କଟକ/କେନ୍ଦ୍ରାପଡ଼ା: ବିଜେଡି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ଏକ ଅଜଣା ନମ୍ବରରୁ ହ୍ବାଟସ୍ ଆପ୍ ମେସେଜରେ ମିଳିଛି ଧମକ ।
ଅନୁଭବ 10 ଲକ୍ଷ ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଅଜଣା ବ୍ୟକ୍ତି । ଏ ନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ । ଅନୁଭବଙ୍କ ପରିବାରକୁ ମଧ୍ୟ ଧମକ ଦେଇଛି ଅଜଣା ବ୍ୟକ୍ତି । ଅଭିଯୋଗ ଅନୁଯାୟୀ, ମେସେଜରେ କେହି ଦର୍ବୃତ୍ତ ଅନୁଭବଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି । ଆଉ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛି ।
ଅନୁଭବଙ୍କ ଅଭିଯୋଗ ପରେ ୯୧/୨୦୧୯ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ