ETV Bharat / state

ଅଲିଭ ରିଡଲେଙ୍କ ପାଇଁ ଆଶୀର୍ବାଦ ଲକଡାଉନ, ଏବର୍ଷ ବଢିପାରେ ସଂଖ୍ୟା

ଏବର୍ଷ 4 ଲକ୍ଷ 07 ହଜାର 204ଟି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥିଲେ । ଯାହା ଗତବର୍ଷ ତୁଳନାରେ 43 ହଜାର କମ । ଅଧିକ ପଢନ୍ତୁ...

ଲକଡାଉନର ଅନୁକୂଳ ପ୍ରଭାବ, ଏବର୍ଷ ବଢିପାରନ୍ତି ଅଲିଭ ରିଡଲେ ଶାବକ

author img

By

Published : Jun 1, 2020, 10:16 PM IST

କେନ୍ଦ୍ରାପଡା: ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛନ୍ତି ମାନବ ସମାଜ । ସମସ୍ତେ ଦୁଃଖ, ଅଭାବ, ସମସ୍ୟାରେ ଜର୍ଜରିତ । ହେଲେ ପଶୁପକ୍ଷୀଙ୍କ ଉପରେ ଏହାର ପଡିଛି ଅନୁକୂଳ ପ୍ରଭାବ । ଭିଡ ନାହିଁ କି ଶିକାରୀର ଡର ନାହିଁ । ଝଡବର୍ଷାର ପ୍ରଭାବ ମଧ୍ୟ ରହିଛି କମ । ଫଳରେ ଏବର୍ଷ କେନ୍ଦ୍ରାପଡାରେ ଅଲିଭ ରିଡଲେ କଇଁଛ ଛୁଆଙ୍କୁ ନେଇ ବଢିଛି ଆଶା ।

ଲକଡାଉନର ଅନୁକୂଳ ପ୍ରଭାବ, ଏବର୍ଷ ବଢିପାରନ୍ତି ଅଲିଭ ରିଡଲେ ଶାବକ

ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସାରା ବିଶ୍ବରେ ପରିଚିତ । ସୁଦୂର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ଲକ୍ଷ ଲକ୍ଷ ଅଲିଭ ରିଡଲେ କଇଁଛ ନାସୀ 2ର ବାବୁବାଲି ଦ୍ବୀପକୁ ଆସି ଅଣ୍ଡାଦାନ କରି ଫେରିଥାନ୍ତି । ଏବର୍ଶ ମାର୍ଚ୍ଚ 15ରୁ 21 ପର୍ଯ୍ୟନ୍ତ ଅଲିଭ ରିଡଲେ କଇଁଛଙ୍କର ଅଣ୍ଡାଦାନ ପ୍ରକ୍ରିୟା ଗହୀରମଥାର ନାସୀ 2ରେ ଚାଲିଥିଲା । ଦେବୀ ମୁହାଣ ଠାରୁ ଆରମ୍ଭ କରି ଧାମରା ମୁହାଣ ମଧ୍ୟରେ ଥିବା ସମସ୍ତ ସାମୁଦ୍ରିକ ବେଳାଭୂମି ଯେପରିକି ଅଗରନାସୀ, ଶିଆଳି ବରୁଣେଇ ପର୍ଯ୍ୟନ୍ତ ବେଳାଭୂମିରେ ସ୍ଫୋରାଟିକ ନେଷ୍ଟିଂ ହୋଇଥାଏ ।

olive ridley turtle lay their eggs at Kendrapara in large numbers

ଏବର୍ଷ 4 ଲକ୍ଷ 07 ହଜାର 204ଟି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥିଲେ । ଯାହା ଗତବର୍ଷ ତୁଳନାରେ 43 ହଜାର କମ । କିନ୍ତୁ ଏବର୍ଷ ସାମାନ୍ୟ ଝଡିବର୍ଷା ଥିଲେ ମଧ୍ୟ ଏହି କଇଁଛମାନଙ୍କର ଅଣ୍ଡାଦେବା ବସା ନଷ୍ଟ ହୋଇନାହିଁ । ଫଳରେ ବର୍ତ୍ତମାନ ଏଥିରୁ ଗତବର୍ଷ ଅପେକ୍ଷା ଅଧିକ କଇଁଛ ଶାବକ ବାହାରିବାର ଲକ୍ଷ୍ୟ ରଖାଯାଇଛି । ମେ ମାସ 2 ତାରିଖରୁ କଇଁଛ ଅଣ୍ଡାରୁ ଶାବକ ବାହାରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଯାବତ୍ ପ୍ରାୟ 50 ପ୍ରତିଶତ ଅଣ୍ଡାରୁ ଶାବକ ଜନ୍ମ ହୋଇଛନ୍ତି । ବାକି ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଯିବା ନେଇ ଆଶା ରଖିଛି ବନ ବିଭାଗ ।

ସ୍ଫୋରାଟିକ ବା ଗୋଟି ଗୋଟି ଅଣ୍ଡାଦାନ କରିଥିବା ଅଣ୍ଡାରୁ କଇଁଛ ଛୁଆ ବାହାରୁଥିବାବେଳେ ସାମୂହିକ ବା ମାସ ନେଷ୍ଟିଂ କରିଥିବା କଇଁଛଙ୍କର ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍ । ଗୋଟିଏ କଇଁଛ ସ୍ଥଳ ବିଶେଷରେ ଥରକେ 120ରୁ 150ଟି ଅଣ୍ଡାଦାନ କରୁଥିବାବେଳେ ଏହି ଅଣ୍ଡାରୁ ଶାବକ ବାହାରିବା ପାଇଁ 45ରୁ 60 ଦିନ ସମୟ ଲାଗିଥାଏ । ଶାବକଙ୍କୁ ରକ୍ଷା କରିବା ପାଇଁ ତିଆରି ହୋଇଛି ପ୍ଲାଷ୍ଟିକ ବାଡ । ଲକଡାଉନ ନିୟମ ମାନି ଦିନରାତି ଜଗୁଛନ୍ତି କର୍ମଚାରୀ । ଆଉ ଏମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ବିଭାଗର ଅନ୍ୟ କର୍ମଚାରୀ ।

ପ୍ରତିବର୍ଷ ପ୍ରତିକୂଳ ପାଗ ଓ ଶିକାରୀଙ୍କ ଯୋଗୁଁ ପ୍ରାଣ ହରାଇଥାନ୍ତି ହଜାର ହଜାର କଇଁଛ ଛୁଆ । ଏବର୍ଷ ସେଥିରେ ବ୍ୟତିକ୍ରମ ଘଟିଥିବାରୁ ଆଶ୍ବସ୍ତି ହୋଇଛନ୍ତି ପରିବେଶବିତ୍ । ଆଉ ଆଶା ରଖିଛନ୍ତି ଆଗାମୀ ଦିନରେ ଏମାନଙ୍କ ସଂଖ୍ୟା ହେବ ଦ୍ବିଗୁଣିତ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.