ETV Bharat / state

ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା, ନଦୀକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Sep 13, 2022, 9:43 AM IST

Updated : Sep 13, 2022, 10:43 AM IST

ପରିଣତ ବୟସରେ ସହିପାରିଲେନି ପୁଅବୋହୂଙ୍କ ନିର୍ଯାତନା । ନଦୀକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢ଼ନ୍ତୁ

old man attempt suicide in kendrapara
ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା, ନଦୀକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ପିଲାଟି ଦିନରୁ ସନ୍ତାନକୁ ପାଳି ପୋଷି ବଡ଼ କରିଥିଲେ ବାପା, ସେ ଯନ୍ତ୍ରଣାର ମୂଲ ଦେଲାନି ପୁଅ । ଯେଉଁ ବୟସରେ ପୁଅ ବୋହୂଙ୍କଠାରୁ ସେବା ପାଇବା କଥା ସେହି ସମୟରେ ନିର୍ଯ୍ୟାତନା ପାଇ ଆତ୍ମହତ୍ୟା ଉଦ୍ୟମ ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅମେଇପାଳ ଗ୍ରାମର ଜଣେ ବୃଦ୍ଧ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । କିଛି ମତ୍ସଜୀବୀ ତାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି ।

ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା

ଅମେଇପାଳ ଗ୍ରାମର 75 ବର୍ଷୀୟ ଗୋଖିରାମ ପଲେଇ ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ଲୁଣାବ୍ରିଜ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକମାନେ କେହି ଜଣେ ବୁଡିଯାଉଥିବା ଦେଖି ସେଠାରୁ ଉଦ୍ଧାର କରିଥିଲେ । ବୃଦ୍ଧଙ୍କୁ ପଚାରିବାରୁ ବୋହୂ ମାନସିକ ନିର୍ଯାତନା ଦେଉଥିବାବେଳେ, ବାହାରେ ରହୁଥିବା ପୁଅକୁ କହି ଶ୍ୱଶୁରଙ୍କୁ ଗାଳି ଶୁଣାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବାଧ୍ୟହୋଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ଅମେଇପାଳରୁ ଚାଲିଚାଲି ଆସି ଲୁଣାବ୍ରିଜ ଉପରୁ ଡେଇଁଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପୂଜକ ରଙ୍ଗାଧର ହତ୍ୟା ଘଟଣା: ପତ୍ନୀ ଓ ପ୍ରେମିକକୁ ରିମାଣ୍ଡରେ ଆଣିଲା ପୋଲିସ

ଏନେଇ ବୃଦ୍ଧ ଜଣକ କହିଛନ୍ତି, "ବୋହୂ ସବୁବେଳେ ଝଗଡ଼ା କରି ଗାଳିଗୁଲଜ କରୁଛନ୍ତି । ବାହାରେ ରହୁଥିବା ପୁଅ ମଧ୍ୟ ଅକଥନୀୟ କଥା କହି ଘରୁ ବାହାରିଯିବା ପାଇଁ କହୁଥିଲେ । ତେଣୁ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଲି ।" ସ୍ଥାନୀୟ ଲୋକେ ଗୋଖିରାମଙ୍କୁ ମାର୍ଶାଘାଇ ପୋଲିସ ଜିମା ଦେଇଛନ୍ତି । ତେବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପୁଅବୋହୂଙ୍କ ଦ୍ୱାରା ଏଭଳି ନିର୍ଯ୍ୟାତନାକୁ ସ୍ଥାନୀୟଲୋକେ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Sep 13, 2022, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.