କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ସଢୁର ଭୁଜାଲି ଆକ୍ରମଣରେ ସଢୁ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ତରାସ ଗାଁରେ । ମୃତକ ହେଉଛନ୍ତି ତରାସ ଗାଁର ଗଣେଶ ଚନ୍ଦ୍ର ସାମଲ। ଗତକାଲି ସକାଳ ସମୟରେ ଗଣେଶ ବାହାରକୁ ଯାଇଥିବା ବେଳେ ସଢୁ ସୁରେନ୍ଦ୍ର ବସନ୍ତିଆ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପରେ ସୁରେନ୍ଦ୍ର ଗଣେଶଙ୍କ ସ୍ତ୍ରୀ ଓ ମାଙ୍କୁ ଆକ୍ରମଣ କରିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଆକ୍ରମଣକାରୀ ସୁରେନ୍ଦ୍ର ବସନ୍ତିଆକୁ ଲୋକେ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣକୁ କେନ୍ଦ୍ର କରି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ