ETV Bharat / state

କେନାଲରେ ବୁଡି ନାବାଳକ ମୃତ - ପଟ୍ଟାମୁଣ୍ଡାଇ କେନାଲରେ ଅଘଟଣ

ଗତକାଲି ବିରୂପା ଶାଖା ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ହଠାତ ପାଣିରେ ଭାସି ଯାଇ ନାବାଳକର ମୃତ୍ୟୁ । ଅଧିକ ପଢନ୍ତୁ

କେନାଲରେ ବୁଡି ନାବାଳକ ମୃତ
କେନାଲରେ ବୁଡି ନାବାଳକ ମୃତ
author img

By

Published : Oct 3, 2022, 1:56 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ କେନାଲରେ ଅଘଟଣ । କେନାଲରେ ଗାଧୋଇବା ବେଳେ ଭାସିଯାଇ ନାବାଳକ ମୃତ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରେ । ମୃତ ନାବାଳକ ହେଲେ କେନ୍ଦ୍ରାପଡା ନିକିରାଇ ଥାନା ଛୋଟି ଗାଁର ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ପୁଅ କୈଳାଶ ମଲିକ ।

କେନାଲରେ ବୁଡି ନାବାଳକ ମୃତ

ସୂଚନା ଅନୁଯାୟୀ, କୈଳାଶ ରବିବାର ବିରୂପା ଶାଖା ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ହଠାତ ପାଣିରେ ଭାସି ଯାଇଥିଲେ । ଏହାର ଖବର ପାଇ ଗ୍ରାମବାସୀଙ୍କ ସହ କେନ୍ଦ୍ରାପଡ଼ା ଓ ଡେରାବିଶ୍ ଅଗ୍ନିଶମ ବିଭାଗ ପକ୍ଷରୁ କେନାଲ ମଧ୍ୟରେ କୈଳାଶଙ୍କୁ ଖୋଜା ଖୋଜି କରିଥିଲେ ସୁଦ୍ଧା ବିଳମ୍ବିତ ରାତି ପର୍ଯ୍ୟନ୍ତ କୈଳାସଙ୍କ ପତ୍ତା ମିଳିନଥିଲା ।

ତେବେ ଆଜି ସକାଳୁ କୈଳାଶଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ଏହାକୁ ଉଦ୍ଧାର କରି ନିକିରାଇ ଥାନାକୁ ଖବର ଦେଇଥିବା ନେଇ ସୂଚନା ମିଳିଛି । ଏନେଇ ନିକିରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ସୂଚନାଯୋଗ୍ୟ, କୈଳାଶ ଚଳିତ ବର୍ଷ ମ୍ୟାଟ୍ରିକ ପାସ କରିଥିଲେ । ଜଣେ ମେଧାବୀ ଓ ଶାନ୍ତ ଛାତ୍ର ଭାବେ ସେ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳରେ ପ୍ରଶଂସିତ ହୋଇ ପାରିଥିଲେ । କୈଳାଶଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଥିସହ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.