ETV Bharat / state

ଲକଡାଉନରେ ବେରେଜଗାର ପ୍ରବାସୀ ଓଡ଼ିଆ ପୁଅ, ମଉଳିଯାଇଛି ରଜ ମଉଜ - ଓଡ଼ିଶାର ଗଣପର୍ବ ରଜପର୍ବ

ଓଡ଼ିଶାର ଗଣପର୍ବ ରଜପର୍ବ। ରଜ ଉପଲକ୍ଷେ ଉପକୂଳ ଓଡିଶାର ଲୋକେ ଯିଏ ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସମସ୍ତେ ଫେରିଥାନ୍ତି ନିଜ ଗାଁକୁ।ଫେରିବା ବେଳକୁ ସାଙ୍ଗରେ ଘର ପରିବାର ପାଇଁ କିଛି ନା କିଛି ଆଣିବାକୁ ଭୁଲି ନଥାନ୍ତି ଏମାନେ। କିନ୍ତୁ ଚଳିତବର୍ଷ କୋରୋନା ସବୁ ଆଶାରେ ପାଣି ମିଶାଇ ଦେଇଛି।

ଲକଡାଉନରେ ପ୍ରବାସୀ ଓଡ଼ିଆ ପୁଅ ଅର୍ଥଶୂନ୍ୟ, ମଉଳିଯାଇଛି ରଜ ମଉଜ

author img

By

Published : Jun 14, 2020, 10:21 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ନୂଆଗାଁ ଗ୍ରାମର ନୃସିଂହ ରାଉତ । ଦୀର୍ଘ 22ବର୍ଷ ହେବ ସୁରତର ଏକ ସୁତାକଳରେ କାମ କରନ୍ତି । ପ୍ରତି ବର୍ଷ ରଜରେ ନୃସିଂହ ଘରକୁ ଫେରିବା ବେଳେ ପରିବାର ପାଇଁ ବସ୍ତ୍ର, ମିଠା ଆଉ ଗୁଜୁରାଟର ପ୍ରସିଦ୍ଧ ବିସ୍କୁଟ ଆଣିବାକୁ ଭୁଲି ନଥାନ୍ତି।

ହେଲେ ଏଥର କୋରୋନା ଲଡକାଉନ ପାଇଁ ନୃସିଂହଙ୍କ ରଜ ମଉଜ ମଉଳିଯାଇଛି । ତାଲାବନ୍ଦ ଯୋଗୁଁ ସୂତାକଳ ବନ୍ଦ ହେବା ପରେ, ଘରକୁ ଫେରିବା ନେଇ ପଡିଯାଇଥିଲେ ଚିନ୍ତାରେ.... ତେବେ ସ୍ବଳ୍ପ ସଞ୍ଚିତ ଅର୍ଥରେ ନୃସିଂହ ଖାଲି ହାତରେ ଘରକୁ ଫେରିଛନ୍ତି । ଏଭଳି ସ୍ଥିତିରେ ଦୁଇଝିଅ ଓ ପରିବାର କିପରି ଗଣପର୍ବ ରଜ ପାଳିବେ ତାହା ଘାରିଛି ନୃସିଂହଙ୍କୁ । ନିଜ ଅଲିଅଳି ଦୁଇଝିଅଙ୍କୁ ଯେନତେନ ପ୍ରକାରେ ବୁଝାଇ ଥିଲେ ମଧ୍ୟ ନିଜ ମନ ବୁଝୁନାହିଁ ପାଖରେ ଟଙ୍କା ନଥିବାରୁ।

ଗଣପର୍ବ ପାଇଁ ଚିନ୍ତାରେ ପ୍ରବାସୀ ଓଡ଼ିଆ

ବାପା ଘରକୁ ଫେରିଥିବାରୁ ସେମାନେ ବହୁତ ଖୁସି । ଏବର୍ଷ ରଜ ଫିକା ପଡିବା ନେଇ ମନରେ ଦୁଃଖ ଥିଲେ ବି, ପରିସ୍ଥିତି ଦୃଷ୍ଟିରୁ ଆମେ ଦୁଇ ଭଉଣୀ ମନକୁ ବୁଝାଇ ଦେଇଛୁ ବୋଲି କହିଛନ୍ତି ନୃସିଂହଙ୍କ ବଡ଼ଝିଅ ଶୁଭଲକ୍ଷ୍ମୀ ।

ଏପଟେ କୁରୁଜଙ୍ଗା ପଞ୍ଚାୟତର 180ରୁ ଉର୍ଦ୍ଧ୍ବ ପ୍ରବାସୀ ବାହାରେ ଦାଦନ ଖଟୁଥିବା ତଥ୍ୟ ହସ୍ତଗତ ହୋଇଛି । ତେବେ ଫେରିଆସିଥିବା ଲୋକଙ୍କୁ ରାଜ୍ୟ ସରକାର ମନରେଗାରେ କାମ ଯୋଗାଉଥିବାରୁ ତାଙ୍କ ପଞ୍ଚାୟତ ଲୋକ ଦାଦନ ଖଟିବାକୁ ଯିବେନାହିଁ ବୋଲି ଆଶାପୋଷଣ କରିଛନ୍ତି ସ୍ଥାନୀୟ ସରପଞ୍ଚ। କୋରୋନା କଟକଣା ଭିତରେ ନୃସିଂହଙ୍କ ପରି ଜିଲ୍ଲାକୁ ଫେରିଥିବା 32 ହଜାର ପ୍ରବାସୀ ଶ୍ରମିକଙ୍କ ପରିବାର ଗଣପର୍ବ କିଭଳି ପାଳୁଥିବେ ତାହା ଅନୁମେୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.