ETV Bharat / state

କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ବୃଦ୍ଧା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

author img

By

Published : Aug 9, 2021, 6:28 PM IST

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଛତର ଗାଁରେ ଗାଁରେ କୁମ୍ଭୀର ଆକ୍ରମଣ । ସାହସିକତାର ସହ କୁମ୍ଭୀର ଲଢି ପ୍ରାଣ ବଞ୍ଚାଇବାରେ ସଫଳ ହେଲେ ବୃଦ୍ଧା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ବୃଦ୍ଧା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ବୃଦ୍ଧା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: କୁମ୍ଭୀର ସହ ଲଢି ଆସନ୍ନ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଲେ ବୃଦ୍ଧା । ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଛତର ଗାଁର ଗୁରୁଚରଣ ପରିଡାଙ୍କ ପତ୍ନୀ ଅହଲ୍ଯା ପରିଡା। ଅହଲ୍ଯା ନିକଟସ୍ଥ ଗୋବରୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ତେବେ କୁମ୍ଭୀର ସହ ଦୀର୍ଘ ସମୟ ଧରି ବଳ କଷିବା ସହ ପାଟିକରି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଏଥିରେ ବୃଦ୍ଧା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦୁଇ ଗୋଡରେ ଗଭୀର କ୍ଷତ ଲାଗିଥିବାବେଳେ ତାଙ୍କୁ ବର୍ତ୍ତମାନ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ତାଙ୍କ ଗୋଡରେ ଅସ୍ତ୍ରୋପଚାର କରାଯିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମହାକାଳପଡ଼ା ଅଞ୍ଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣ ବଢୁଥିବାବେଳେ ବନବିଭାଗ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ଜୋର ଧରିବାରେ ଲାଗିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.