ETV Bharat / state

ଉଭୟ ସରକାର ମଧ୍ୟବିତ୍ତଙ୍କ କାଳ: ପ୍ରଦୀପ ମିଶ୍ର - ଅସୁବିଧାରେ ମଧ୍ୟବିତ୍ତ ପରିବାର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ। ଅଧିକ ପଢନ୍ତୁ...

ଉଭୟ ସରକାର ମଧ୍ୟବିତ୍ତଙ୍କ କାଳ: ପ୍ରଦୀପ ମିଶ୍ର

author img

By

Published : Jul 19, 2021, 5:44 PM IST

କେନ୍ଦ୍ରାପଡା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ। ଆଜି(ସୋମବାର) କେନ୍ଦ୍ରାପଡାର ଏକ ଘରୋଇ ମଣ୍ଡପରେ ମହାସଂଘର ରାଜ୍ୟ ସଭାପତି ପ୍ରଦୀପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧ୍ୟବିତ୍ତ ମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା କହିଛନ୍ତି।

ଉଭୟ ସରକାର ମଧ୍ୟବିତ୍ତଙ୍କ କାଳ: ପ୍ରଦୀପ ମିଶ୍ର

ସ୍ବାଧୀନତାକୁ ୭୪ ବର୍ଷ ପୂରିଥିଲେ ସୁଦ୍ଧା ମଧ୍ୟବିତ୍ତମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅବହେଳିତ ହେଉଥିବା ଅଭିଯୋଗ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ, ବିଭିନ୍ନ ସରକାରୀ ଯୋଜନାରୁ ବାଦ ପକାଇବା କେନ୍ଦ୍ର ସରକାରଙ୍କ ପାଇଁ ଭବିଷ୍ୟତରେ ମହଙ୍ଗା ପଡିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସଭାପତି। ସେହିପରି ରାଜ୍ୟ ସରକାର ବୁଲା କୁକୁରଙ୍କ ପାଇଁ ଯୋଜନା କରିପାରୁଛନ୍ତି ହେଲେ ମଧ୍ୟବିତ୍ତ ମାନଙ୍କ ପାଇଁ କୌଣସି ଯୋଜନା କରିନପାରିବା ଦୁର୍ଭାଗ୍ୟଜନକ । ଏହାର ଜବାବ ଆସନ୍ତା ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଦିଆଯିବ ଓ ମଧ୍ୟବିତ୍ତ ଆନ୍ଦୋଳନ ସାରା ଦେଶରେ ବ୍ୟାପକ କରିବା ସହ ସରକାରଙ୍କ ଗାଦିକୁ ଦୋହଲାଇ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.