କେନ୍ଦ୍ରପଡା: ଗତ ୨୦୧୫ ମହାବିଷୁବ ସଂକ୍ରାନ୍ତି ଦିନ ମାର୍ଶାଘାଇ ଥାନା ଗୋଖାପଡା ଗାଁର ଜଣେ ୮ ବର୍ଷର ଶିଶୁକୁ ବଳିଦେବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ । ୨୦୧୫ ପଣା ସଂକ୍ରାନ୍ତି ଯଜ୍ଞ ଚାଲିଥିବା ଦିନ ଗୋଖାପଡା ଗାଁର ପ୍ରତାପ ନାୟକଙ୍କ ୮ ବର୍ଷର ପୁଅ ରାଜକିଶୋର ନାୟକଙ୍କୁ ଏହି ଗାଁର ଚୌଧୁରୀ ଅବିନାଶ ଦାସ ଓ ବୈକୁଣ୍ଠ ଦାସ ବିଭତ୍ସ ଭାବେ ହତ୍ୟାକରି ନଦୀଜଳରେ ଭସାଇଦେଇଥିଲେ ।
ଘଟଣାକୁ ନେଇ ମାର୍ଶାଘାଇ ଥାନାରେ ଏତଲା ଦାଏର ହେବା ପରେ ପୋଲିସ ଏହାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗୁରୁବାର ଜିଲ୍ଲା ଦୌରାଜଜ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ସେମାନଙ୍କୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ନେଦେଲେ ଆଉ ୫ ବର୍ଷ ଅଧିକ କାରାଦଣ୍ଡ ଶୁଣାଣି କରିଛନ୍ତି ନ୍ୟାୟାଧିଶ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ