ETV Bharat / state

ଘରେ ନିଆଁ ଲଗାଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ - ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

କୋଳିଢ଼ିଅ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ । ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants attempt to kill  former sarpanch

author img

By

Published : Aug 15, 2023, 11:51 AM IST

Updated : Aug 15, 2023, 1:58 PM IST

miscreants attempt to kill the former sarpanch

କେନ୍ଦ୍ରାପଡା: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟକାଣ୍ଡ । ଘରେ ଶୋଇଥିବା ବେଳେ ପୂର୍ବତନ ସରପଞ୍ଚଙ୍କ ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଏଭଳି ଅଭିଯୋଗ ଆଣିଛନ୍ତି କୋଳିଢ଼ିଅ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସ । ଗତରାତିରେ ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ଘରେ ଶୋଇଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ତାଙ୍କ ଘର ବାହାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି ।

ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସଙ୍କ ଘରେ ବାହାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଘରେ ନିଆଁ ଲାଗି ଯିବା ଦେଖି ସେ ପ୍ରାଣ ବିକଳରେ ଶୌଚଳ ଭିତରେ ପଶିଯାଇଥିଲେ । ସୌଭାଗ୍ୟ ବଶତଃ ପାଣି ଟ୍ୟାପ୍‌ ଉପରେ ହାତ ପଡିଯିବାରୁ ଓଦା ଗାମୁଛା ଘୋଡେଇ ହୋଇ ବାହାରକୁ ପଳାଇ ଆସିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ପୂର୍ବତନ ସରପଞ୍ଚ ଘରୁ ବାହାରିବା ପରେ ଗାଁର କିଛି ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇବା ପରେ ନିଜର ସମର୍ଥକମାନଙ୍କୁ ଧରି ରାଜନୈତିକ ଶତୃତାରୁ ଏଭଳି କାଣ୍ଡ ଘଟିଛି ବୋଲି ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କଟକ ସଦର ହତ୍ୟା ମାମଲା: ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ କହିଲେ ଡିସିପି

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିକରି ଉକ୍ତ ପଞ୍ଚାୟତର କୋଳିଢ଼ିଅରେ ଦୋକାନ ବଜାର ଓ ବିଜୟନଗର ନଦୀଘାଟ ବନ୍ଦ ରହିଥିବା ଜଣାପଡ଼ିଛି । ଫଳରେ ପଞ୍ଚାୟତରେ ଏକ ପ୍ରକାର ଚାପା ଉତ୍ତେଜନା ଦେଖା ଦେଇଛି । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ । ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଘଟଣାସ୍ଥଳରେ ଆଳି ଦମକଳ ବାହିନୀ ପ୍ରଥମେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା । ପୋଲିସ ଘର ବାହାରେ ପଡିଥିବା ପେଟ୍ରୋଲ ବୋତଲକୁ ଜବତ କରିଛି । ଏହି କାଣ୍ଡ ଘଟାଇ ଦୁର୍ବୃର୍ତ୍ତମାନେ ଫେରାର ଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଅସ୍ପଷ୍ଟ ରହିଛି ?

ଏନେଇ ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସ କହିଛନ୍ତି ଯେ, ଗତକାଲି ରାତିରେ ହଠାତ ଘର ବାହାରେ ନିଆଁ ଲାଗିଥିବା ମୁଁ ଦେଖିଥିଲି । ଜୀବନ ବଞ୍ଚାଇବା ପାଇଁ ମୁଁ ବାାହରକୁ ପଳାଇ ଆସିଥିଲି । ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି । ରାଜନୈତିକ ଶତ୍ରୁତାରୁ ଏପରି ହୋଇଥାଇପାରେ । କେହି ମୋତେ ମାରି ଦେବାକୁ ଉଦ୍ୟମ କରୁଥିଲା ।

ଇଟିଭି ଭାରତ, କେନ୍ଦ୍ରପଡା

Last Updated : Aug 15, 2023, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.