ETV Bharat / state

କେନ୍ଦ୍ରାପଡାରେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା, ମହିଳା ସ୍ବାବଲମ୍ବୀ ନେଇ କଲେ ଆଲୋଚନା

author img

By

Published : Mar 12, 2021, 2:12 PM IST

କେନ୍ଦ୍ରାପଡାରେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ । ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା । ଅଧିକ ପଢନ୍ତୁ...

ସୁଜାତା କାର୍ତ୍ତିକେୟନ
ସୁଜାତା କାର୍ତ୍ତିକେୟନ

କେନ୍ଦ୍ରାପଡା: ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି । ମିଶନଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି ବିଭାଗକୁ କିପରି ଲୋକାଭିମୁଖୀ କରାଯିବ । ମହିଳାମାନେ କିପରି ଉନ୍ନତି କରିବେ ଏବଂ ସରକାରଙ୍କ ଯୋଜନା କିପରି ମହିଳା ମାନଙ୍କ ପାଖରେ ପହଞ୍ଚିବ ସେନେଇ ସେ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ସୁଜାତା କାର୍ତ୍ତିକେୟନ

ଜିଲ୍ଲାପାଳଙ୍କ ସଦଭାବନା ଗୃହରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତି ରହି ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଛନ୍ତି । କେନ୍ଦ୍ରାପଡାରେ ମହିଳା ଏସଏଚଜି କିପରି କୌଣସି ବିଭାଗ ଦ୍ଵାରା ଅସୁବିଧାରେ ପଡିବେ ନାହିଁ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ ନିର୍ଦ୍ଦେଶିକା ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇଘଣ୍ଟା ଧରି ମିଶନଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ମିଶନଶକ୍ତି ନିର୍ଦ୍ଦେଶିକା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.