ETV Bharat / state

କଅଁଳ କାନ୍ଧରେ ପରିବାରର ବୋଝ, ବାପା ମାଆ ଯିବା ପରେ ଲକ୍ଷ୍ମୀ ପାଲଟିଛନ୍ତି ଭାଇ ଭଉଣୀଙ୍କ ସାହାରା - ଅସହାୟ ପରିବାର

ପରିବାର ଚଳାଉଛନ୍ତି ନଅ ବର୍ଷର ନାବାଳିକା ଲକ୍ଷ୍ମୀପ୍ରିୟା । ବାପାଙ୍କ ମୃତ୍ୟୁ ପରେ ମାଆ ଛାଡି ଚାରି ପିଲାଙ୍କୁ ଚାଲିଗଲେ । ଏହାପରେ ନିଜ ତିନି ଭାଇ ଭଉଣୀଙ୍କ ପାଇଁ ବାପା ମାଆ ପାଲଟିଛନ୍ତି ବଡ ଭଉଣୀ ଲକ୍ଷ୍ମୀ । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 5, 2023, 4:47 PM IST

ଲକ୍ଷ୍ମୀଙ୍କ କାନ୍ଧରେ ପରିବାରର ବୋଝ

କେନ୍ଦ୍ରାପଡା: ରାଜନଗର ଥାନା ଅନ୍ତର୍ଗତ ଚାରି ପୋଖରିଆ ଗାଁର ଲକ୍ଷ୍ମୀପ୍ରିୟା ବାରିକ । ବୟସ ମାତ୍ର ୯ ବର୍ଷ। ଏଇ ବୟସରେ ପାଠପଢା ସାଙ୍ଗକୁ ଖେଳଖୁଦ କରିବା କଥା । କିନ୍ତୁ ଲକ୍ଷ୍ମୀ ହାତରେ ଭାତବାଣ୍ଡି ଓ କାନ୍ଧରେ ପରିବାରର ବୋଝ । ଏଇ କଅଁଳ ବୟସରେ ଦୁଇ ସାନ ଭଉଣୀ ଦେବକୀ, ଆରତୀ ଆଉ ୩ ବର୍ଷର ସାନଭାଇ ରୁଦ୍ରମୋହନର ଦାୟିତ୍ୱ ନେଇଛି ସେ । ବାପାଙ୍କ ମୃତ୍ୟୁ ଓ ମାଆ କେଉଁ ଆଡେ ଛାଡି ଚାଲିଯିବା ପରେ ଏବେ ନିଜ ତିନି ଭାଇଭଉଣୀଙ୍କ ସାହାରା ପାଲଟିଛନ୍ତି ଲକ୍ଷ୍ମୀ ।

ସକାଳଠୁ ରାତି.. ନିତ୍ୟକର୍ମ ଠାରୁ ବିଛଣାରେ ଶୋଇବା ପର୍ଯ୍ୟନ୍ତ ନିଜ ତିନି ଭାଇ ଭଉଣୀଙ୍କ ସମସ୍ତ ଦାୟିତ୍ବ ତୁଲାଉଛି ଏହି କୁନି ଝିଅଟି । ମୁଣ୍ଡ ଉପରୁ ବାପା ମାଆଙ୍କ ହାତ ଉଠିଯିବା ପରେ ସେ ଏବେ ଦୁଃଖରେ ଦିନ କାଟୁଛନ୍ତି । ଏକ ଚାଳ ଛପର ଘରେ ନିଜ ତିନି ଭାଇ ଭଉଣୀଙ୍କ ସହ ଜେଜେ ବାପା ଓ ମାଆଙ୍କୁ ନେଇ ଦିନ କାଟୁଛନ୍ତି । ରାତିରେ ଶୋଇବା ସମୟରେ ସାନ ଭାଇ ବାପା ଓ ମାଆଙ୍କୁ ଖୋଜେ । କିନ୍ତୁ ଲକ୍ଷ୍ମୀ ତାଙ୍କୁ ସକାଳୁ ଉଠିଲେ ବାପା ଚକୋଲେଟ ଓ ମାଆ ଡ୍ରେସ୍‌ ଆଣି ଆସିବେ ବୋଲି କହି ସୁଆଇ ଦିଅନ୍ତି । ସକାଳ ତ ହେଉଛି କିନ୍ତୁ ବାପା ମାଆ ଆସନ୍ତି ନାହିଁ । ବାପାମାଆ ଯିବା ପରେ ପ୍ରତିଦିନ ଭାଇ ଭଉଣୀଙ୍କ ପାଇଁ ରୋଷେଇ କିରବା ସହ ସେମାନଙ୍କ ସେବା ସୁଶ୍ରୁସା ଜାରି ରଖିଛନ୍ତି ଲକ୍ଷ୍ମୀ ।

ଲକ୍ଷ୍ମୀଙ୍କ ବାପା ଅମର ବାରିକ ସୁଦୂର ହାଇଦ୍ରାବାଦରେ ଦାଦନ ଖଟୁଥିବା ବେଳେ ସତ୍ୟଭାମା ନାମ୍ନୀ ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ । ଏହାପରେ ସେ 4 ପିଲାଙ୍କୁ ଜନ୍ମ ଦେଇଥିଲେ । ତେବେ ହାଇଦ୍ରାବାଦରେ ରହୁଥିବା ବେଳେ ଏକ ଦୁର୍ଘଟଣାରେ ଅମରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରେ ସ୍ତ୍ରୀ ସତ୍ୟଭାମା ଓ ଚାରି ପିଲା ଗାଁକୁ ନେଇ ଆସିଥିଲେ । ତେବେ ଏପରି ଦୁଃଖ ଭିତରେ ଗତ ୬ ମାସ ତଳେ ସତ୍ୟଭାମା ଏହି ପିଲାଙ୍କୁ ଛାଡି ହଠାତ କୁଆଡେ ଚାଲିଯାଇଥିଲେ । ଏନେଇ ରାଜନଗର ଥାନାରେ ନିଖୋଜ ଏତଲା ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳି ପାରିନାହିଁ । ଅନ୍ୟପଟେ ଅମରଙ୍କ ବାପା ବ୍ରହ୍ମାନନ୍ଦ ଓ ମାଆ ମୁକ୍ତାମଣିଙ୍କ ବୟସ ହୋଇଯାଇଥିବାରୁ କୁନିକୁନି ଚାରିଜଣ ପିଲାଙ୍କର ବୋଝ ବୋହିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଯେଉଁଥିପାଇଁ ନିଜେ ପାଠପଢ଼ାରେ ଡୋରି ବାନ୍ଧି ତିନି ସାନ ଭାଇ ଭଉଣୀଙ୍କ ପାଇଁ ଉଭୟ ମାଆ ଆଉ ବାପା ସାଜିଛି ଲକ୍ଷ୍ମୀ ।

ସରକାରୀ ଜାଗାରେ ମୁଣ୍ଡ ଗୁଞ୍ଜି ରହିଥିବା ବ୍ରହ୍ମାନଦଙ୍କ ପାଇଁ ଛାତ ଘର ସାତସପନ ପାଲଟିଥିବା ବେଳେ ଭଙ୍ଗା ଘର ରାତିରେ ଜହ୍ନ ଦେଖିବା ସାର ହୋଇଛି । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଭତ୍ତା ମିଳୁ ନଥିବାରୁ ତେଲ ଲୁଣର ସଂସାର ଚଳାଇବା କଷ୍ଟ ହେଉଛି । ନାବାଳିକା ଲକ୍ଷ୍ମୀ ଏଭଳି ଦୁଃଖଦ ସମୟରେ ନିଜେ ରୋଷେଇ କରି ଜେଜେବାପା, ଜେଜେମାଙ୍କ ସମେତ ତିନି ଭାଇଭଉଣୀଙ୍କ ଖାଇବା ପିଇବା ବୁଝୁଥିବା ବେଳେ ତେଲ ଲୁଣ ପାଇଁ ଗୋବର ଗୋଟାଇ ସେଥିରେ ଘଷି କରି ବିକ୍ରି କରୁଛନ୍ତି ।

ସେଥିରୁ ଯେଉଁ ଦୁଇ ପଇସା ପାଉଛନ୍ତି ସେଥିରେ ସାନଭାଇର ଖାଇବାଠାରୁ ଔଷଧ ପର୍ଯ୍ୟନ୍ତ ସମସ୍ତ କଥା ବୁଝୁଛନ୍ତି । ନିଜେ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢିବା ପାଇଁ ନାଁ ଲେଖାଇଥିବା ବେଳେ ପାଠ ପଢା ଏବେ ତା ପାଇଁ ସ୍ୱପ୍ନ ପାଲଟି । ଅନ୍ୟପଟେ ଏହି ଚାରି ଭାଇଭଉଣୀଙ୍କ ନାମ ରାସନ କାର୍ଡରେ ସାମିଲ ହୋଇ ନଥିବାରୁ ଚାଉଳ ଓ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହି ପିଲାମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘଟଣାକୁ ଗୁରୁତର ଭାବେ ବିଚାର କରି ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.