କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତରେ ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇ ନଦୀରେ ସଲିଳ ସମାଧି ପାଲଟିଛନ୍ତି ମାଆ, ଝିଅ ।
ଯଦୁମଣିଙ୍କ ସ୍ତ୍ରୀ ନେଉଳି ଜେନା ଓ ସାନ ଝିଅ ଜେନା(8) ନିକଟସ୍ଥ ଗୋଦାବରୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ପ୍ରଥମେ ଝିଅ ଶୌଚ ହେଉଥିବା ବେଳେ ଗୋଡ ଖସିଯାଇଥିଲା । ଏହା ପରେ ମାଆ ନେଉଳି ଝିଅକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ ।
ତେବେ ଯଦୁମଣିଙ୍କ 2ପୁଅ 2ଟି ଝିଅ । ଦୀର୍ଘ ସମୟର ଧରି ମାଆ ଓ ସାନ ଭଉଣୀ ଘରୁ ନଫେରିବାରୁ ସାନ ପୁଅ ପପୁ ଖୋଜାଖୋଜି କରିବାରୁ ଗୋଦାବରୀ ନଦୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ