କେନ୍ଦ୍ରାପଡ: ଗୋଟିଏ ପଟେ ଓଡିଶା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବା ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଖବର ଗଣମାଧ୍ୟମ ଶୀରୋନାମାରେ ଥିବାବେଳେ ଏପଟେ କେନ୍ଦ୍ରାପଡା ସାଂସଦ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଉପରେ ଖପ୍ପା । ଏକ ନିର୍ଦ୍ଦିଷ୍ଟ ୟୁଟ୍ୟୁବ ଚ୍ୟାନେଲ ବର୍ଷା ଅନୁଭବଙ୍କ ସମ୍ପର୍କ ଉପରେ ଭୁଲ୍ ଖବର ପରିବେଷଣ କରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ସାଂସଦ ଅନୁଭବ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏହି ନ୍ୟୁଜ ଚ୍ୟାନେଲର ଖବର ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ 'ମୁଁ ଚୁପ ରହିଛି କାରଣ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, କିଛି ଗଣମାଧ୍ୟମ ବା ୟୁଟ୍ୟୁବ ଚ୍ୟାନେଲ ଯାହା ଇଚ୍ଛା ତାହା ଲେଖିବେ, ମୁଁ ସେମାନଙ୍କୁ ଚେତାବନୀ ଦେଉଛି ସେମାନେ ଏଭଳି ମିଥ୍ୟା, କପୋଳକଳ୍ପିତ ଏବଂ ଭିତ୍ତିହୀନ ଖବର ପରିବେଷଣରୁ ଦୂରେଇ ରୁହନ୍ତୁ ।'
ନଚେତ ମୁଁ ବାଧ୍ୟ ହୋଇ ମାନ୍ୟବର ଅଦାଲତଙ୍କ ପାଖରେ ସେମାନଙ୍କ ବିରୋଧରେ ମାମଲା କରିବି ବୋଲି ଅନୁଭବ କହିଛନ୍ତି । ସାଧାରଣ ଜନତାଙ୍କୁ ଏଭଳି ଖବର ଦ୍ୱାରା ଭ୍ରମିତ କରିବା ଅପଚେଷ୍ଟାକୁ ନିନ୍ଦା କରୁଛି । ସେହିପରି ବର୍ଷାଙ୍କ ସହ ପୁନଃ ସମ୍ପର୍କ ସ୍ଥାପନର କୌଣସି ପ୍ରଶ୍ନ ଉଠୁନି, ମୂଁ ପୂର୍ବରୁ ମଧ୍ଯ ଏନେଇ ସ୍ପଷ୍ଟ କରିସାରିଛି । ତେଣୁ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ଭଳି ଖବର ପରିବେଷଣ କରାନଯାଉ ବୋଲି ଅନୁଭବ କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା