କେନ୍ଦ୍ରାପଡା: ଜିଲ୍ଲାରେ ବଢୁଛି ସଡକ ଦୁର୍ଘଟଣା । କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣାବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ଜିଲ୍ଲା ତୁଳସୀପୁର ଗ୍ରାମର ନିହାର ରଞ୍ଜନ ସୂତାର ପାରାଦ୍ବୀପ ପଟୁ ବାଇକ ଯୋଗେ ଘରକୁ ଫେରୁଥିଲେ । ଲୁଣାବ୍ରିଜ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଦୁର୍ଘଟଣାରେ ନିହାର ଅନେକ ସମୟ ଧରି ରାସ୍ତା ଉପରେ ପଡି ରହିଥିଲେ । ଏହା ପରେ ଅଗ୍ନିଶମ ବାହୀନି ଖବର ପାଇ ତାଙ୍କୁ ମାର୍ଶାଘାଇ ଗୋଶ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଗଲାଣି । ମାସକରେ 10ରୁ ଅଧିକ ଲୋକଙ୍କର ସଡକ ଦୁର୍ଘଟଣାରେ ଜୀବନ ଗଲାଣି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ