଏକ ସମନ(ୱାରେଣ୍ଟ) ନିକିରାଇ ପୋଲିସକୁ ପଠାଇଥିଲେ । ହେଲେ ଗତକାଲି ନିକିରାଇ ଥାନା ଏଏସଆଇ ନିକୁଞ୍ଜ ବିହାରୀ ପ୍ରଧାନ କୋରୋ ଗାଁକୁ ଯାଇ ନିରଞ୍ଜନଙ୍କୁ ତାଙ୍କ ନାମରେ ୱାରେଣ୍ଟ ଥିବା କହିଥିଲେ । ନିରଞ୍ଜନ ନିଜ ନାମରେ କଣ ୱାରେଣ୍ଟ ଅଛି ବୋଲି ପଚାରିବାରୁ ଉତକ୍ଷିପ୍ତ ହୋଇ ଉକ୍ତ ପୋଲିସ ଅଧିକାରୀ ତାଙ୍କୁ ଧକ୍କା ମାରିବା ସହ ଥାନାକୁ ଆଣି ସମ୍ପୂର୍ଣ୍ଣ ଉଲଗ୍ନ କରି ମାଡ ମାରିଥିବା ଅଭିଯୋଗ ହୋଇଛି ।

ନିକିରାଇ ପୋଲିସର ଜୁଲୁମ, ବିନା କାରଣରେ ନିରଞ୍ଜନଙ୍କୁ ମାଡ ମାରିଥିବା ଅଭିଯୋଗ

ଏହାସହ ନିରଞ୍ଜନକୁ ଇନ୍ଦୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ବାସ୍ଥ୍ୟପରୀକ୍ଷା କରାଇ ଉପ ଜିଲ୍ଲାପାଳଙ୍କ ନିକଟରେ ହାଜର କରାଇଥିଲା ପୋଲିସ । ଏହାପରେ କାହା ନାମରେ ୱାରେଣ୍ଟ ଏବଂ କାହାକୁ ଧରି ଆଣିଛ ବୋଲି ପ୍ରଶ୍ନ କରିଥିଲେ ଉପଜିଲ୍ଲାପାଳ ।

ସେପଟେ ଉପଜିଲ୍ଲାପାଳଙ୍କ ପାଖରୁ ତାଗିଦ୍‌ ପରେ ସନ୍ଧ୍ୟାରେ ନିରଞ୍ଜନଙ୍କୁ ପୋଲିସ ଗାଡିରେ ଆଣି ଛାଡିବାକୁ ଆସିଥିଲା । ସେଠାରେ ନିରଞ୍ଜନ ଗାଡିରୁ ଓହ୍ଲାଇ ନଥିଲେ । ନିରଞ୍ଜନ ଅପରାଧୀ ହୋଇନଥିବା ବେଳେ ତାଙ୍କୁ କାହିଁକି ପୋଲିସ ବାନ୍ଧି ନେଇଥିଲା ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଥିଲା । ତାହାକୁ ନେଇ ଦୀର୍ଘ ପାଞ୍ଚ ଘଣ୍ଟା ଧରି ପୋଲିସ ଗାଡିକୁ ଅଟକାଇ ଥିଲେ ଗ୍ରାମବାସୀ ।

ଅନ୍ୟପକ୍ଷରେ ରାଜ୍ୟ ସରକାର ‘5ଟି’ ମାଧ୍ୟମରେ ଲୋକଙ୍କ ସେବା କରୁଥିବା କହୁଥିବା ବେଳେ କଣ ପାଇଁ ଏଭଳି ନିରୀହ ଲୋକଙ୍କୁ ପୋଲିସ ବାନ୍ଧି ନେଉଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିରଞ୍ଜନଙ୍କ ବାପା । ସେପଟେ ତା ନାମରେ ସର୍ଚ୍ଚ ୱାରେଣ୍ଟ ଥିଲା ପରେ ତାକୁ ଛାଡିଦିଆଯାଇଥିବା କହି ଘଟଣାକୁ ଘଣ୍ଟ ଘୋଡାଇଛନ୍ତି କେନ୍ଦ୍ରାପଡା ଏସପି । ତେବେ ସୁରକ୍ଷା ପାଇଁ ଥିବା ପୋଲିସ ବିଭାଗ ଯଦି ଏଭଳି ସୁରକ୍ଷା ଦିଏ ତେବେ ଜନସାଧାରଣ କହିବେ କାହାକୁ ତାକୁ ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:30.10.2019
Radhakanta Mohanty, Kendrapara
Slug-od_kpr_01_police wrong_script_7204459
Anchor-ପୋଲିସ ବାବୁଙ୍କ ବେଖିଆଲି ମନୋଭାବ।ୱାରେଣ୍ଟ ନଥାଇ ମଧ୍ୟ ଭୁଲରେ ଜଣେ ଯୁବକଙ୍କୁ ଘରୁ ଉଠାଇ ଆଣି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
Body:VO1-କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ଯୁବକ ନିରଞ୍ଜନ ନାୟକ।କିଛିବର୍ଷ ତଳେ ବିବାହ କରି ନିରଞ୍ଜନଙ୍କ ପତ୍ନୀଙ୍କ ଠାରୁ ଝିଅଟିଏ ହେବାପରେ ନିରଞ୍ଜନଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା।ତେବେ ଝିଅର ମୃତ୍ୟୁପରେ ନିଜ ନାତୁଣୀଙ୍କୁ ପାଖରେ ରଖିବା ପାଇଁ କହିଥିଲେ ନିରଞ୍ଜନଙ୍କ ଶଶୁର ଘର ଲୋକେ।ଏହାପରେ ବାଦବିବାଦ ଆରମ୍ଭ ହୋଇଥିଲା।ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଝିଅକୁ ଆଠ ବର୍ଷ ହେବା ପର୍ଯ୍ୟନ୍ତ ସେ ତାର ଅଜା ଓ ଆଇଙ୍କ ପାଖରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ।ତେବେ ଝିଅକୁ ଆଠ ବର୍ଷ ହୋଇଥିଲେ ଓ ବାରମ୍ବାର ଝିଅକୁ ଆଣିବାକୁ ଯାଇ ନିରାଶ ହେବାପରେ ନିରଞ୍ଜନ ଉପ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ।ପରେ ଉପ ଜିଲ୍ଲାପାଳ ଝିଅକୁ କୋର୍ଟରେ ହାଜର କରାଇବା ପାଇଁ ଏକ ସମନ(ୱାରେଣ୍ଟ)ନିକିରାଇ ପୋଲିସକୁ ପଠାଇଥିଲେ।ଗତକାଲି ନିକିରାଇ ଥାନା ଏଏସଆଇ ନିକୁଞ୍ଜ ବିହାରୀ ପ୍ରଧାନ କୋରୋ ଗାଁକୁ ଯାଇ ନିରଞ୍ଜନଙ୍କୁ ତାଙ୍କ ନାମରେ ୱାରେଣ୍ଟ ଥିବା କହିଥିଲେ।ପରେ ନିରଞ୍ଜନ ନିଜ ନାମରେ କଣ ୱାରେଣ୍ଟ ଅଛି ବୋଲି ପଚାରିବାରୁ ଉତକ୍ଷିପ୍ତ ହୋଇ ଶ୍ରୀ ପ୍ରଧାନ ତାଙ୍କୁ ଧକ୍କା ମାରିବା ସହ ଥାନାକୁ ଆଣି ସମ୍ପୂର୍ଣ୍ଣ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ।ପରେ ଇନ୍ଦୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉପ ଜିଲ୍ଲାପାଳଙ୍କ ନିକଟରେ ହାଜର କରାଇବା ପରେ ଉପ ଜିଲ୍ଲାପାଳ ପୋଲିସର କାର୍ଯ୍ୟକ୍ଷମତାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ଓ କାହା ନାମରେ ୱାରେଣ୍ଟ ଏବଂ କାହାକୁ ଧରି ଆଣିଛ ବୋଲି ପ୍ରଶ୍ନ କରିଥିଲେ।ପରେ ନିରଂଜନଙ୍କୁ କୋର୍ଟ ନେଇ ଯାଇଥିବା ଦୁଇଜଣ ପୋଲିସ କନେଷ୍ଟବଳ ନିରଞ୍ଜନଙ୍କୁ ଧରି କାନନାକ ଆଉଁସି ଆସିଥିଲେ।
Byt-ନିରଞ୍ଜନ ନାୟକ(ପୋଲିସ ଧରିଆଣିଥିବା ବ୍ୟକ୍ତି)
Byt-ଜ୍ୟୋତିଶଙ୍କର ମହାପାତ୍ର(ଉପ ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
VO2-ତେବେ ସନ୍ଧ୍ୟାରେ ନିରଂଜନଙ୍କୁ ପୋଲିସ ଗାଡି ଆଣି ଛାଡିବା ସମୟରେ ନିରଞ୍ଜନ ଗାଡିରୁ ଓହ୍ଲାଇ ନଥିଲେ।ନିରଞ୍ଜନ ଅପରାଧୀ ହୋଇନଥିବା ବେଳେ ତାଙ୍କୁ କାହିଁକି ପୋଲିସ ବାନ୍ଧି ନେଇଥିଲା ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ କଟକ ବଡ଼ ଡାକ୍ତରଖାନା ପଠାଇଲା ତାହାକୁ ନେଇ ଦୀର୍ଘ ପାଞ୍ଚ ଘଣ୍ଟା ଧରି ପୋଲିସ ଗାଡିକୁ ଅଟକାଇ ଥିଲେ ଗ୍ରାମବାସୀ।ଅନ୍ୟପକ୍ଷରେ ରାଜ୍ୟ ସରକାର 5T ମାଧ୍ୟମରେ ଲୋକମାନଙ୍କର ସେବା କରୁଥିବା କହୁଥିବା ବେଳେ କଣ ପାଇଁ ଏଭଳି ନିରୀହ ଲୋକମାନଙ୍କୁ ପୋଲିସ ବାନ୍ଧି ନେଉଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିରଞ୍ଜନଙ୍କ ବାପା।ତେବେ ଏହି ଘଟଣା ଆରକ୍ଷୀ ଅଧିକ୍ଷକଙ୍କ ନଜରରେ ଅଛି ଓ ତଦନ୍ତ ଚାଲୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆରକ୍ଷୀ ଅଧିକ୍ଷକ।
Byt-ପଞ୍ଚାନନ ନାୟକ(ନିରଞ୍ଜନଙ୍କ ବାପା)
Byt-ନୀତିଶେଖର(ଏସପି,କେନ୍ଦ୍ରାପଡ଼ା)
Conclusion:FVO-ସୁରକ୍ଷା ପାଇଁ ଥିବା ପୋଲିସ ବିଭାଗ ଯଦି ଏଭଳି ସୁରକ୍ଷା ଦିଏ ତେବେ ଜନସାଧାରଣ କହିବେ କାହାକୁ ତାକୁ ନେଇ ପ୍ରଶ୍ନ ଉଠିଛି।
PTC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.