ETV Bharat / state

ବ୍ରାହ୍ମଣୀ ପଠାରୁ ବେଆଇନ ବାଲି ଚାଲାଣ: କାର୍ଯ୍ୟାନୁଷ୍ଠାନ ପାଇଁ ଏନଜିଟିର ନିର୍ଦ୍ଦେଶ - ବ୍ରାହ୍ମଣୀ ପଠାରୁ ବେଆଇନ ବାଲି ଉଠାଣ ପ୍ରସଙ୍ଗ

ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏନଜିଟି ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Nov 22, 2019, 4:45 PM IST

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଜାତୀୟ ଗ୍ରୀନ ଟ୍ରିବୁନାଲ(ଏନଜିଟି) ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଏହା ସହିତ ବେଆଇନ ଭାବେ ବାଲି ଖୋଳିଥିବା ଠିକାଦାର ଓ ତାଙ୍କ ପ୍ରକଳ୍ପ ଉପରେ ଏକ କୋଟିରୁ ଅଧିକ ଜୋରିମାନା ଆଦାୟ କରିବାକୁ ପଦକ୍ଷେପ ନିଆଯାଇଥିବା କଥା ସେ କହିଛନ୍ତି ।

kendrapada
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଘଟଣାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି । ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ହୋଇଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ନିକଟ ବ୍ରାହ୍ମଣୀ ନଦୀର ଶଯ୍ୟା ଓ ନଦୀ ପଠାରୁ ବେଆଇନ ବାଲି ଓ ମାଟି ଖନନ ହେଉଥିଲା । ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନଥାଇ ବ୍ରାହ୍ମଣୀ ନଦୀ ଶଯ୍ୟା ଓ ପଠାରୁ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠାଇ ନେଉଥିଲେ ବେଆଇନ ଲାଇସେନ୍ସ ଧାରୀ ।

ଏହି ବେଧଡକ ବାଲି ଉତ୍ତୋଳନ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ ସମାଜସେବୀ ମନୋରଞ୍ଜନ ପ୍ରଧାନ ଓ ମିଟୁ ଦାସ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲା ମାଇନିଂ ଅଫିସର ଓ ଜିଲ୍ଲା ଏସପିଙ୍କ ଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ ।

ଏହି ରିପୋର୍ଟ ସତ୍ୟପାଠ ଜରିଆରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ସତ୍ୟପାଠ ଭୁଲ ବୋଲି ଗ୍ରୀନ ଟ୍ରିବ୍ୟୁନାଲଙ୍କ ହୃଦବୋଧ ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସପି ତାଙ୍କର ଦାୟିତ୍ବ ସଠିକ ନିର୍ବାହ କରିନାହାନ୍ତି ବୋଲି ଗ୍ରୀନ ଟ୍ରିବ୍ୟୁନାଲ କହିଛନ୍ତି । ବିନା ପରିବେଶ କ୍ଲିୟରାନ୍ସ ସାର୍ଟିଫିକେଟରେ ବାଲି ଉଠାଣ କରୁଥିବା ଏଜେନ୍ସିଙ୍କ ଠାରୁ ପ୍ରଶାସନ ମଧ୍ୟ ରୟାଲିଟି ଆକାରରେ ରାଜସ୍ବ ଆଦାୟ କରିଛନ୍ତି । ଏପରି ଘଟଣାରେ ଗ୍ରୀନ ଟ୍ରିବ୍ୟୁନାଲ ତୁରନ୍ତ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେତେ ପରିମାଣର ବେଆଇନ ବାଲି ଓ ମାଟି ଖନନ କରାଯାଇଛି ତାହାର ଆକଳନ କରାଯାଇ ସମ୍ପୃକ୍ତ ଏଜେନ୍ସିଙ୍କ ଠାରୁ କ୍ଷତିପୂରଣ ଆକାରରେ ଆଦାୟ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ମାଇନିଂ ଅଫିସର ତୁରନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ସହାୟତା ନେବାକୁ ମଧ୍ୟ ସେ କହିଛନ୍ତି । ଏହାଛଡା କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ କେନ୍ଦ୍ରାପଡା ଏସପିଙ୍କ ବିରୋଧରେ ଏକ ମାସ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ନାମାକୁ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାକୁ ଗତ ଅକ୍ଟୋବର ୧୪ ତାରିଖରେ ଜାରି କରିଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ। ଆବେଦନକାରୀଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଡଭୋକେଟ ଦେବାଶିଷ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଥିବା ବେଳେ ଆଡ଼ଭୋକେଟ ମନୋଜ ପାଣିଗ୍ରାହୀ, ରାକେଶ ଷଡଙ୍ଗୀ , ଦେବଦତ୍ତ ସେଠୀ ସହଯୋଗ କରୁଛନ୍ତି । ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣୀ ଧାର୍ଯ୍ୟ ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.11.2019
Radhakanta Mohanty, Kendrapada
Slug-od_kpr_02_ngt_script_7204459
Anchor-କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉଠ ଘଟଣା ର ରେ ମାନ୍ୟବର ଜାତୀୟ ଗ୍ରୀନ ଟ୍ରିବୁନାଲ , ଏନ.ଜି.ଟି ଙ୍କ ନିକଟରେ ରାଜ୍ୟ ମୁଖ୍ୟ ସଚିବ ଦାଖଲ କରିଛନ୍ତି ସତ୍ୟପାଠ। କର୍ତବ୍ୟ ରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପି ଙ୍କ ବିରୁଦ୍ଧରେ ନୋଟିସ ଜାରି କରି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଦିଗରେ ସରକାର ଦୃଢ଼ ପଦକ୍ଷପ ନେଇଛନ୍ତି ବୋଲି ଜଣାଇଛନ୍ତି ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ। ଏଥି ସହିତ ବେଆଇନ ଭାବେ ବାଲି ଖୋଳିଥିବା ଠିକାଦାର ଓ ତାଙ୍କ ପ୍ରକଳ୍ପ ଉପରେ ଏକ କୋଟି ରୁ ଅଧିକ ଜରିମାନା ଆଦାୟ କରବାକୁ ପଦକ୍ଷପ ନିଆ ଯାଇଛି ବୋଲି ଜଣାଇଛନ୍ତି ମୁଖ୍ୟ ସଚିବ।ନଦୀରେ ପରିବେଶ ପ୍ରଦୂଷଣ ଘଟଣାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍ ପି । ଜିଲ୍ଲାର ପ୍ରମୁଖ ଶାସନ କର୍ତ୍ତା ହୋଇ କର୍ତ୍ତବ୍ୟରେ ଅବହେଳା କାରଣରୁ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସ୍ ପିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ।
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଶଯ୍ୟା ଓ ନଦୀ ପଠାରୁ ବେଆଇନ ବାଲି ଓ ମାଟି ଖନନ ହେଉଥିଲା । ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନଥାଇ ବ୍ରାହ୍ମଣୀ ନଦୀ ଶଯ୍ୟା ଓ ପଠାରୁ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠାଇ ନେଉଥିଲେ ବେଆଇନ ଲାଇସେନ୍ସ ଧାରୀ ।ଏହି ବେଧଡକ ବାଲି ଉତ୍ତୋଳନ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ ସମାଜ ସେବୀ ମନୋରଞ୍ଜନ ପ୍ରଧାନ ଓ ମିଟୁ ଦାସ ।ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲ୍ଲା ମାଜିଷ୍ଟ୍ରେଟ , ଜିଲ୍ଲା ମାଇନିଂ ଅଫିସର ଓ ଜିଲ୍ଲା ଏସ୍ ପିଙ୍କ ଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟ ସତ୍ୟପାଠ ଜରିଆରେ ମାନ୍ୟବର ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ସତ୍ୟପାଠ ଭୁଲ ବୋଲି ଗ୍ରୀନ ଟ୍ରିବ୍ୟୁନାଲଙ୍କ ହୃଦବୋଧ ହୋଇଛି । ଜିଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସ୍ ପି ତାଙ୍କର ଦାୟିତ୍ୱ ଠିକଣା ଭାବରେ ନିର୍ବାହ କରିନାହାନ୍ତି ବୋଲି ଗ୍ରୀନ ଟ୍ରିବ୍ୟୁନାଲ ବିଚାର କରିଛନ୍ତି । ବିନା ପରିବେଶ କ୍ଲିୟରାନ୍ସ ସାର୍ଟିଫିକେଟରେ ବାଲି ଉଠାଣ କରୁଥିବା ଏଜେନ୍ସିଙ୍କ ଠାରୁ ପ୍ରଶାସନ ମଧ୍ୟ ରୟାଲିଟ୍ ଆକାରରେ ରାଜସ୍ବ ଆଦାୟ କରିଛନ୍ତି ।ଏପରି ଘଟଣାରେ ଗ୍ରୀନ ଟ୍ରିବ୍ୟୁନାଲ ତୁରନ୍ତ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେତେ ପରିମାଣର ବେଆଇନ ବାଲି ଓ ମାଟି ଖନନ କରାଯାଇଛି ତାହାର ଆକଳନ କରାଯାଇ ସମ୍ପୃକ୍ତ ଏଜେନ୍ସିଙ୍କ ଠାରୁ କ୍ଷତିପୂରଣ ଆକାରରେ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ନାମାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲା ମାଇନିଂ ଅଫିସର ତୁରନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ସହାୟତା ନେବାକୁ ନିର୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ।ଏହାଛଡା କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ କେନ୍ଦ୍ରାପଡା ଏସ୍ପିଙ୍କ ବିରୋଧରେ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହି ନିର୍ଦ୍ଦେଶ ନାମାକୁ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ଗତ ଅକ୍ଟୋବର ୧୪ ତାରିଖରେ ଜାରୀ କରିଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ। ଆବେଦନ କାରିଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଡଭୋକେଟ ଦେବାଶିଷ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଛନ୍ତି ଓ ଆଡ଼ଭୋକେଟ ମନୋଜ ପାଣିଗ୍ରାହୀ, ରାକେଶ ଷଡଙ୍ଗୀ , ଦେବଦତ୍ତ ସେଠି ତାଙ୍କୁ ସହଯୋଗ କରୁଛନ୍ତି।ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ମାମଲା ର ପରବର୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।Body:2Conclusion:3

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.