ETV Bharat / state

ଏମପିଓଏସ ମେସିନ; ଡିଜିଟାଲ ଉପାୟରେ ଟିକସ ଦେବେ ପୌରପାଳିକା ଅଧିବାସୀ

author img

By

Published : Jan 6, 2020, 9:51 PM IST

କେନ୍ଦ୍ରାପଡା ପୌରପାଳିକା ଅଧିନରେ ବାସ କରୁଥିବା ଲୋକମାନେ ଏଥର ଡିଜିଟାଲ ଉପାୟରେ ବିଭିନ୍ନ ଟିକସ ପୈଠ କରିବେ । ଏଥିପାଇଁ ଉପଜିଲ୍ଲାପାଳ ଏମପିଓଏସ ମେସିନ ଉଦଘାଟନ କରିଛନ୍ତି । ଅଧିକ ଖବର ପଢନ୍ତୁ...

kendrapada
ଉଦଘାଟିତ ହେଲା ଏମପିଓଏସ ମେସିନ

କେନ୍ଦ୍ରାପଡା: ରାଜ୍ୟର ସର୍ବପୁରାତନ ପୌରପାଳିକା ଅଧିନରେ ବାସ କରୁଥିବା ଜନସାଧାରଣ ଏଥର ଡିଜିଟାଲ ଉପାୟରେ ଘରର ବିଭିନ୍ନ ଟିକସ ପୈଠ କରିବେ । ଏନେଇ ସୋମବାର କେନ୍ଦ୍ରାପଡା ଟାଉନ ହଲଠାରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏହି ମେସିନ(ଏମପିଓଏସ)କୁ ଉଦଘାଟନ କରିଛନ୍ତି । ଏହି ସୁବିଧା ଆକ୍ସିସ ବ୍ୟାଙ୍କ ଦ୍ବାରା ଆରମ୍ଭ କରାଯାଇଛି ।

ଉଦଘାଟିତ ହେଲା ଏମପିଓଏସ ମେସିନ

ଏମପିଓଏସ ମେସିନ ଉଦଘାଟନ ଅବସରରେ ଉପଜିଲ୍ଲାପାଳ ଆକ୍ସିସ ବ୍ୟାଙ୍କକୁ ଧନ୍ୟବାଦ ଦେବା ସହ ଡିଜିଟାଲ ମାଧ୍ୟମରେ ପୌରପାଳିକାର ଟିକସ ଆଦାୟ ସହଜ ସରଳ ଓ ହେବ ବୋଲି କହିଛନ୍ତି । ଏମପିଓଏସ ଡିଭାଇସ ମାଧ୍ୟମରେ ଟିକସ ଆଦାୟକାରୀ ମାନେ ପୌରପାଳିକା ଅଧିନରେ ବାସ କରୁଥିବା ଜନସାଧାରଣମାନଙ୍କ ଠାରୁ ଚେକ୍, ଡେବିଟ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଟଙ୍କା ଆଦାୟ କରିପାରିବେ ବୋଲି ସୂଚନା ଦେଇଛନ୍ତି ।

ଏହା ଦ୍ବାରା ସମସ୍ତ ଟିକସ ଦାତାଙ୍କର ହିସାବ ଆକ୍ସିସ ବ୍ୟାଙ୍କ ମାଧ୍ୟମରେ କରାଯାଇପାରିବ ବୋଲି ମଧ୍ୟ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.01.2020
Radhakanta Mohanty,Kendrapada
Slug-od_kpr_payment through mpos_script_7204459
Anchor-ରାଜ୍ୟର ସର୍ବ ପୂରାତନ ପୌରପାଳିକା ଅଧିନରେ ବାସ କରୁଥିବା ଜନସାଧାରଣ ଏଥର ଡିଜିଟାଲ ଉପାୟରେ ଘରର ବିଭିନ୍ନ ଟିକସ ପଇଠ କରିବେ । ଆକ୍ସିସ ବ୍ୟାଙ୍କ ସହାୟତାରେ କେନ୍ଦ୍ରାପଡା ପୌରପାଳିକା ଏଭଳି ଏକ ଅଭିନବ ଉପାୟରେ ଟିକସ ଆଦାୟ କରିବାର ବନ୍ଦୋବସ୍ତ କରିଛି । ଆଜି କେନ୍ଦ୍ରାପଡା ଟାଉନ ହଲଠାରେ MPoS ମେସିନର ଉଦ୍ଦଘ୍ଘାଟନି ଉତ୍ସବରେ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆକ୍ସିସ ବ୍ୟାଙ୍କ କୁ ଧନ୍ୟବାଦ ଦେବାସହିତ ଏଥର ପୌରପାଳିକାର ଟିକସ ଆଦାୟ ସରଳ ଓ ଡିଜିଟାଲ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି । ଏହି MPoS ଡିଭାଇସ୍ ମାଧ୍ୟମରେ ଟିକସ ଆଦାୟକାରୀ ମାନେ ପୌରପାଳିକା ଅଧିନରେ ବାସ କରୁଥିବା ଜନସାଧାରଣମାନଙ୍କ ଠାରୁ ଚେକ୍, ଡେବିଟ ଓ କ୍ରେଡିଟ୍ କାର୍ଡ ଏବଂ ଟଙ୍କା ଆଦାୟ କରିପାରିବେ ବୋଲି ସୂଚନା ଦେଇଛନ୍ତି । ଏହା ଦ୍ବାରା ସମସ୍ତ ଟିକସ ଦାତାଙ୍କର ଟିକନିଖ ହିସାବ ଆକ୍ସିସ ବ୍ୟାଙ୍କ ମାଧ୍ୟମରେ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ।
Byte-ଜ୍ୟୋତିଶଙ୍କର ମହାପାତ୍ର (ଉପ ଜିଲ୍ଲାପାଳ କେନ୍ଦ୍ରାପଡା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.