ETV Bharat / state

ତିନୋଟି ବାଇକ ସମେତ କାର ପୋଡି ଦୁର୍ବୃତ୍ତ ଫେରାର

author img

By

Published : Nov 1, 2020, 2:41 PM IST

ଜଣେ ଶିକ୍ଷକଙ୍କ ଘରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ 2ଟି ମୋଟର ସାଇକେଲ,ଗୋଟିଏ ବୁଲେଟ ଓ ଏକ ଇଣ୍ଡିଗୋ କାରକୁ ନିଆଁ ଲଗାଇ ଦେଇଛନ୍ତି । ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ 3ଟି ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କାରଟିକୁ ଉଦ୍ଧାର କରାଯାଇଛି ।

ତିନୋଟି ବାଇକ ସମେତ କାର ପୋଡି ଦୁର୍ବୃତ୍ତ ଫେରାର
ତିନୋଟି ବାଇକ ସମେତ କାର ପୋଡି ଦୁର୍ବୃତ୍ତ ଫେରାର

କେନ୍ଦ୍ରାପଡା: ଟାଉନ୍ ଥାନା ରଣପଡା ଗ୍ରାମରେ ଜଣେ ଶିକ୍ଷକଙ୍କ ଘରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ 2ଟି ଗ୍ଲାମର ମୋଟର ସାଇକେଲ,ଗୋଟିଏ ବୁଲେଟ ଓ ଏକ ଇଣ୍ଡିଗୋ କାରକୁ ନିଆଁ ଲଗାଇ ଦେଇଛନ୍ତି । ସୂଚନାନୁଯାୟୀ, ଗତରାତିରେ ରଣାପଡା ଗାଁର ଲିଆକତ ଅଲ୍ଲିଙ୍କ ଘର ସମ୍ମୁଖରେ ରଖାଯାଇଥିବା ଗାଡି ଗୁଡିକ ଉପରେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଗାଡିର ଟାଙ୍କି ଫାଟି ବିସ୍ପୋରଣ ହେବାରୁ ଘର ଲୋକେ ଉଠି ପଡିଥିଲେ ।

କିନ୍ତୁ ଗାଡ଼ି ଗୁଡ଼ିକ ସମ୍ପୂର୍ଣ ଜଳି ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ 3ଟି ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କାରଟିକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପେଟ୍ରୋଲ ବୋତଲ ଓ କିଛି କାଗଜ ଗୁଣ୍ଡ ପଡିଥିବା ଦେଖାଯାଇଛି।

ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଦ୍ରାସାକୁ ନେଇ ଚାଲିଥିବା ବିବାଦ ଯୋଗୁଁ ଏମିତି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.