ETV Bharat / state

ପୋଲିସ କର୍ମୀଙ୍କ ଘରୁ ଚୋରି, ଗହଣା ସମେତ ଟଙ୍କା ଲୁଟି ନେଲେ

author img

By

Published : Jun 18, 2023, 6:52 PM IST

ଏସପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ ଥିବା କନେଷ୍ଟବଳଙ୍କ ଘରେ କଳାକନା ବୁଲାଇଲେ ଚୋର । ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ

miscreants loot
miscreants loot
ଗହଣା ସମେତ ଟଙ୍କା ଲୁଟି ନେଲେ

କେନ୍ଦ୍ରାପଡା: ପୋଲିସ ଘରୁ ଚୋରି । ପୋଲିସ କର୍ମଚାରୀଙ୍କ ଘରେ ପସି କଳା କନା ବୁଲାଇଲେ ଲୁଟେରା । ସମସ୍ତଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଓ ଧନଜୀବନ ରକ୍ଷା କରୁଥିବା ପୋଲିସ ବିଭାଗର କର୍ମଚାରୀଙ୍କ ଘରୁ ଲୁଟ୍‌ପାଟ୍‌ କରି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଜଝାଙ୍ଗ ଅଞ୍ଚଳରେ । ବସ୍‌ଷ୍ଟାଣ୍ଡସ୍ଥିତ ଏକ ନମ୍ବର ଫାଣ୍ଡି କନେଷ୍ଟବଳ ବିମଳେନ୍ଦୁ ପାଢ଼ୀଙ୍କ ଘରେ ପଶି ଚୋରମାନେ ସୁନାଗହଣା ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ବିମଳେନ୍ଦୁ ଏବଂ ତାଙ୍କ ବଡଭାଇଙ୍କ ପରିବାର ଲୋକେ ରଜ ଛୁଟି ପାଇଁ ବାହାରକୁ ବୁଲିବାକୁ ଯାଇଥିଲେ । ଘରେ କେବଳ ବୃଦ୍ଧ ବାପା ଅଶେଷ ପାଢୀ ଓ ମା ମିନତି ପାଢୀ ଏକା ରହିଥିଲେ । ଏହାର ସୁଯୋଗ ନେଇ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଛାତ ଉପରକୁ ଯାଇ କବାଟ ଖୋଲି ଭିତରକୁ ପଶିଥିଲେ । ଘରେ ଥିବା ଦୁଇଟି ଆଲମିରାରୁ ନଗଦ ୪୦ ହଜାର ଟଙ୍କା ଓ ଘରେ ଥିବା ପ୍ରାୟ ୧୮ ଭରି ସୁନାଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃର୍ତ୍ତ । ଏଥିସହ ଚୋରମାନେ ସାଙ୍ଗରେ ଆଣିଥିବା ଏକ ଲୁହା ରଡ ଛାଡି ଯାଇଛନ୍ତି ।

ତେବେ ଏନେଇ ଥାନାରେ ଏତଲା ଦିଆଯିବା ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଗୋଟି ଗୋଟି କରି ତନାଘନା କରିଥିଲା । ଅନ୍ୟକୁ ସୁରକ୍ଷା ଦେବା ପାଇଁ ନିଯୁକ୍ତ ପୋଲିସ କନେଷ୍ଟବଳଙ୍କ ଘରେ ଚୋର କଳାକନା ବୁଲାଇବା ପୋଲିସ ବ୍ୟବସ୍ଥା ପ୍ରତି ଚୋରମାନଙ୍କର ଭୟ କେତେ ସେନେଇ ବୁଝିବା ଆଉ ବାକି ନାହିଁ ବୋଲି ଲୋକେ କହୁଛନ୍ତି । ଗତ କିଛି ମାସ ତଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏଟିଏମରୁ ଚୋରମାନେ ବ୍ୟାଟେରୀ ଚୋରାଇ ନେଇଥିବା ବେଳେ ଅଦ୍ୟାବଧି ପୋଲିସ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ଆଉ ଏବେ ଜିଲ୍ଲା ପୋଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଘରୁ ଯାହାକି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦ ଶହ ମିଟର ଦୂର ସେଠାରୁ ଚୋରି ହେବା ଜିଲ୍ଲା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ପୋଲିସକୁ ଚ୍ୟାଲେଞ୍ଜ ଦେବା ପାଇଁ ଚୋର ଏଭଳି ଲୁଟପାଟ କରିଥିବା କୁହାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.