ETV Bharat / state

ସାଂସଦ ଅନୁଭବଙ୍କୁ ଲୋକସଭା ବାଚସ୍ପତିଙ୍କ ଫେକ ହ୍ବାର୍ଟଅପ୍‌ରୁ ମେସେଜ୍‌ - ଅନୁଭବ ମହାନ୍ତିଙ୍କୁ ଲୋକସଭା ବାଚସ୍ପତିଙ୍କ ଫେକ ହ୍ବାର୍ଟଅପରୁ ମେସେଜ

ସାଂସଦ ଅନୁଭବ ମହାନ୍ତିଙ୍କୁ ଲୋକସଭା ବାଚସ୍ପତିଙ୍କ(lokasabha speaker) ଫେକ ହ୍ବାର୍ଟଅପରୁ ମେସେଜ ଆସିବାପରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଅନୁଭବ ମହାନ୍ତିଙ୍କୁ ଲୋକସଭା ବାଚସ୍ପତିଙ୍କ ଫେକ ହ୍ବାର୍ଟଅପରୁ ମେସେଜ

author img

By

Published : May 5, 2022, 1:12 PM IST

କେନ୍ଦ୍ରାପଡା: ନିକଟରେ ସିମ ଜାଲିଆତିରେ ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଥିଲା । ଲୋକସଭା ବାଚସ୍ପତିଙ୍କ ନାଁକୁ ବ୍ୟବହାର କରି ହ୍ବାଟ୍ସଆପ ଆକାଉଣ୍ଟ ଖୋଲିଥିଲେ ସାଇବର ଠକ । ସେହି ଫେକ ଆକାଉଣ୍ଟରୁ କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ(Anubhav Mohanty) ମେସେଜ ଆସିଛି । ଯାହାକୁ ଟ୍ବିଟରରେ କିଛି ସ୍କ୍ରିନସଟ୍‌ ସେୟାର କରି ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ ।

ଫେକ୍‌ ଆକାଉଣ୍ଟରୁ ଆସିଥିବା ମେସେଜକୁ ଟ୍ବିଟରରେ ସେୟାର କରିଛନ୍ତି ସାଂସଦ ଅନୁଭବ । 9480918183 ନମ୍ବରରେ ଲୋକସଭା ବାଚସ୍ପତିଙ୍କ ଫଟୋ ଥିବା ଆକାଉଣ୍ଟରୁ ଅନୁଭବଙ୍କୁ ମେସେଜ ଆସିଛି । ମେସେଜରେ ଲେଖା ଅଛି 'ହ୍ୟାଲୋ ଅନୁଭବ ତୁମେ ବର୍ତ୍ତମାନ କେଉଁଠି ଅଛ ।

ଏହାର ଫଟୋ ସେୟାର କରି ଅନୁଭବ ଜାତୀୟ ସାଇବର କ୍ରାଇମ ଡିଭିଜନକୁ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ନିକଟରେ ଓଡ଼ିଶା ସର୍କଲର ଏକ BSNL ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ବ୍ୟବହାର କରିଥିଲେ ଦୁର୍ବୃତ୍ତ । ସିମ ଜାଲିଆତିର ଏକ ରାକେଟ ଠାବ ପରେ ଏହା ଜଣାପଡିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.