ETV Bharat / state

ଭିଜିଲାନ୍ସ ଡିଏସପିଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରି ଟଙ୍କା ମାଗୁଛି ଠକ - ଭିଜିଲାନ୍ସ ଡିଏସପି

ଭିଜିଲାନ୍ସ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଫେକ୍‌ ଫେସବୁକ ଆଇଡି । ଫେକ୍‌ ଆଇଡି ଜରିଆରେ ଦୁର୍ବୃତ୍ତମାନେ ଟଙ୍କା ମାଗୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଡିଏସପିଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରି ଟଙ୍କା ମାଗୁଛି ଠକ

author img

By

Published : Mar 21, 2021, 8:13 AM IST

କେନ୍ଦ୍ରାପଡା: ଭିଜିଲାନ୍ସ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଫେକ୍‌ ଫେସବୁକ ଆଇଡି । ଫେକ୍‌ ଆଇଡି ଜରିଆରେ ଦୁର୍ବୃତ୍ତମାନେ ଟଙ୍କା ମାଗୁଥିବା ଅଭିଯୋଗ । କେନ୍ଦ୍ରାପଡା ବିଭାଗରେ କାର୍ଯ୍ୟରତ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନାଁରେ ଫେକ ଆଇଡି କରାଯାଇଥିବା ଅଭିଯୋଗ ହୋଇଛି ।

କେହି ଜଣେ ଦୁର୍ବୃତ୍ତ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନାଁରେ ଫେକ ଆଇଡିରେ କରି ତାଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ । ମେସେଞ୍ଜର ଜରିଆରରେ ଟଙ୍କା ମାଗୁଥିବାବେଳେ ଦୁର୍ବୃତ୍ତ ଜଣକ ହିନ୍ଦୀରେ ବାର୍ତ୍ତାଳାପ କରିଥିଲେ ।ଏନେଇ ସମ୍ପର୍କୀୟ ଜଣକ ଡିଏସପିଙ୍କୁ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଛି । ସେପଟେ ଏନେଇ ରାୟଗୁରୁ ପୋଲିସର ସହଯୋଗ ନେବା ସହ ଖୁବଶୀଘ୍ର ଦୁର୍ବୃତ୍ତକୁ ଧରିବେ ବୋଲି କହିଛନ୍ତି । ଏହାକୁ ବିଶ୍ବାସ ନ କରିବାକୁ ଅପିଲ କରିଛନ୍ତି ଅଧିକାରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.