ETV Bharat / state

ସ୍ବାଧୀନ ଭାରତରେ ପରାଧୀନ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ !

ଇଂରେଜ ମାନଙ୍କ କବଳରୁ ସ୍ବାଧୀନ ହୋଇ ଦେଶ ପାଳିଛି 73ତମ ସ୍ବାଧୀନତା ଦିବସ । ଗୋଟିଏ ପଟେ ଦେଶବାସୀ ସ୍ବାଧୀନତାକୁ ନେଇ ଖୁସି ମନାଉଥିବା ବେଳେ ଅନ୍ୟପଟେ ଏବେ ବି ପରାଧୀନ ଜାତିର ପିତାଙ୍କ ସମ୍ମାନ ।

author img

By

Published : Aug 20, 2019, 8:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଇଂରେଜମାନଙ୍କ କବଳରୁ ସ୍ବାଧୀନ ହୋଇ ଜେଶ ପାଳିଛି 73ତମ ସ୍ବାଧୀନତା ଦିବସ । ଗୋଟିଏ ପଟେ ଦେଶବାସୀ ସ୍ବାଧୀନତାକୁ ନେଇ ଖୁସି ମନାଉଥିବା ବେଳେ ଅନ୍ୟପଟେ ଏବେ ବି ପରାଧୀନ ଜାତିର ପିତାଙ୍କ ସମ୍ମାନ । ଶ୍ରାଦ୍ଧବାର୍ଷିକୀ ଆସିଲେ ମନେ ପଡନ୍ତି ବାପୁଜୀ । ଆଉ ଅନ୍ୟ ଦିନେ ତାଙ୍କରି ପ୍ରତିମୂର୍ତ୍ତୀ ସାମ୍ନାରେ ଚାଲେ ଅସାମାଜିକ କାର୍ଯ୍ୟକଳାପ । ଏ ଦୃଶ୍ୟ ହେଉଛି ଡେରାବିଶ୍‌ ବ୍ଲକ ବାରିମୂଳ ପଞ୍ଚାୟତସ୍ଥିତ ଗାନ୍ଧୀ ପଡିଆର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କିମ୍ବଦନ୍ତୀ କୁହେ 1932 ମସିହା ମେ ମାସରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏହି ପଡିଆରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ସ୍ବାଧୀନ ଭାରତର ପରିକଳ୍ପନା କରି ଦେଶରୁ ବିଦେଶୀମାନଙ୍କୁ ହଟାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ ବାପୁଜୀ । ସେହି ରାତିରେ ବାପୁଜୀ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାତ୍ରିଯାପନ କରିବା ସହ ଲାଉ ଡାଲମା ଖାଇଥିଲେ ।

ସେବେଠାରୁ ପ୍ରତିବର୍ଷ ତାଙ୍କ ସ୍ମୃତିରେ ଗୋବରୀ ନଦୀ କୂଳରେ ସ୍ଥାପନ ହୋଇଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଚଢାଇବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି । କିନ୍ତୁ ବାକି ସବୁ ଦିନରେ ସମ୍ମାନ ଟିକକ ପାଇଁ ଯେମିତି ଝୁରି ଯାଆନ୍ତି ବାପୁଜୀ । ଅନ୍ୟପଟେ ବାପୁଜୀ ରାତ୍ରି ଯାପନ କରିଥିବା ସ୍କୁଲର ଅବସ୍ଥା ମଧ୍ୟ କହିଲେ ନ ସରେ । ତେବେ ପ୍ରଶ୍ନ ଉଠୁଛି ପୂଜ୍ୟ ପୂଜାକୁ ଏପରି ଅସମ୍ମାନୀତ କରିବା କେତେ ଦୂର ଠିକ୍‌ ?

ଗୋଟିଏ ପଟେ ଗୋବରୀ ନଦୀର ପାଣି କୂଳ ଖାଇ ମୂର୍ତ୍ତୀଟିର ସ୍ଥାପନ ସ୍ଥଳୀକୁ ନଦୀ ଗର୍ଭରେ ଲୀନ କରିବାକୁ ବସିଥିବା ବେଳେ ଅନ୍ୟପଟେ ବାପୁଜୀଙ୍କ ମୂର୍ତ୍ତୀ ମଧ୍ୟ ଅସୁରକ୍ଷିତ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯେଉଁ ମୂର୍ତ୍ତୀକୁ ଲୋକେ ସମ୍ମାନ ଦେବା କଥା ସେଠାରେ ଜମୁଛି ଅସାମାଜିକ ଲୋକଙ୍କ ଭିଡ ।

ଏନେଇ ଇଟିଭି ଭାରତ ଟିମ୍‌ର ଗ୍ରାଉଣ୍ଡ ରିପୋର୍ଟ ପାଇ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତାଙ୍କ କହିବା ଅନୁଯାୟୀ ଖୁବ୍‌ଶୀଘ୍ର ଏହି ସ୍ଥାନର କଳେବର ବୃଦ୍ଧି କରାଯାଇ ପ୍ରତିମୂର୍ତ୍ତୀର ରକ୍ଷଣାବେକ୍ଷଣ କରାଯିବ । ଏଥିସହ ସେଠାରେ ଏକ ଲାଇଟ ଲଗାଯାଇ ପୋଲିସ ପେଟ୍ରୋଲିଂର ବ୍ୟବସ୍ଥା ମଧ୍ୟ କରାଯିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:13.08.2019
Radhakanta Mohanty, Kendrapada
Slug-od_kpr_02_gandhi_script_7204459
Anchor-ଆଉ ମାତ୍ର କେଇଘଣ୍ଟା ପରେ ଦେଶ ପାଳିବ ୭୩ତମ ସ୍ବାଧୀନତା ଦିବସ।ଅହିଂସାର ମନ୍ତ୍ର ବଳରେ କୋଟିକୋଟି ଜନତାଙ୍କୁ ଏକତ୍ର କରି ଜାତିର ଜନକ ଇଂରେଜ ମାନଙ୍କୁ ଦେଶରୁ ବିତାଡିତ କରିବାରେ ସଫଳ ହୋଇଥିଲେ।
Body:VO1-୧୯୩୨ମସିହା ମେ ମାସରେ ପରମପୂଜ୍ୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତ ସମୟରେ ମହାତ୍ମା ଡେରାବିଶ୍ ବ୍ଲକ ବାରିମୂଳ ପଞ୍ଚାୟତରେ ଥିବା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ସ୍ୱାଧୀନ ଭାରତର ପରିକଳ୍ପନା କରି ଦେଶରୁ ବିଦେଶୀ ମାନଙ୍କୁ ହଟାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।ସେହିଦିନ ରାତିରେ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାତ୍ରି ରହଣି ସମୟରେ ଲାଉ ଡାଲମା ଖାଇଥିଲେ ଗାନ୍ଧିଜୀ।ଗାନ୍ଧୀଙ୍କର ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କେନ୍ଦ୍ରାପଡ଼ା ବାରିମୂଳ ଗୋବରୀ ନଦୀ କୂଳରେ ପ୍ରତିମୂର୍ତ୍ତିଟିଏ ସ୍ଥାପନ କରାଯାଇଥିଲା।ପ୍ରତିବର୍ଷ ଶହୀଦ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସ୍ମୃତିପୀଠକୁ ଆସି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଚଢାଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥାନ୍ତି।ଏହିଦିନ ଗଲାପରେ "କାଶିଆ କିଏ ନା କପିଳା କିଏ"ନୀତିରେ ଗାନ୍ଧୀଙ୍କୁ ଭୁଲିଯାଇଥାନ୍ତି।ରାତି ରହଣି କରିଥିବା ବିଦ୍ୟାଳୟର ଅବସ୍ଥା ନକହିବା ଭଲ।ତେବେ ପୂଜ୍ୟ ପୁଜାକୁ ଆସମ୍ମାନୀତ କରି କେବଳ ଲୋକଦେଖାଣିଆ ଏଭଳି କାର୍ଯ୍ୟକ୍ରମ କରିବା କେତେଦୂର ଠିକ?
Byte-ଧର୍ମେନ୍ଦ୍ର ସାମଲ(ସ୍ଥାନୀୟ ବାସିନ୍ଦା)
Byte-ସବିତାରାଣୀ ସାହୁ(ପ୍ରଧାନ ଶିକ୍ଷୟତ୍ରୀ, ବାପୁଜୀ ଉଚ୍ଚ ବିଦ୍ୟାଳୟ)
VO2-ବାରିମୂଳ ଗାନ୍ଧୀ ପଡିଆ ଏବେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ମୂର୍ତ୍ତିଟି ଭାଙ୍ଗିବା ଉପରେ।ଗୋଟିଏ ପଟେ ଗୋବରୀ ନଦୀର ପାଣି କୁଳ ଖାଇ ମୂର୍ତ୍ତିଟିର ସ୍ଥାପନ ସ୍ଥଳୀଟିକୁ ନଦୀ ଗର୍ଭରେ ଲୀନ କରିବା ପାଇଁ ବସିଥିବା ବେଳେ ଅନ୍ୟପଟେ ଗାନ୍ଧୀ ମୂର୍ତ୍ତି ଅସୁରକ୍ଷିତ।ଏନେଇ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟର ଉତ୍ତର ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଖୁବଶୀଘ୍ର ଏହି ସ୍ଥାନର କଳେବର ବୃଦ୍ଧି କରାଯାଇ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯିବା ସହ ସେଠାରେ ଏକ ଲାଇଟ ଲଗାଯାଇ ପୋଲିସ ପାଟ୍ରୋଲିଂ ର ବ୍ୟବସ୍ଥା କରାଯିବ।
Byte-ହୃଷୀକେଶ ପୁହାଣ(ସ୍ଥାନୀୟ ବାସିନ୍ଦା)
Byte-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
Conclusion:PTC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.