କେନ୍ଦ୍ରାପଡା: ବହୁଚର୍ଚିତ ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ ଶିଶୁ ପ୍ରଯତ୍ନ କେନ୍ଦ୍ର(CIC),ମହିଳା ସୁଧାର ଗୃହରେ ଜଣେ ଭିନ୍ନକ୍ଷମ କର୍ମଚାରୀଙ୍କ ଦୁଷ୍କର୍ମ ମାମଲାରେ ଓ ଦୁଇ ଦୁଇଟି ଶିଶୁବିକ୍ରି ମାମଲାକୁ ଚପାଇଦେବା ଭଳି ଘଟଣା ରାଜ୍ୟ ଶିଶୁ ସୁରକ୍ଷା ବିଭାଗ,ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସର ସ୍ଥାଣୁତା ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଓସା କେନ୍ଦ୍ରାପଡା ଶାଖା ପକ୍ଷରୁ ବିରୋଧ କରାଯାଇଛି ।
ଲୁଥେରାନ ଶିଶୁ ପ୍ରଯତ୍ନ କେନ୍ଦ୍ର ଉଭୟ ସମ୍ପାଦିକା ଓ ସଭାନେତ୍ରୀ ଜଗତସିଂହପୁରର ଲୋକନାଥ ଶିକ୍ଷାଶ୍ରମରେ ଦୀର୍ଘବର୍ଷ ଧରି ଚାକିରୀ କରି ଅର୍ଥ ଉପାର୍ଜ୍ଜନ କରିଥିବା ବେଳେ କାହିଁକି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ପ୍ରଶାସନ ଓ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କନ୍ତୁ ଏଭଳି ଗୁରୁତର ଅଭିଯୋଗ ମାର୍ଶାଘାଇ ପୋଲିସ ନିକଟରେ ହୋଇଥିବାବେଳେ ପୋଲିସ ମାତ୍ର ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଥିବା ଅଭିଯୋଗ କରିଛି ଓସା ।ଆଜି ସଂଗଠନ ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ । ସମସ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ସହ ଅର୍ଥ ଆତ୍ମସାତ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଓସା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ