ETV Bharat / state

କଲେକ୍ଟରଙ୍କ ନିର୍ଦ୍ଦେଶରେ କଲବଲ ସରକାରୀବାବୁ - ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ

ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 10, 2019, 2:46 PM IST

କେନ୍ଦ୍ରାପଡା: ଏଣିକି ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ସରକାରୀ ପଦାଧିକାରୀଙ୍କ ତିନି 3ଟି ସରକାରୀ ଛୁଟିକୁ ପାଣିରେ ମିଶାଇଛି । ଆଜି ଦ୍ବିତୀୟ ଶନିବାର ଥିବାବେଳେ ଆସନ୍ତାକାଲି ରବିବାର ଏବଂ ସୋମବାର ଇଦ-ଉଲ-ଜୁହା । ଲଗାତାର ଭାବେ ମିଳୁଥିବା ଏହି 3 ଦିନ ଛୁଟିକୁ ନେଇ ସରକାରୀ ବାବୁମାନେ ଅନେକ ପ୍ଲାନିଂ ପ୍ରସ୍ତୁତ କରିଥିଲେ । କିନ୍ତୁ ସବୁ ପ୍ଲାନିଂ ଏବେ ଫସର ଫାଟିଯାଇଛି ।

ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଭାଗରେ କାମ କରୁଥିବା ସରକାରୀ କର୍ମଚାରୀମାନେ ଜିଲ୍ଲା ବାହାରେ ରହୁଥିବା ନେଇ ଅଭିଯୋଗ ହୋଉଥିଲା । ଅଫିସ କାମ ସାରି ପାଖାପାଖି 90 ପ୍ରତିଶତ କର୍ମଚାରୀ ସମୟ ଆଗରୁ ଅଫିସ ଛାଡି ଚାଲିଯାଉଥିଲେ । କେତେକ କର୍ମଚାରୀଙ୍କୁ ସରକାରୀ କ୍ବାଟର ମିଳିଥିବାବେଳେ ସେମାନେ ତାକୁ ଭଡା ଦେଇ ଜିଲ୍ଲା ବାହାରେ ରହିବାକୁ ପସନ୍ଦ କରୁଛନ୍ତି । ଅନ୍ୟପଟେ କ୍ବାଟର ପାଇନଥିବା ସରକାରୀ ବାବୁମାନେ ଘରଭଡା ବାବଦକୁ ସରକାରୀ ତହସିଲରୁ ଟଙ୍କା ପାଉଥିଲେ । ସେହିଭଳି ଜରୁରୀ ପରିସ୍ଥିତିରେ ସରକାରୀ ବାବୁଙ୍କ ଖୋଜା ପଡିବା ସମୟରେ ସେମାନେ ନିଜ ବିଭାଗରେ ଉପସ୍ଥିତ ନଥିବା ସହ ନିଜ ନିଜ ଫୋନକୁ ବନ୍ଦ ରଖୁଥିଲେ । ସରକାରୀ ବାବୁଙ୍କ ଏହି ଅବହେଳାକୁ ଅନୁଭବ କରି ଜିଲ୍ଲାପାଳ ସମର୍ଥ ବର୍ମା ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ଜାରି ହେବା ଦ୍ବାରା ପ୍ରତିଦିନ ଜିଲ୍ଲାର ସରକାରୀ କର୍ମଚାରୀମାନେ ନିଜ ଜିଲ୍ଲାର ଇଲାକାରେ ରହିବାକୁ ବାଧ୍ୟ ହେବେ । ଆଉ ଯଦି ଜିଲ୍ଲା ବାହାରକୁ ଯିବେ ତାହେଲେ ସେମାନଙ୍କୁ ଉପଯୁକ୍ତ କାରଣ ଦର୍ଶାଇ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ । ତେବେ ଏହି ନିୟମ ଛୁଟିଦିନ ଗୁଡିକରେ ମଧ୍ୟ ଲାଗୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.08.2019
Radhakanta Mohanty,Kendrapada
Slug-od_kpr_03_order for staffs_script_7204459
Anchpr-କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସରକାରୀ ବାବୁ ଓ ବାବୁଆଣୀଙ୍କ ପାଇଁ କଡା ନିର୍ଦ୍ଦେଶନାମା।ଆସନ୍ତାକାଲି ଦ୍ଵିତୀୟ ଶନିବାର,ପରଦିନ ରବିବାର ଆଉ ସୋମବାର ଇଦ-ଉଲ-ଜୁହା ତେଣୁ ତିନିଦିନ ଛୁଟି ପାଇ ନିଜନିଜ ବାସସ୍ଥାନ,ଭଡାଘର ଆଉ ବିଭିନ୍ନ ସ୍ଥାନକୁ ବୁଲିଯିବା ପାଇଁ ପ୍ଲାନିଂ କରିଥିବା ସରକାରୀ ପଦାଧିକାରୀ ଓ ପଦାଧିକାରିଣୀ ମାନଙ୍କ ପାଇଁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଏକ ନିର୍ଦ୍ଦେଶନାମା ସେମାନଙ୍କର ଛୁଟି କାଟିବା ଯୋଜନାରେ ପାଣି ପୁରାଇ ଦେଇଛି।ସୂଚନାନୁସାରେ ପୁର୍ବରୁ ସରକାରୀ ବାବୁ ଓ ବାବୁଆଣୀ ମାନେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅନେକ ସରକାରୀ ବାବୁ ବାବୁଆଣି ମାନେ ଜିଲ୍ଲା ବାହାରେ ରହୁଥିବା ଅଭିଯୋଗ ହୋଇଥିଲା ଜିଲ୍ଲାରେ ୪୬ତମ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କ ନିକଟରେ । ଅଫିସ କାମ ସାରି ଅନ୍ୟୁନ ୯୦℅ କର୍ମଚାରୀ ଜିଲ୍ଲା ବାହାରେ ଥିବା ନିଜ ବାସସ୍ଥାନକୁ ଫେରିଯାଉଥିଲେ ଏବଂ ଜିଲ୍ଲା ବାହାରେ ରହୁଥିବା ନିଜ ପରିବାରଙ୍କ ସହିତ ରହି ଆସୁଛନ୍ତି । କିଏ କଟକ ଭୂବନେଶ୍ୱରରେ ନିଜ ପିଲାମାନଙ୍କୁ ପାଠ ପଢାଉଛନ୍ତି ତ କିଏ ବାହାର ଜିଲ୍ଲାରୁ ଆସି କେନ୍ଦ୍ରାପଡା ଜିଲ୍ଲାରେ ଚାକିରୀ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କଟକ ଭୂବନେଶ୍ୱରରେ ରହୁଛନ୍ତି । ଏପରିକି ଦୁରବାଟରେ ରହଣି ସ୍ଥାନ ଥିବାରୁ କେତେକ କର୍ମଚାରୀ ଅଫିସ ସମୟ ଆଗରୁ ମଧ୍ୟ ଅଫିସ ଛାଡି ଚାଲିଯାଉଛନ୍ତି । କେତେକ କର୍ମଚାରୀଙ୍କ ପାଇଁ ସରକାରୀ କ୍ଵାଟର ରହିଥିବା ବେଳେ ତାକୁ ଭଡାରେ ଦେଇ ନିଜେ ଜିଲ୍ଲା ବାହାରେ ରହିବାକୁ ପସନ୍ଦ କରୁଥିବା ଅଭିଯୋଗ ହୋଇଛି । କ୍ଵାଟର ପାଇନଥିବା ସରକରୀ ବାବୁମାନେ ଘରଭଡା ବାବଦକୁ ସରକାରୀ ତହବିଲରୁ ଟଙ୍କା ପାଉଥିବା ବେଳେ ଘରଭଡା ନନେଇ ନିଜଘରେ ରହିବାକୁ ଜିଲ୍ଲା ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେବାପରେ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା।ଅନେକ ସମୟରେ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ଖୋଜାପଡିବା ପରେ ମଧ୍ୟ ସେମାନଙ୍କର ଫୋନ ଅଫ ରହିଥାଏ
ଫଳରେ କୌଣସି ଜରୁରୀ କାର୍ଯ୍ୟରେ ବାବୁଙ୍କୁ ଖୋଯା ପଡିବା ବେଳକୁ ବାବୁଙ୍କ ମୋବାଇଲ ସୁଇଚ୍ ଅଫ୍ । ସରକାରୀ ବାବୁ ମାନଙ୍କ ଏମିତି ଅବହେଳାକୁ ଅନୁଭବ କରି କେନ୍ଦ୍ରାପଡା ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଭାଗକୁ ଆଜି ଏକ ନିର୍ଦ୍ଦେଶ ନାମା ଯାରି କରିଛନ୍ତି । ପ୍ରତିଦିନ ଜିଲ୍ଲାର ସରକାରୀ କର୍ମଚାରୀମାନେ ନିଜ ଜିଲ୍ଲା ଇଲାକାରେ ରହିବାକୁ ବାଧ୍ୟ ହେବେ । ଜିଲ୍ଲା ବାହାରକୁ ଯିବାକୁ ହେଲେ ଉପଯୁକ୍ତ କାଳଣ ଦର୍ଶାଇ ଜିଲ୍ଲାପାଳଙ୍କ ଅନୁମତି ନେଇ ଜିଲ୍ଲା ବାହାରକୁ ଯାଇପାରିବେ । ଏପରିକି ଏହି ନିୟମ ଛୁଟିଦିନ ମାନଙ୍କରେ ଲାଗୁହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ ରହିଛି ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.