କେନ୍ଦ୍ରାପଡ଼ା: ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ମୋଦି ସରକାର ଓବିସି ବର୍ଗ ପାଇଁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ କରିଛନ୍ତି । ହେଲେ ରାଜ୍ୟ ସରକାର ଚଳିତ ନିର୍ବାଚନ ସମୟରେ ଓବିସି ବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ କୌଣସି ସଂରକ୍ଷଣର ବ୍ୟବସ୍ଥା ହୋଇନାହିଁ ବୋଲି ଭୂଆଁ ବୁଲାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବର୍ଗର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ଦାବିପତ୍ରରେ ଉଲ୍ଲେଖ କରିଛି ଦଳ । ଏଥିସହିତ ରାଜ୍ୟର ମୋଟ ଜନସଂଖ୍ୟାର ୫୪% ଓବିସି ବର୍ଗର ହୋଇଥିବା ବେଳେ ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଯାହାକୁ ନେଇ ପ୍ରତିବାଦ କରିଛି ବିଜେପି ଓବିସି ମୋର୍ଚ୍ଚା । ତେଣୁ ଆଗାମୀ ଦିନରେ ଯଦି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆନଯାଏ ତେବେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା