ETV Bharat / state

‘ସରକାରୀ କଳର ଅସହଯୋଗ ଓ ଉଦାସୀନତା ରାଜନଗରକୁ ଅବହେଳିତ କରିଛି’ - କେନ୍ଦ୍ରାପଡା ରାଜନୀତି

ଗତ ୨୦୧୪ ମସିହାରୁ ନିର୍ବାଚିତ ହେବାପରେ ବିଧାୟକ ହାତପାଣ୍ଠିର ସୁବିନିଯୋଗ କରିଥିବା ଓ ସରକାରୀ କଳର ସହଯୋଗ ନପାଇ ପ୍ରାୟ ୧୨ ଲକ୍ଷ ଟଙ୍କାର ପ୍ରକଳ୍ପ ପାଣ୍ଠି ଆଜି ମଧ୍ୟ ପଡିରହିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ । ଜିଲ୍ଲାରେ ଚଳିତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଅଂଶୁମାନଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇ ଥର ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 1, 2019, 3:49 PM IST

କେନ୍ଦ୍ରାପଡା: ଜିଲ୍ଲାର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜନଗର ନିର୍ବାଚନମଣ୍ଡଳୀ ଏହାର ରାଜନୈତିକ ଦବଦବା ଯୋଗୁଁ ଗୁରୁତ୍ୱ ବହନ କରିଥାଏ । ଏହି ଆସନରୁ ୧୯୭୧ ଓ ୧୯୭୪ ମସିହାରେ ବିଜୟୀ ହୋଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ୧୯୭୧ ମସିହାରେ ରାଜ୍ୟର ୬ଟି ସ୍ଥାନରୁ ବିଜୁବାବୁ ଲଢି ପରାସ୍ତ ହୋଇଥିଲେ ମଧ୍ୟ ରାଜନଗରବାସୀ ନିରାଶ କରିନଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ୧୯୭୭ଠାରୁ ୨୦୦୪ ପର୍ଯ୍ୟନ୍ତ ବିଜୁଙ୍କ ଅନୁଗତ ନଳିନୀକାନ୍ତ ମହାନ୍ତି ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ । ୨୦୦୯ ମସିହାରେ ସୀମା ନିର୍ଦ୍ଧାରଣ ପରେ ମହାକାଳପଡା ବ୍ଲକ ଏହି ନିର୍ବାଚନମଣ୍ଡଳୀରୁ ଭାଗ ହୋଇଥିଲା । ଏହାପରେ ପଟ୍ଟାମୁଣ୍ଡାଇ ବ୍ଲକ, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଓ ରାଜନଗର ବ୍ଲକକୁ ନେଇ ଗଠନ କରାଯାଇଥିବା ଏହି ନିର୍ବାଚନମଣ୍ଡଳୀର ବର୍ତ୍ତମାନ ବିଧାୟକ ଅଛନ୍ତି ନଳିନୀଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ।

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅଂଶୁମାନ କହିଛନ୍ତି ଯେ ଶିକ୍ଷା ଓ କୃଷି କ୍ଷେତ୍ରରେ ସରକାରୀ ଦଳ ଏବଂ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ନିର୍ବାଚନମଣ୍ଡଳୀ ଆଜି ଆଗେଇ ପାରିନାହିଁ । ରଙ୍ଗଣି, ତାଳଚୁଆ ଏବଂ ଡାଙ୍ଗମାଳ ଅଞ୍ଚଳରେ ପିଲାଙ୍କର ପାଠପଢିବା ପାଇଁ ଭଲ ବିଦ୍ୟାଳୟଟିଏ ନଥିବାବେଳେ ଏଠାରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉନାହିଁ ।

ଆଗାମୀ ନିର୍ବାଚନରେ ବିଜୟୀ ହେଲେ ସେ ଏହି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଅଂଶୁମାନ କହିଛନ୍ତି । ଅହଙ୍କାର ଓ ଦୁର୍ନୀତି ବିରୋଧରେ ସ୍ଲୋଗାନ ଦେଇ ନିର୍ବାଚନରେ ଉତ୍ତୀର୍ଣ୍ଣ ହେବା ପାଇଁ ଆଶାବାଦୀ ଅଛନ୍ତି ଅଂଶୁମାନ । ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ଥିବା ଏହି ନିର୍ବାଚନମଣ୍ଡଳୀର ଦୀର୍ଘସ୍ଥାୟୀ ସମସ୍ୟା ଉପରେ ସେ ଅବଗତ ଅଛନ୍ତି । ଏହିସବୁ ସମସ୍ୟାର ସମାଧାନ ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଗତ ୨୦୧୪ ମସିହାରୁ ନିର୍ବାଚିତ ହେବାପରେ ବିଧାୟକ ହାତପାଣ୍ଠିର ସୁବିନିଯୋଗ କରିଥିବା ଓ ସରକାରୀ କଳର ସହଯୋଗ ନପାଇ ପ୍ରାୟ ୧୨ ଲକ୍ଷ ଟଙ୍କାର ପ୍ରକଳ୍ପ ପାଣ୍ଠି ଆଜି ମଧ୍ୟ ପଡିରହିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ । ଜିଲ୍ଲାରେ ଚଳିତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଅଂଶୁମାନଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇ ଥର ଅଭିଯୋଗ ହୋଇଛି ।

ଏହା ଉପରେ ସେ କହିଛନ୍ତି ଯେ ତାଙ୍କ ନଜରରେ ସେ ସେଭଳି କୌଣସି କାର୍ଯ୍ୟ କରିନାହାନ୍ତି । ଏହାସହ ଏପରି ଅଭିଯୋଗ ବିଷୟରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି । ଆଗାମୀ ନିର୍ବାଚନରେ ନିଜ ବିଜୟ ନେଇ ସେ ଦୃଢ ନିଶ୍ଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜନଗରର ଏହି ଯୁବ ବିଧାୟକ ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧର୍ମଶାଳା ର ବିଜେଡି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଦିତୀୟ ଥର ତାଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି। 2014ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଟିକେଟ ଦେଇ ପ୍ରଣବଙ୍କୁ ଟିକେଟ ଦେଇ ବିଧାୟକ ହେବାର ସୁଯୋଗ ଦେଇଥିଲେ। ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରୀ କରି ମୁଖ୍ୟମନ୍ତ୍ରୀ ଙ୍କ ଆସ୍ଥାଭାଜନ ହୋଇଥିଲେ ପ୍ରଣବ। ତାଙ୍କୁ ଦଳୀୟ ଟିକେଟ ମିଳିବା ପରେ ତାଙ୍କର ଅଗଣିତ କର୍ମୀ ଓ ପ୍ରଶଂସକ ବିଧାୟକ ଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି। ସୂଚନା ମୁତାବକ ଧର୍ମଶାଳା ବିଧାୟକ ସଭା ଆସନରୁ ସ୍ବର୍ଗତ କଳ୍ପତୁରୁ ଦାସ ଏକାଧିକ ବାର ପ୍ରତିନିଧିତ୍ଵ କରିବା ପରେ 2014 ମସିହାରେ ତାଙ୍କ ସୁପୁତ୍ର ପ୍ରଣବ ବଳବନ୍ତରାୟଙ୍କୁ ବିଧାୟକ ହେବା ପାଇଁ ସୁଯଗ ଦେଇଥିଲେ। ସ୍ବର୍ଗତ ଦାସ ସେହି ବର୍ଷ ରାଜ୍ୟସଭା କୁ ମନୋନିତ ହୋଇଥିଲେ। କିଭଳି ରହିବ ନିର୍ବାଚନୀ ରଣନୀତି । ବିଧାୟକଙ୍କ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜ୍ଞାନରଞ୍ଜନ ରଞ୍ଜନ ଓଝା।

Body:bite-ପ୍ରଣବ ବଳବନ୍ତରାୟ ,ବିଧାୟକ ଧର୍ମଶାଳା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.