ETV Bharat / state

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କୋରୋନା ମୃତ୍ୟୁ - Migrant Odia workers

ସୂଚନା ଅନୁଯାୟୀ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଆଳି ଥାନା ଅଧିନ ବଡ଼ଆଙ୍କ ଗ୍ରାମର । ଦୀର୍ଘ ବର୍ଷ ଧରି ହରିୟାଣାର ଏକ ମୋଟର କମ୍ପାନୀରେ କ୍ବାଲିଟି ଚେକର ଭାବେ ଚାକିରୀ କରି ରହି ଆସୁଥିଲେ ।

migrant-odia-workers-die-in-corona
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କୋରୋନାରେ ମୃତ୍ୟୁ
author img

By

Published : Jun 8, 2020, 5:43 AM IST

କେନ୍ଦ୍ରାପଡା: କୋଭିଡ 19ରେ ପୁଣି ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଆଳି ଥାନା ଅଧିନ ବଡ଼ଆଙ୍କ ଗ୍ରାମର । ଦୀର୍ଘ ବର୍ଷ ଧରି ହରିୟାଣାର ଏକ ମୋଟର କମ୍ପାନୀରେ କ୍ବାଲିଟି ଚେକର ଭାବେ ଚାକିରୀ କରି ରହି ଆସୁଥିଲେ ।

ସେଠାରେ ଗତ ମେ ମାସ 29 ତାରିଖରେ ଅସୁସ୍ଥତା ଦେଖା ଦେବାରୁ ତାଙ୍କୁ ସୁଖଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହଠାତ ଦେହ ଗୁରୁତର ହେବାରୁ ଗତ ଜୁନ 2 ତାରିଖ ସକାଳ 6.45ମିନିଟ ସମୟରେ ତାଙ୍କୁ ପାରସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଗତ 2 ତାରିଖରୁ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ କୋଭିଡ ପରୀକ୍ଷା ପାଇଁ ତାଙ୍କ ଶରୀରକୁ ସଫଦରଗଞ୍ଜ ମେଡିକାଲରେ 5 ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ପରେ 5 ତାରିଖ ଅପରାହ୍ନରେ ସ୍ବର୍ଗତ ସ୍ବାଇଁଙ୍କ ସଢ଼ୁ ସୌମ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ସ୍ଥାନୀୟ ପଞ୍ଜାବୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି । ନରେନ୍ଦ୍ରଙ୍କ ଘରେ ବାପା ମା ଙ୍କ ସମେତ ସ୍ତ୍ରୀ ରେଣୁକା ଓ ଦୁଇ ପୁଅଝିଅ ଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.