ETV Bharat / state

ପାଟକୁରା ଭୋଟଗଣତି ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ - ଭୋଟ ଗଣତି

ସରିଛି ଭୋଟ, ସରିଛି ପ୍ରସ୍ତୁତି ଗଣତି ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟରେ ଗଣତି ଟେବୁଲକୁ ଆସିବ ଇଭିଏମ ଓ ଭିଭିପାଟ । ପାଟକୁରା ନିର୍ବାଚନର ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 23, 2019, 9:53 PM IST

କେନ୍ଦ୍ରାପଡା: ଗତ ବିଧାନସଭା ସମୟରେ ବାତିଲ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା କାଲି ପାଟକୁରାକୁ ମିଳିବ ନୂଆ ବିଧାୟକ । ଏଥିପାଇଁ ଗତ 20 ତାରିଖରେ ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା କାଲି ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ କେନ୍ଦ୍ରାପଡା କଲେଜରେ କରାଯାଇଥିବା ଭୋଟ ଗଣତି କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଆବଶ୍ୟକ ପ୍ରସ୍ତୁତି ପ୍ରଶାସନ ଶେଷ କରିଛି ।

2 ଲକ୍ଷ 44,447 ଭୋଟର ବିଶିଷ୍ଟ ଏହି ନିର୍ବାଚନ ମଣ୍ଡଳୀରେ ଗତ 20 ତାରିଖରେ 73% ମତଦାନ ହୋଇଛି । ଅର୍ଥାତ ପାଖାପାଖି 1ଲକ୍ଷ 80 ହଜାର ଭୋଟର ସେମାନଙ୍କର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ତେବେ ମତଦାନ ସମୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜନିଜର ବିଜୟ ପାଇଁ ଆଶାବାଦୀ ଥିବା ବେଳେ ଜନମତ କାହା ସପକ୍ଷରେ ଯିବ ତାହା ଆସନ୍ତାକାଲିର ଗଣତି ପରେ ସ୍ପଷ୍ଟ ହେବ । ଗତ 2004 ମସିହାରୁ ଲଗାତାର ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଛନ୍ତି। ତେବେ ଏହି ନିର୍ବାଚନରେ ଦଳ କଡା ମୁକାବିଲାର ସମ୍ମୁଖିନ ହୋଇଛି । ସେହି ଦୃଷ୍ଟିରୁ କାହା ସପକ୍ଷରେ ମତଦାନ ଯିବ ଆକଳନ କରିବା ମୁସ୍କିଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଭୋଟ ଗଣତି ପାଇଁ18 ଟି ଟେବୁଲର ବ୍ୟବସ୍ଥା କରାଯାଇଛି ଓ 18 ରାଉଣ୍ଡରେ ଭୋଟ ଗଣତି ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ ତଥା ପାଟକୁରା ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର। ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାରିକେଡ, ପାର୍କିଂ ପାଇଁ ସ୍ଥାନ ସହ ପ୍ରାର୍ଥୀ ଓ ଏଜେଣ୍ଟଙ୍କ ପାଇଁ ପାସର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

5

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.