ETV Bharat / state

ମତ୍ସ୍ୟଜୀବୀଙ୍କୁ ସାତମାସ ସମୁଦ୍ର ମନା, ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା - ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା

ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା । କଇଁଛଙ୍କ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କୁ ସାତମାସ ସମୁଦ୍ର ମନା । ଅଧିକ ପଢନ୍ତୁ

mass ovulation of olive ridley
mass ovulation of olive ridley
author img

By ETV Bharat Odisha Team

Published : Nov 1, 2023, 5:14 PM IST

mass ovulation of olive ridley

କେନ୍ଦ୍ରାପଡା: ଆଜି ଠାରୁ ଆରମ୍ଭ ହେଲା ମିଶନ ଅଲିଭ ରିଡ଼ଲେ । ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ନୂଆ ଅତିଥି । ବିରଳ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ ମାଛଧରା ଏବଂ ଟ୍ରଲର ଉପରେ କଟକଣା ଲଗାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହୀରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖଠୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଏନେଇ ବନବିଭାଗ ମଧ୍ୟ ସଜାଗ ରହିଛି । କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶିରେ ୨ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ବିରଳ ଅଲିଭ ରିଡଲେଙ୍କ ଜୀବନ ପ୍ରତି ଟ୍ରଲର ବିପଦ, ପ୍ରତିବର୍ଷ ମରୁଛନ୍ତି ହଜାର ହଜାର କଇଁଛ !

ଅପରପକ୍ଷରେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ମତ୍ସ୍ୟଜୀବୀମାନେ କଡ଼ା କଟକଣା ସତ୍ତ୍ବେ ସୁରକ୍ଷା ବଳୟକୁ ଭେଦ କରି ସବୁ ନିୟମକୁ ଫୁ କରି ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛମାରିଥାନ୍ତି। ଫଳରେ ଟ୍ରଲର ମାଡ଼ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତ୍ୟୁବରଣ କରିବା ସହ ବିରଳ ସାମୁଦ୍ରିକ ମାଛଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥାନ୍ତି । ବିଗତ ବର୍ଷ ମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବାବେଳେ ଚଳିତବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଠାରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ ସୁରକ୍ଷାରେ ନିୟୋଜିତ ଥିବା ୨ଟି ସ୍ପିଡ୍‌ ବୋଟ୍ ମଧ୍ୟରୁ ଏବେ ସୁଦ୍ଧା ଗୋଟିଏ ଅଚଳହୋଇ ପଡ଼ିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ରାଜନଗର ବନବିଭାଗ ବିରଳ ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା ।

ଇଟିଭା ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.