ETV Bharat / state

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଆୟୋଗଙ୍କ ଦିନିକିଆ ଶିବିର ଅଦାଲତ, ୫୬ଟି ମାମଲାରୁ ୩୫ ଶୁଣାଣି - ରାଜ୍ୟ ମହିଳା ଆୟୋଗଙ୍କ ଦିନିକିଆ ଶିବିର ଅଦାଲତ କେନ୍ଦ୍ରାପଡା

କେନ୍ଦ୍ରାପଡାରେ ରାଜ୍ୟ ମହିଳା ଆୟୋଗ ଅଦାଲତରେ ଦିନିକିଆ ଶୁଣାଣି ଶିବର । ମୋଟ ୫୬ଟି ମାମଲାରୁ ୩୫ଟି ମାମଲାର ଶୁଣାଣି ଶେଷ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଆୟୋଗଙ୍କ ଦିନିକିଆ ଶିବିର ଅଦାଲତ, ୫୬ଟି ମାମଲାରୁ ୩୫ ଶୁଣାଣି

author img

By

Published : Jun 22, 2022, 9:13 PM IST

କେନ୍ଦ୍ରାପଡ଼ା: ଟାଉନ ହଲ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଅଦାଲତରେ ମୋଟ ୫୬ଟି ମାମଲା ଉପସ୍ଥାପିତ ହୋଇ ଥିବାବେଳେ ସେଥିମଧ୍ୟରୁ ୩୫ଟି ମାମଲା ଶୁଣାଣି କରାଯାଇଛି । ଏଥିସହ ଏହି ଶିବିରରେ ୯ ଟି ମାମଲାରେ ଉଭୟ ପକ୍ଷ ହାଜର ରହିଥିବାବେଳେ ୨୨ଟି ମାମଲାରେ କେବଳ ଆବେଦନକାରୀ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଆୟୋଗଙ୍କ ଦିନିକିଆ ଶିବିର ଅଦାଲତ, ୫୬ଟି ମାମଲାରୁ ୩୫ ଶୁଣାଣି

ମୋଟ ୪ଟି ମାମଲାରେ କେବଳ ବିପକ୍ଷ ପକ୍ଷ ଉପସ୍ଥିତ ରହିଥିବା କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତୀ ବେହେରା । ଶୁଣାଣି କରାଯାଇଥିବା ମାମଲାଗୁଡିକ ମଧ୍ୟରୁ ୭ଟି ମାମଲାର ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ସମାଧାନ ହୋଇ ଥିବାବେଳେ ୩ଟି ମାମଲାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ପଠାଯାଇଛି, ୨ଟି ମାମଲା ଜିଲ୍ଲା ସୁରକ୍ଷା ଅଧିକାରୀ, ଗୋଟିଏ ମାମଲା ଜିଲ୍ଲା ଲିଗାଲ ସର୍ଭିସ ଅଥରିଟିଙ୍କ ପାଖକୁ, ୨ଟି ମାମଲା କୌଣସି ପକ୍ଷର ସହଯୋଗ ନ ମିଳିବାରୁ ବନ୍ଦ କରାଯିବା ସହ ୨୦ଟି ମାମଲାରେ ପୁନଃ ନୋଟିସ ପ୍ରଦାନ କରାଯାଇଛି ।

ଆଜି ଏହି ଶିବିର ଅଦାଲତ ଚାଲୁ ଥିବାବେଳେ ପାଟକୁରା ଥାନା କୁସୁନୁପୁର ଅଞ୍ଚଳର ସସ୍ମିତା ମଲିକ ନାମ୍ନୀ ଜଣେ ମହିଳା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ଼ ବେହେରାଙ୍କ ସହ ପାଟିତୁଣ୍ଡ କରିବାରୁ ଶିବିରରେ କିଛି ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ସ୍ଥାନୀୟ ଟାଉନ ପୋଲିସର ସହଯୋଗରେ ମହିଳା ଜଣଙ୍କୁ ନିଆଯାଇ ମହିଳା ଓ ଶିଶୁ ହେଲ୍ପ ଡେସ୍କ ଅଧିକାରୀଙ୍କ ମାଧ୍ୟମରେ ବୁଝାଯିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।

ଅଧ୍ୟକ୍ଷା ଡ଼ ବେହେରାଙ୍କ ପ୍ରତିକ୍ରିୟା ଅନୁଯାୟୀ, ଏହି ମହିଳା ଜଣଙ୍କ ନିଜ ଶାଶୁ-ଶ୍ୱଶୁରଙ୍କୁ ଖାଇବାକୁ ନଦେଇ ବାରମ୍ବାର ହଇରାଣ ହରକତ କରୁଥିବା ବେଳେ ଆଜି ଘଟଣା ପରେ ଉଭୟ ପକ୍ଷଙ୍କୁ ମୈତ୍ରୀ ଓ ଶାନ୍ତିରେ ବସବାସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ତେବେ ମହିଳା ଜଣଙ୍କ ଅଧ୍ୟକ୍ଷା ଡ଼ ବେହେରା ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ୧୯୯୩ ମସିହାରୁ ଓଡିଶା ମହିଳା ଆୟୋଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ମୋଟ ୩୬୨୮ଟି ମାମଲା ରୁଜ୍ଜୁ ହୋଇ ଥିବାବେଳେ ମୋଟ ୨୮୪୪ଟି ମାମଲାର ଶୁଣାଣି ଶେଷ ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.