ETV Bharat / state

ଆନ୍ତଃଜିଲ୍ଲା ଡକାୟତ ଗୋଷ୍ଠୀ ଗିରଫ, ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Jan 28, 2023, 12:05 PM IST

ବିପୁଳ ପରିମାଣର ଚୋରି ସାମଗ୍ରୀ ସହ ୬ ଜଣ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ମାର୍ଶାଘାଇ ପୋଲିସ। ଅଧିକ ପଢନ୍ତୁ

ଆନ୍ତଃ ଜିଲ୍ଲା ଡକାୟତ ଗୋଷ୍ଠୀ ଗିରଫ
ଆନ୍ତଃ ଜିଲ୍ଲା ଡକାୟତ ଗୋଷ୍ଠୀ ଗିରଫ
ଆନ୍ତଃ ଜିଲ୍ଲା ଡକାୟତ ଗୋଷ୍ଠୀ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପୋଲିସର ବଡ ସଫଳତା । ବିପୁଳ ପରିମାଣର ଚୋରୀ ସାମଗ୍ରୀ ସହ ୬ ଜଣ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ମାର୍ଶାଘାଇ ପୋଲିସ । ତେବେ ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଲୁଣାବ୍ରିଜ ନିକଟ ଇଲେକ୍ଟ୍ରି ଅଫିସରୁ ଚଳିତ ମାସ ୨୦ ତାରିଖ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଥିଲା । ଏନେଇ ୨୧ ତାରିଖରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ କରିବା ବେଳେ ଏହି ଚୋରି ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ୍‌ କରିଥିବା ନେଇ ସୂଚନା ପାଇଥିଲା ପୋଲିସ ଟିମ୍‌ ।

ଏହି ଡକାୟତି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଏସଡିପିଓ ଜୟନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଢା ଯାଇ ଟାଙ୍ଗୀ, ଚୌଦ୍ବାର, କଟକ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସେହିପରି ଚଢାଉ ବେଳେ ୬ ଜଣ ଡକାୟତ ଧରାଯିବା ସହ ସେମାନଙ୍କଠାରୁ 9ଟି ଅଷ୍ଟଧାତୁ ମୂର୍ତ୍ତି, ବିପୁଳ ପରିମାଣର ରୂପା ଏବଂ ତମ୍ବା ତାର, ଓଜନ ମେସିନ, କଟର ମେସିନ, ଗୋଟିଏ ପିକ୍ଅପ୍ ଭ୍ୟାନ, ଗୋଟିଏ ହୋଣ୍ଡା ଆମେଜ୍ କାର, ଗୋଟିଏ ଟାଟା ଏସି ଗାଡି, ୩ଟି ବାଇକ ଜବତ ହୋଇଛି । ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଧରାଯିବ ବୋଲି କେନ୍ଦ୍ରାପଡା ଏସ୍‌ଡିପିଓ ଜୟନ୍ତ ମହାପାତ୍ର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

ଏନେଇ କେନ୍ଦ୍ରାପଡା ଏସଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି, "ଆମର ମାର୍ଶାଘାଇ କେସ ନମ୍ବର 35 ର ତଦନ୍ତ ସମୟରେ ଆମେ ଜାଣିବାକୁ ପାଇଲୁ ସେମାନେ ଏକାଠି ଏହି ଚୋରି କରିଛନ୍ତି । 9ଟି ଅଷ୍ଟଧାତୁ ମୂର୍ତ୍ତି, ଗୋଟିଏ ପିକ୍ଅପ୍ ଭ୍ୟାନ, ଗୋଟିଏ ହୋଣ୍ଡା ଆମେଜ୍ କାର, ଗୋଟିଏ ଟାଟା ଏସି ଗାଡି, ୩ଟି ବାଇକ ଜବତ କରାଯାଇଛି । ଏଥିସହ 6 ଜଣଙ୍କୁ ଗିରଫ କରାଯାଇଛି । ଏହି ସମସ୍ତ ସାମଗ୍ରୀର ପ୍ରାୟ ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ । ୬ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.