ETV Bharat / state

ପଲ୍ଲୀରେ ପ୍ରଶାସନ, ଘରେ ପହଞ୍ଚି ଅଭିଯୋଗ ଶୁଣିବେ ଅଫିସର - ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଏଣିକି ଲୋକେ ଆଉ ଯିବେନି ପ୍ରଶାସନ ପାଖକୁ । ବଂର ପ୍ରଶାସନ ଆସିବ ଲୋକଙ୍କ ଦୁଆରକୁ । କେନ୍ଦ୍ରାପଡ଼ା ପ୍ରଶାସନର ଅଭିନବ ପ୍ରୟାସ । ଅଧିକ ପଢ଼ନ୍ତୁ

pallire prashasan for villagers organized by kendrapada administrator
କେନ୍ଦ୍ରାପଡ଼ାରେ ପ୍ରଥମ, ଲୋକଙ୍କ ଅଭିଯୋଗ ଶୁଣିବ ପଲ୍ଲୀରେ ପ୍ରଶାସନ
author img

By

Published : Mar 30, 2022, 4:36 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନ ଏବେ ଲୋକଙ୍କ ପାଖରେ। ପୂର୍ବରୁ ଜନସାଧାରଣ ନିଜ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନ ପାଖକୁ ଧାଉଁଥିଲେ । କେତେବେଳେ ପ୍ରଶାସନିକ କାର୍ଯ୍ୟାଳୟ ବନ୍ଦ ରହିଥାଏ ତ ଆଉ କେତେବେଳେ ଅଭିଯୋଗ ଶୁଣିବା ପାଇଁ ଅଧିକାରୀ ଉପସ୍ଥିତ ନଥାନ୍ତି । ଏଭଳି ପରିସ୍ଥିତିରେ ଜନସାଧାରଣ ନିଜର ମୌଳିକ ଅଧିକାରରୁ ବଞ୍ଚିତ ମଧ୍ୟ ରହୁଥିଲେ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏଭଳି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ।

କେନ୍ଦ୍ରାପଡ଼ାରେ ପ୍ରଥମ, ଲୋକଙ୍କ ଅଭିଯୋଗ ଶୁଣିବ ପଲ୍ଲୀରେ ପ୍ରଶାସନ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି 'ପଲ୍ଲୀରେ ପ୍ରଶାସନ'। ପ୍ରତି ବ୍ଲକରେ ଅଭିଯୋଗ ଶୁଣାଣି ସହିତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି କାର୍ଯ୍ୟକ୍ରମ ଫଳରେ ଗ୍ରାମବାସୀମାନଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡ଼ିବ ନାହିଁ । ବରଂ ପ୍ରଶାସନ ନିଜେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଆସିବେ । 'ପଲ୍ଲୀରେ ପ୍ରଶାସନ' କାର୍ଯ୍ୟକ୍ରମରେ ବ୍ଲକ, ତହସିଲ ସମେତ ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟ ସାମିଲ ହୋଇଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ଉତ୍ତରଦାୟୀ ରହିବେ ।

କେବଳ ଲୋକମାନଙ୍କ ସମସ୍ୟାର ସମାଧାନ ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ କରାଯାଉଥିବା ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖାଯାଇଛି। ଅଭିଯୋଗକାରୀ ମଧ୍ୟ ଖୁବ ଉତ୍ସାହିତ ହୋଇ କାର୍ଯ୍ୟକ୍ରମର ଲାଭ ଉଠାଉଛନ୍ତି। ଅନ୍ୟପଟେ ନବ ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।

5ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଦିନ ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ । ଏଥିରେ ସ୍ବାସ୍ଥ୍ୟ ଶିବିର, ପ୍ରାଣୀ ଚିକିତ୍ସା ଶିବିର, ଶ୍ରମିକ କାର୍ଡ, ବ୍ୟାଙ୍କଋଣ, ଚାଷ ସମ୍ପର୍କୀୟ ସହାୟତା ତଥା ରାସ୍ତାଘାଟ, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ,ଭତ୍ତା, ଘର ସମସ୍ୟା ପ୍ରଭୁତିର ତୁରନ୍ତ ସମାଧାନ କରାଯିବ । ଯାହା ଫଳରେ ପ୍ରଶାସନର ଏହି ପଦକ୍ଷେପ ସାଧାରଣ ଲୋକ ମାନଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବ ।

ଏଣିକି ଗୋଟିଏ ଜାଗାରେ ନିଜର ସମସ୍ତ ସମସ୍ୟାର ସମାଧାନ କରିପାରିବେ ଲୋକେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ଗ୍ରାମର ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଅନ୍ୟପଟେ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ କରାଯାଉଥିବା ସ୍ବାବଲମ୍ବୀ କାର୍ଯ୍ୟକ୍ରମ ମଧ୍ୟ ଏହି ଯୋଜନାରେ ପ୍ରଦର୍ଶନ କରାଯାଇ ଅନ୍ୟ ମହିଳାଙ୍କୁ ପ୍ରୋତ୍ସାହିତ କରାଯାଉଛି ।

ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ନିଆରା ଉଦ୍ୟମରେ ଜନସାଧାରଣଙ୍କ ମୌଳିକ ସମସ୍ୟା ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.