ETV Bharat / state

ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର - ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର

ମାଇଁ ଭଣଜାଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ମାମୁଁଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ । ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର । ଅଧିକ ପଢନ୍ତୁ

ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର
ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର
author img

By

Published : Aug 7, 2022, 8:24 AM IST

କେନ୍ଦ୍ରାପଡା: ଘରୋଇ କଳିର କରୁଣ ପରିଣତି, ମଦ ପିଇ ମାଇଁଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବାରୁ ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଡେରାବିଶ ଥାନା ପଞ୍ଚୁପାଣ୍ଡଵ ଡେରାଡିହ ଗାଁରେ । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗ୍ରାମର ବାବାଜୀ ବେହେରା । ମାମୁଁକୁ ଆକ୍ରମଣ ପରେ ଭଣଜା ଫେରାର ଥିବା ଜଣାପଡିଛି ।

ଭଣଜାର କଟୁରୀ ଆକ୍ରମଣରେ ମାମୁଁ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ବାବାଜୀ ବେହେରା ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ମାନସୀଙ୍କୁ ନିର୍ଯାତନା ଦିଅନ୍ତି । ତେବେ ଗତ ଗୁରୁବାର ବାବାଜୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ମାନସୀ ଓ ପୁଅକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଏନେଇ ଭଣଜା କିଶୋର ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ଏଥିରେ ମାମୁଁ ଉତକ୍ଷିପ୍ତ ହୋଇ ଏକ କଟୁରୀରେ ଭଣଜାକୁ ଆକ୍ରମଣ କରିଥିଲେ । ଏହାପରେ ବାବାଜୀଙ୍କ ହାତରୁ କଟୁରୀ ଛଡାଇ ଭଣଜା କିଶୋର ମାମୁଁଙ୍କୁ ଆକ୍ରମଣ କରିଥିବା ମାନସୀ ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମାଇଁ ମାନସୀଙ୍କ ସହ ଭଣଜା କିଶୋରଙ୍କର ଗୁପ୍ତ ପ୍ରେମ ସମ୍ପର୍କ ଥିଲା ଯାହାକୁ ବିରୋଧ କରିଆସୁଥିଲା ବାବାଜୀ। ଏହାକୁ ନେଇ ବାବାଜୀଙ୍କୁ ଜୀବନରୁ ମାରିଦେବାକୁ ଉଭୟ ମାଇଁ ଓ ଭଣଜା ଉଦ୍ୟମ କରିଥିବା ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଉକ୍ତ ଘଟଣା ଦିନ ବାବାଜୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ । ଏହି ଘଟଣାକୁ ୪୮ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ନେଇ ନଥିବାରୁ ସ୍ତ୍ରୀ ମାନସୀ ଓ ଭଣଜା କିଶୋରଙ୍କୁ ଗିରଫ ଦାବି କରିଛନ୍ତି । ଯଦି ୨୪ ଘଣ୍ଟା ମଧ୍ୟରେ ଏହା ନ ହୁଏ ତେବେ ୫୩ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାକୁ ପଞ୍ଚୁପାଣ୍ଡଵ ଠାରେ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏନେଇ ଡେରାବିଶ୍ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.