ETV Bharat / state

BJP Protest: ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ ବିଜୁଳି ବିବାଦ ନେଇ ମନ୍ତ୍ରୀଙ୍କୁ ବିରୋଧ କଲା ଜିଲ୍ଲା ବିଜେପି - କେନ୍ଦ୍ରାପଡା ବିଜେପି ଖବର

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକର ସମସ୍ତ ପଞ୍ଚାୟତରେ ଅସହ୍ୟ ହୋଇପଡ଼ିଥିବା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଭାରତୀୟ ଜନତା ପାର୍ଟି, ପାଟକୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ କୋରୁଆ-ନରେନ୍ଦ୍ରପୁର ରାସ୍ତାରେ କୁଦାନଗରୀ ଠାରେ ଥିବା ଟାଟା ପାୱାର (TPCODL) ର କାର୍ଯ୍ୟାଳୟ ଘେରାଓ ସହ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ

BJP Protest: ଟାଟା ପାୱାର କାର୍ଯ୍ୟାଳୟ ଘେରିଲା ବିଜେପି

author img

By

Published : Jun 15, 2023, 8:08 PM IST

BJP Protest: ଟାଟା ପାୱାର କାର୍ଯ୍ୟାଳୟ ଘେରିଲା ବିଜେପି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ଅସନ୍ତୋଷକୁ ନେଇ ବିଜେପି ପକ୍ଷରୁ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଟାଟା କାର୍ଯ୍ୟାଳୟ ଗୁଡିକୁ ଘେରାଉ କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଇଲେକ୍ଟ୍ରିକାଲ ଡିଭିଜନ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟ ସରକାର, ଶକ୍ତିମନ୍ତ୍ରୀ ଓ ବିଜୁଳି ବିତରଣକାରୀ ଟାଟା କମ୍ପାନୀ ବିରୋଧରେ ନାରାବାଜି କରିଥିଲେ । ଶକ୍ତିମନ୍ତ୍ରୀଙ୍କୁ ଟାର୍ଗେଟ କରାଯିବା ସହ ଅପାରଗ ଶକ୍ତିମନ୍ତ୍ରୀ କହି ମନ୍ତ୍ରିମଣ୍ଡଳରୁ ବରଖାସ୍ତ ଦାବି କରିଛି ବିଜେପି ।

ସେହିପରି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକର ସମସ୍ତ ପଞ୍ଚାୟତରେ ଅସହ୍ୟ ହୋଇପଡ଼ିଥିବା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଭାରତୀୟ ଜନତା ପାର୍ଟି, ପାଟକୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ କୋରୁଆ-ନରେନ୍ଦ୍ରପୁର ରାସ୍ତାରେ କୁଦାନଗରୀ ଠାରେ ଥିବା ଟାଟା ପାୱାର (TPCODL) ର କାର୍ଯ୍ୟାଳୟ ଘେରାଓ ସହ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନକାରୀ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଜୁଳି ବିଭାଗର ସମ୍ପୂର୍ଣ୍ଣ ବିଫଳତା ଓ ରାଜ୍ୟ ସରକାରଙ୍କର ଟାଟା ପାୱାର କମ୍ପାନୀ ପ୍ରୀତି ଓ ନୀରବତା ଯୋଗୁଁ କୌଣସି ଝଡ଼ ପବନ ନଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରେଶ ମଲ୍ଲିକ, ରଞ୍ଜନ ଲେଙ୍କା ପ୍ରମୁଖ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ ଏହି ବିକ୍ଷୋଭ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ବିକ୍ଷୋଭ ଓ ଆନ୍ଦୋଳନ ସହିତ ବିଦ୍ୟୁତ ବିଭାଗ ଯନ୍ତ୍ରୀ ତଥା ଅଧିକାରୀଙ୍କ ସହ ବିଜେପି ନେତୃମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବିନା କୌଣସି ଝଡ ପବନରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ସହିତ ଟ୍ରାନ୍ସଫର୍ମର ପରିବର୍ତ୍ତନ, ନୂଆ ବିଦ୍ୟୁତ ସଂଯୋଗ, ଭିତ୍ତିଭୂମି ବିକାଶ, ସାଧାରଣ ଲୋକଙ୍କ ବିଭିନ୍ନ ବିଦ୍ୟୁତ ସମ୍ପର୍କିତ ଅଭିଯୋଗକୁ ଆଦୌ ନ ଶୁଣିବା ଇତ୍ୟାଦି ପ୍ରସଙ୍ଗ ଉପସ୍ଥାପନା କରାଯାଇଥିଲା । କେନ୍ଦ୍ରାପଡା ସହର ସହ ପାଟକୁରା ନିର୍ବାଚନ ମଣ୍ଡଳୀର ତେଣ୍ଡାକୁଡା, ବନ୍ତଳା, ପଳସୁଧା, ତଳକୁସୁମା, ମଧୁଶାସନ, ବଡ଼ ବେତେରା, ସାନ ଅଢଙ୍ଗା,ନଡ଼ିଆବରେଇ, ରାମଚନ୍ଦ୍ରପୁର, ତିକନପପୁର, କଳାବୁଦା, କରିଲୋପାଟଣା ଇତ୍ୟାଦି ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ଏହି ବିଷୟରେ ମାର୍ଶାଘାଇ ବିଦ୍ୟୁତ ବିଭାଗ Executive Engineer ଙ୍କ ସହ ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ା ପୂର୍ବରୁ ଆଲୋଚନା କରିଥିଲେ । ଅବସ୍ଥାରେ ସୁଧାର ନ ଆସିଲେ ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ତୀବ୍ରତର କରାଯିବ ବୋଲି ତେଜେଶ୍ବର ପରିଡ଼ା ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.