କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆଇଡି । ଫେକ୍ ଆଇଡି ଜରିଆରେ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅମ୍ରିତ ଋତୁରାଜଙ୍କ ନାଁରେ ଫେକ ଆଇଡି କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନାଅନୁସାରେ, ଗତ ଦୁଇବର୍ଷ ତଳେ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ତିଆରି କରି ସାଧାରଣ ଲୋକଙ୍କୁ ଦୁର୍ବୃତ୍ତମାନେ ଟଙ୍କା ମାଗିଥିଲେ । ତେବେ ବର୍ତ୍ତମାନ କେନ୍ଦ୍ରାପଡାର ଜିଲ୍ଲାପାଳଭାବେ କାର୍ଯ୍ୟରତ ଥିବା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ତିଆରି ହୋଇଛି । ଏନେଇ ଜିଲ୍ଲାପାଳଙ୍କୁ କିଛି ସୋସିଆଲ ମିଡିଆରେ ଥିବା ବନ୍ଧୁ ଅବଗତ କରିଥିଲେ । ଏହାପରେ ଜିଲ୍ଲାପାଳ ଏହି ଆକାଉଣ୍ଟ ଉପରେ ବିଶ୍ୱାସ ନକରି କାହାରିକୁ ଟଙ୍କାଟିଏ ନଦେବା ପାଇଁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡା