ETV Bharat / state

ପୋଲିସ ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ, ପୋଲିସ ହାତ ଖାଲି

author img

By

Published : Sep 6, 2019, 8:26 PM IST

ଆଳି ଥାନାର ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଘଟଣାକୁ ୨୪ଘଣ୍ଟା ପୁରିବାକୁ ବସିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ଆଳି ଥାନାର ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଘଟଣାକୁ ୨୪ଘଣ୍ଟା ପୁରିବାକୁ ବସିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଗୌଡପାଟଣା ଗାଁ ନିକଟରେ ଗୁରୁବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ ଗାଡି ଉପରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଫଳରେ ପୋଲିସ ଗାଡିର କାଚ ଭାଙ୍ଗି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଗାଡିରେ ଥିବା ୪ ଜଣ ଆହତ ପୋଲିସ କର୍ମଚାରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଥିଲା ।

ଗୁରୁବାର ସକାଳେ ପୋଲିସ ଗୌଡପାଟଣା ଗାଁରେ ପୂଜା ହେଉଥିବା ଗଣେଶଙ୍କ ମେଢ ନିକଟରୁ ଏକ ମାଇକ୍ ସେଟ୍ ଉଠାଇ ଆଣିଥିଲା । ବିନା ପ୍ରଶାସନିକ ଅନୁମତିରେ ମାଇକ ବଜାଇବା ଅଭିଯୋଗ କରିଥିଲା ପୋଲିସ। ସମ୍ଭବତଃ ଏହି ମାଇକ ଜବତ ଘଟଣାକୁ କେନ୍ଦ୍ରକରି ପୋଲିସ ଉପରେ ଆକ୍ରମଣ ହୋଇଥାଇପାରେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉତ୍ତେଜନା ଥିବା ଅନୁଭବ କରି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିବାବେଳେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.09.2019
Radhakanta Mohanty,Kendrapada
Slug-od_kpr_03_police attacked_script_7204459
Anchor-ପୋଲିସକୁ ଛେଚିଲେ ସାଧାରଣ ଲୋକ।ଗତକାଲି ଆଳି ଥାନାର ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ ଘଟଣାକୁ ୨୪ଘଣ୍ଟା ପୁରିବାକୁ ବସିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।ସୂଚନାନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଗୌଡପାଟଣା ଗାଁ ନିକଟରେ ଗୁରୁବାର ସଂଧ୍ୟାରେ ପୋଲିସ ପେଟ୍ରୋଲିଂ ଗାଡି ଉପରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା।ଫଳରେ ପୋଲିସ ପେଟ୍ରୋଲିଂ ଗାଡିର କାଚ ଭାଙ୍ଗି ପୋଲିସ କର୍ମଚାରୀ ମାନଙ୍କ ଦେହ ମୁଣ୍ଡରେ ଆଘାତ କରିଛି । ଗାଡିରେ ଥିବା ୪ ଜଣ ଆହତ ପୋଲିସ କର୍ମଚାରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଥିଲା ।ଗୁରୁବାର ସଂଧ୍ୟାରେ ଆଳି ଥାନା ନିଆଳ-ଗୌଡପାଟଣା ରାସ୍ତାରେ ପୋଲିସ ପେଟ୍ରୋଲିଂ କରୂଥିବା ବେଳେ ପୋଲିସ ଗାଡିକୁ ଢେଲା ମାଡ ହୋଇଥିଲା। ଗାଡିରେ ଥିବା ଏଏସ୍ଆଇ ଭଗବାନ ମାଝି ଗୁରୁତର ହୋଇଛନ୍ତି । ତାଙ୍କ ମୁହଁରେ ଗାଡିର କାଚ ଗଳି ଯାଇଛି । ସେହି ରାସ୍ତାରେ ଗଣେଶ ମେଢ ଭଷାଣି ବେଳେ ଏହି ଘଟଣା ଘଟିଛି । ଗୁରୁବାର ସକାଳେ ପୋଲିସ ଗୌଡପାଟଣା ଗାଁରେ ପୂଜା ହେଉଥିବା ଗଣେଶଙ୍କ ମେଢ ନିକଟରୁ ଏକ ମାଇକ୍ ସେଟ୍ ଉଠାଇ ଆଣିଥିଲା । ବିନା ପ୍ରଶାସନିକ ଅନୁମତିରେ ମାଇକ ବଜାଇବା ଅଭିଯୋଗ କରିଥିଲା ପୋଲିସ। ସମ୍ଭବତଃ ଏହି ମାଇକ ଜବତ ଘଟଣାକୁ କେନ୍ଦ୍ରକରି ପୋଲିସ ଉପରେ ଆକ୍ରମଣ ହୋଇଥାଇପାରେ ବୋଲି କୁହାଯାଉଛି ।ଘଟଣା ସ୍ଥଳରେ ଉତ୍ତେଜନା ଥିବା ଅନୁଭବ କରି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିବା ବେଳେ ସମ୍ଭାବ୍ୟ ଅଧିକ ଗଣ୍ଡଗୋଳକୁ ଅନୁଭବ କରି ବିଭିନ୍ନ ସମ୍ବେଦନ ଶିଳ ସ୍ଥାନ ମାନଙ୍କରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.