ETV Bharat / state

ଜାତୀୟ ପ୍ରେସ ଦିବସ: କେନ୍ଦ୍ରାପଡାରେ କେତେ ସୁରକ୍ଷିତ ସାମ୍ବାଦିକ ?

ସମ୍ବାଦ ଓ ସାମ୍ବାଦିକ ମାନଙ୍କ ପାଇଁ ପାଳିତ ହେଉଛି ଜାତୀୟ ପ୍ରେସ ଦିବସ । ହେଲେ ଏହା କେବଳ ଗୋଟିଏ ଦିବସ ପାଳନରେ ସୀମିତ ରହୁଛି । କେନ୍ଦ୍ରାପଡାରେ ଅନେକ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରୋଶମୂଳକ ଭାବେ ଆକ୍ରମଣ କରାଯିବାର ନଜିର ରହିଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଶୂନ ।

author img

By

Published : Nov 16, 2019, 9:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଆଜି (ଶନିବାର) ସାରା ଦେଶରେ ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ପାଇଁ ପାଳିତ ହେଉଛି ଜାତୀୟ ପ୍ରେସ୍ ଦିବସ । ବର୍ତ୍ତମାନ ସମୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ଗଣମାଧ୍ୟମ ବାସ୍ତବିକ କେତେ ସୁରକ୍ଷିତ ସେକଥା ସମସ୍ତେ ଜାଣନ୍ତି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତବର୍ଷ ସାମ୍ବାଦିକ ମାନଙ୍କ ଉପରେ ଘଟିଥିବା ତିନୋଟି ଘଟଣା ଜଣାଇଦେଉଛି କେନ୍ଦ୍ରାପଡ଼ାରେ କେତେ ସୁରକ୍ଷିତ ସାମ୍ବାଦିକ ? ଏନେଇ ଦେଖନ୍ତୁ ETV BHARATର ସ୍ପେଶାଲ ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କକ୍ଷରେ ପାଳିତ ହୋଇଛି ଜାତୀୟ ପ୍ରେସ ଦିବସ । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 2019 ମସିହା ଜୁଲାଇ ମାସ 17 ତାରିଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ମଣ୍ଡଳୀକୁ ପ୍ରଚାର ସମୟରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଦୁଃର୍ବ୍ୟବହାର କରିଥିବା ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହାର ମାତ୍ର କିଛିଦିନ ପରେ ପୁଣି ଜଣେ ମହିଳା ସାମ୍ବାଦିକାଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ଆକ୍ରମଣ କରିଥିଲେ ଏବଂ ଏହାକୁ ନେଇ ପାଟକୁରା ଥାନାରେ ଏକ ମାମଲା ଦାଏର କରାଯାଇଥିଲା । ହେଲେ ଏହାର ଫଳାଫଳ ଏପର୍ଯ୍ୟନ୍ତ ଫାଇଲ ତଳେ ଚାପି ହୋଇରହିଥିବା ଦେଖାଯାଇଛି।

ତେବେ ଜୁଲାଇ ମାସରେ ଜିଲ୍ଲାରେ ଦୁଇଜଣ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ାରେ ଆକ୍ରମଣ ସୂଚାଉଛି କେନ୍ଦ୍ରାପଡ଼ାରେ ସାମ୍ବାଦିକ କେତେ ସୁରକ୍ଷିତ? ସାମ୍ବାଦିକ ମାନେ ବିଭିନ୍ନ ସମୟରେ ଘଟୁଥିବା ଆକ୍ରମଣ ଓ ଆକ୍ରୋଶ ପ୍ରତିବାଦରେ ଦାବିପତ୍ର ପ୍ରଦାନ କରିଛନ୍ତି କିନ୍ତୁ ଫଳାଫଳ କଣ ?

ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା କୋ ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଖବର ପରିବେଷଣ କରିବାରୁ ଜନୈକ ବୈଦ୍ୟୁତିକ ଗଣମାଧ୍ୟମଙ୍କୁ ପ୍ରକାଶ ଜେନା ନାମକ ଜଣେ ବ୍ୟକ୍ତି ଫୋନ ଯୋଗେ ହତ୍ୟା ଧମକ ଦେଇଥିଲେ । ଏହା ସହ କିଛି ଅସହିଷ୍ଣୁ ବ୍ୟକ୍ତି ମାନଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରିବା ନେଇ ଉକ୍ତ ସାମ୍ବାଦିକ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଫଳ ଶୂନ ।

ସେହିପରି ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣା ସମ୍ପର୍କରେ ସାରା ରାଜ୍ୟରେ ସାମ୍ବାଦିକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସାଂସଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଗୋଟିଏ ପଟେ ସାମ୍ବାଦିକଟିଏ ନିଚ୍ଛକ ଖବର ପରିବେଷଣ କରିବା ପାଇଁ ନିଜକୁ ଜଳାଞ୍ଜଳି ଦେଉଥିବା ବେଳେ ଅନ୍ୟପଟେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ ଅଧିକାରୀ, ଲୋକ ପ୍ରତିନିଧି, ସମର୍ଥକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାଏ ।

ବର୍ଷକରେ ଥରୁଟିଏ ଜାତୀୟ ପ୍ରେସ ଦିବସ ପାଳନ କରି ରାଜ୍ୟ ସରକାର ନିଜର ଦାୟିତ୍ବ ଶେଷ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ଖାସ ପଦକ୍ଷେପ ନେଉ ନଥିବା ବେଶ ଦୁଃଖର ବିଷୟ । ତେଣୁ ଶନିବାର ଜାତୀୟ ପ୍ରେସ ଦିବସକୁ କେବଳ ପାଳନ କରିବାରେ ସୀମିତ ନରଖି ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ଏକ କଡା ଆଇନ ପ୍ରଣୟନ ନେଇ ଦାବି ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.11.2019
Radhakanta Mohanty, Kendrapada
Slug-od_kpr_01_pressday flp_script_7204459
Anchor-ଆଜି ସାରା ଦେଶରେ ସମ୍ବାଦପତ୍ର,ସମ୍ପାଦକ ଓ ସାମ୍ବାଦିକ ମାନଙ୍କ ପାଇଁ ପାଳିତ ହେଉଛି "National Press Day"।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ଗଣମାଧ୍ୟମ ବାସ୍ତବିକ କେତେ ସୁରକ୍ଷିତ ସେକଥା ସମସ୍ତେ ଜାଣନ୍ତି।ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତବର୍ଷ ସାମ୍ବାଦିକ ମାନଙ୍କ ଉପରେ ଘଟିଥିବା ତିନୋଟି ଘଟଣା ଜଣାଇଦେଉଛି କେନ୍ଦ୍ରାପଡ଼ାରେ କେତେ ସୁରକ୍ଷିତ ସାମ୍ବାଦିକ?ଏନେଇ ଦେଖନ୍ତୁ ETV BHARATର ସ୍ପେଶାଲ ରିପୋର୍ଟ।
Body:VO1-ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କକ୍ଷରେ ପାଳିତ ହୋଇଛି ଜାତୀୟ ପ୍ରେସ ଦିବସ।କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକ ମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।2019 ମସିହା ଜୁଲାଇ ମାସ 17 ତାରିଖ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ମଣ୍ଡଳୀକୁ ପ୍ରଚାର ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧି ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଦୁଃର୍ବ୍ୟବହାର କରିଥିବା ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏହାର ମାତ୍ର କିଛିଦିନ ପରେ ମହିଳା ସାମ୍ବାଦିକା ସ୍ୱାତି ଜେନାଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକ ମାନେ ଆକ୍ରମଣ ହୋଇଥିଲା ଏବଂ ଏନେଇ ପାଟକୁରା ଥାନାରେ ମଧ୍ୟ ଏକ ଲିଖିତ ଏତଲା କରାଯାଇଥିଲା।ହେଲେ ଏହାର ଫଳାଫଳ ଏପର୍ଯ୍ୟନ୍ତ ଫାଇଲ ତଳେ ଚପି ଯାଇଥିବା ଦେଖାଯାଇଛି।ତେବେ ଜୁଲାଇ ମାସରେ ଜିଲ୍ଲାରେ ଦୁଇଜଣ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ାରେ ଆକ୍ରମଣ ସୁଚାଉଛି କେନ୍ଦ୍ରାପଡ଼ାରେ ସାମ୍ବାଦିକ କେତେ ସୁରକ୍ଷିତ?ସାମ୍ବାଦିକ ମାନେ ବିଭିନ୍ନ ସମୟରେ ଘଟୁଥିବା ଆକ୍ରମଣ ଓ ଆକ୍ରୋଶ ପ୍ରତିବାଦରେ ଦାବିପତ୍ର ପ୍ରଦାନ କରିଛନ୍ତି କିନ୍ତୁ ଫଳାଫଳ କଣ?
Byt-ମନୋଜ ସ୍ୱାଇଁ(ସାମ୍ବାଦିକ, କେନ୍ଦ୍ରାପଡ଼ା)
VO2-ବହୁଚର୍ଚିତ କେନ୍ଦ୍ରାପଡ଼ା କୋ ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଖବର ପରିବେଷଣ କରିବାରୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶିବାଶିଷ ମହାନ୍ତିଙ୍କୁ ପ୍ରକାଶ ଜେନା ନାମକ ଜଣେ ବ୍ୟକ୍ତି ଫୋନ ଯୋଗେ ହତ୍ୟା ଧମକ ଦେବା ଓ କିଛି ଅସହିଷ୍ଣୁ ବ୍ୟକ୍ତିବିଶେଷ ମାନଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରିବା ନେଇ ଶିବାଶିଷ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଫଳ ଶୂନ।ସେହିପରି ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସାମ୍ବାଦିକ ମନୋଜ ସ୍ବାଇଁଙ୍କୁ ଦୁଃର୍ବ୍ୟବହାର କରିବା ଘଟଣା ସମ୍ପର୍କରେ ସାରା ରାଜ୍ୟରେ ସାମ୍ବାଦିକ ମାନଙ୍କ ଦ୍ୱାରା ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସାଂସଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।ଗୋଟିଏ ପଟେ ସମ୍ବାଦିକଟିଏ ନିଚ୍ଛକ ଖବର ପରିବେଷଣ କରୁଥିବା ସାମ୍ବାଦିକ ପାଇଁ ଖବର ସଂଗ୍ରହ କରିବା ମୁଖ୍ୟ କାର୍ଯ୍ୟ ହୋଇଥିବା ବେଳେ ଅନ୍ୟପଟେ ଆରକ୍ଷୀ ଅଧିକାରୀ,ଲୋକ ପ୍ରତିନିଧି,ସମର୍ଥକ ଓ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଆକ୍ରୋଶର ଶିକାର ହେବାକୁ ପଡିଥାଏ ଏହି କର୍ତ୍ତବ୍ୟରତ୍ତ ସାମ୍ବାଦିକ ମାନଙ୍କୁ।
Byt-ଚିତ୍ତରଞ୍ଜନ ଦାସ(ବରିଷ୍ଠ ସାମ୍ବାଦିକ)
Byt-ବିଧୁଭୂଷଣ ମହାପାତ୍ର(OJU କେନ୍ଦ୍ରାପଡ଼ା ସଭାପତି)
Conclusion:FVO-ବର୍ଷକରେ ଥରୁଟିଏ ଜାତୀୟ ପ୍ରେସ ଦିବସ ପାଳନ କରି ରାଜ୍ୟ ସରକାର ନିଜର ଦାୟିତ୍ୱ ଶେଷ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ଖାସ ପଦକ୍ଷେପ ନେଉନଥିବା ଦୁଃଖର ବିଷୟ ହୋଇପଡିଛି।ତେଣୁ ଆଜି ଜାତୀୟ ପ୍ରେସ ଦିବସକୁ କେବଳ ପାଳନ କରିବାରେ ସୀମିତ ନରଖି ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ଏକ କଡା ଆଇନ ପ୍ରଣୟନ ନେଇ ଦାବି ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.