କେନ୍ଦ୍ରାପଡ଼ା: ଜିଲ୍ଲାରେ ଆଉ ୧୦ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛିନ୍ତି l ସେମାନଙ୍କ ମଧ୍ୟରୁ ସୁରତରୁ ୮ ଜଣ, କୋଟାରୁ ଜଣେ ଓ ମୁମ୍ବାଇ ରୁ ଜଣେ ଆସିଥିଲେ l ଏହି ୧୦ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସରକାରୀ କ୍ଵାରେଣ୍ଟାଇନରେ ଥିବା ବେଳେ ୬ ଜଣ ହୋମ କ୍ଵାରେଣ୍ଟାଇନରେ ରହୁଥିଲେ l
ଏମାନଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ ନିୟମ ଭାଙ୍ଗିଥିବା ଜଣାପଡ଼ିଥିଲା l ସଙ୍ଗରୋଧ ଭାଙ୍ଗିଥିବା ଏହି ଦୁଇଜଣଙ୍କ ପାଇଁ ପେଣ୍ଠପାଳ ପଞ୍ଚାୟତର ଦୁଇ ସାହିର ୧୦୦ ପରିବାର ଏବଂ ମାର୍ଶାଘାଇ ବ୍ଲକ ବେରୁଆଁ ପଞ୍ଚାୟତର ଖମଗାଁ ବିନ୍ଧ ଗାଁ ର ୭୫ ପରିବାରକୁ ସାନିଟାଇଜ କରାଯାଇଛି l ଏହି ୧୦କୁ ମିଶାଇ ଜିଲ୍ଲାରେ ପଜେଟିଭ ସଂଖ୍ୟା ୭୦ ରେ ପହଁଞ୍ଚିବା ନେଇ ସୂଚନା ଦେଇଛନ୍ତି ଜିଲାପାଳ ସମର୍ଥ ବର୍ମା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ